ଭୁବନେଶ୍ୱର, ୧୪/୫ : ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସ୍ରେ ସ୍ଥାନୀୟ ସେଂଟ ଜାଭିୟର୍ ହାଇସ୍କୁଲ୍ର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଶ୍ୱ ମାତୃତ୍ୱ ଦିବସ ପାଳିତ ହୋଇଯାଇଛି ।
ଏହି ଅବସରରେ ସେଂଟ ଜାଭିୟର୍ ହାଇସ୍କୁଲ୍ର ଅଧ୍ୟକ୍ଷା ରଶ୍ମିତା ରାଉତରାୟଙ୍କ ତତ୍ତ୍ବାବଧାନରେ ୬ଷ୍ଠ ଶ୍ରେଣୀର ଛାତ୍ରୀ ତମନ୍ନା କାନୁନ୍ଗୋ, ଆଦ୍ୟାଶା ପଟ୍ଟନାୟକ ଓ ୮ମ ଶ୍ରେଣୀର ଛାତ୍ରୀ ଶିବାନୀ ଦାସଙ୍କ ସମେତ ଶିକ୍ଷୟତ୍ରୀ ଅନୀମା କର, ସୁଶ୍ରୀ ରୋଜିନା ମୁଦୁଲି, ମୋମିତା ରାୟ, ସୁଶ୍ରୀ ସୁସ୍ମିତା ସ୍ୱାଇଁ, ରୁଦ୍ର ନାରାୟଣ ସାହୁ, ସସ୍ମିତା ହାତି, ଅନୁଜା ମହାନ୍ତି, ପ୍ରଣତି ବିଶ୍ୱାଳ, ସୁଶ୍ରୀ ଦୀପିକା ଦାସ, ଦିଲ୍ଲୀପ କୁମାର ରାଣା ଓ ସୁଶ୍ରୀ ଈପ୍ସିତା ମହାନ୍ତି ସାମିଲ ହୋଇଥିଲେ ।
ଏହି ଅବସରରେ ହସ୍ପିଟାଲର ଡାକ୍ତର ସିଦ୍ଧାର୍ଥ ଗୌତମ ଓ ନର୍ସିଂ ସୁପରିଟେଣ୍ଡେଂଟ ଇନ୍ଚାର୍ଜ କମଳିନୀ ମଲ୍ଲିକଙ୍କ ସମେତ ହସ୍ପିଟାଲ୍ର ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । କେକ୍ କାଟି ଏହି ଦିବସକୁ ହସ୍ପିଟାଲ ପରିସରରେ ପାଳନ କରିଥିଲେ ଛାତ୍ରଛାତ୍ରୀ ଓ ହସ୍ପିଟାଲ୍ କର୍ମଚାରୀ ।