ଟାଟୁ କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ: ହୋଇପାରେ ଏହି କ୍ଷତି

ନୂଆଦିଲ୍ଳୀ ୩/୯: ଆଜିକାଲି ଯୁବପଢ଼ି ମାନେ ଶରୀରରେ ଟାଟୁ କରିବା ପାଇଁ ପସନ୍ଦ କରୁଥିବା ବେଳେ ସହରମାନଙ୍କରେ ଟାଟୁର  କରିବାର ଫେସନ୍‌ ବଢ଼ିଥିବା ଦେଖିବାକୁ ମିଳୁଛି। ଶରୀରରେ ଆକର୍ଷଣୀୟ ଟାଟୁ କରିବା ପାଇଁ ଯୁବପୀଢ଼ି ମାନେ ବିଭିନ୍ନ ଡିଜାଇନ୍ ଏବଂ ରଙ୍ଗକୁ ବ୍ୟବହାର କରି ହାତ, ବେକ,ଗୋଡ ପିଠି ଶରୀର ବିଭିନ୍ନ ଅଂଶରେ ଟାଟୁ କରୁଛନ୍ତିା କିନ୍ତୁ ଶରୀରରେ ଟାଟୁ ଥରେ ହୋଇଯିବା ପରେ ଟାଟୁରେ ବ୍ୟବହାର ହେଉଥିବା କେମିକାଲ ରଙ୍ଗ ଚର୍ମରେ ଆଲର୍ଜି ସୃଷ୍ଟି କରିଥାଏ।

ବୈଜ୍ଞାନିକଙ୍କ ଅନୁସାରେ ରଙ୍ଗୀନ ଏବଂ ଆକର୍ଷଣୀୟ ଟାଟୁ ତିଆରି କାରିବା ସମୟରେ ଶରୀରରେ ଥିବା ଲିମ୍ପାନୋଡ(ଶରୀରରେ ଥିବା ରୋଗ ପ୍ରତିରୋଧକର ଏକ ଅଂଶ) ଧାତୁ କ୍ଷରଣ ହେବା ପରେ ଶରୀରରେ ପରିଚାଳନାରେ କୋଷିକାରେ ଆଲର୍ଜିର  ସୃଷ୍ଟି କରିଥାଏ। ଅନୁଧ୍ୟାନରୁ ଜଣାପଡିଛି ଟାଟୁ ତିଆରି କରିବାରେ ବ୍ୟବହୃତ ହେଇଥିବା ଛୁଞ୍ଚିର ଛୋଟ ଛୋଟ ଧାତୁ କଣିକା ରହିଯିବା କାରଣରୁ ଚର୍ମରେ ସଂକ୍ରମଣ ହୋଇ ମାରାତ୍ମକ ରୋଗ ଶରୀରରେ ପ୍ରବେଶ କରିଥାନ୍ତି ଫଳରେ ଲମ୍ଫାନୋଡ ରକ୍ତ ସଞ୍ଚାଳନ ହୋଇନଥାଏ। ଏଭଳି ହେବା ଦ୍ବାରା ଶରୀରରେ ଆଲର୍ଜିର ସମସ୍ୟା ସୃଷ୍ଟି ହୋଇଥାଏ।

ଲିମ୍ଫା ନୋଡରେ ମିଳିଥିବା ଛୋଟ ଧାତୁ କଣିକାର  କାରଣ: ଫ୍ରାନ୍ସ ର ଗ୍ରେନେବଲ ୟୁରୋପିୟନ ସଂକ୍ରୋଟ୍ରାନ ରୋଡିଏନସ ଫ୍ୟାସିଲିଟ ର ବୈଜ୍ଞାନିକଙ୍କ ମତରେ ଟାଟୁ ତିଆରି କରୁଥିବା ଲୋକମାନେ  ଲିମ୍ଫା ନୋଡ ମିଳିଥିବା କ୍ରୋମିନିୟମ ଧାତୁ ପାଇଛନ୍ତି। ଏହି ଧାତୁ  ଶରୀରରେ ଆଲର୍ଜି ସୃଷ୍ଟି କରିଥାନ୍ତି। ଯେତେ ବେଳେ ଟାଟୁ ରଙ୍ଗୀନ କରିବା ପାଇଁ ବ୍ୟବହାର କରଯାଇଥାଏ। ଶରୀରରେ ଧଳାରଙ୍ଗକୁ ଟାଇଟେନିୟମ୍ ଡାଇନୋସାଇଡ୍ କୁହାଯାଇଥିାଏ। ଏଥରୁ ଶରୀରରେ ନୀଳ କିମ୍ବା ନାଲିର ଆକର୍ଷଣୀୟ  ରଙ୍ଗ ସୃଷ୍ଟି ହୋଇଥାଏ।

 ଆମେରିକାର ଟାଟୁ ତିଆରି କରିବାର ଅଧିକ ଚଳଣୀ ବଢ଼ିବା ସହ ଲୋକପ୍ରିୟ ହେବାରେ ଲାଗିଛି। ଯବପୀଢ଼ି ମାନେ ଶରୀରରେ ଟାଟୁ କରିବା ପାଇଁ ଅଧିକ ପସନ୍ଦ କରିଥାନ୍ତି। ଗବେଷଣାରୁ ଜଣାପଡିଛି ୧୮ ବର୍ଷରୁ ୨୯ ବର୍ଷର ମଧ୍ୟରେ ୪୦ ପ୍ରତିଶତ ଲୋକମାନେ ଅତିକମ୍‌ରେ ଶରୀରରେ ଗୋଟିଏ ଟାଟୁ ତିଆରି କରିଛନ୍ତି।

ଏକ ଗବେଷଣାରୁ ଜଣା ପଡିଛି ଟାଟୁ ତିଆରିରେ ବ୍ୟବହୃତ ହେଉଥିବା ଛୁଞ୍ଚିକୁ ଶରୀରରେ ଖୋଦେଇ କରିବା ସମୟରେ ଛୋଟ-ଛୋଟ ଧାତୁ କଣିକା ରହିଯାଇଥାଏ। ଫଳରେ ଶରୀରରେ ଥିବା ଲିମ୍ଫା ନୋଡ ପରିଚାଲନାରେ ସମସ୍ୟା ଦେଖାଯାଏ। ଏଥିପାଇଁ ରକ୍ତ ଜମାଟ ସୃଷ୍ଟି ହୋଇଥାଏ ତେଣୁ ଚର୍ମରେ  ଆଲର୍ଜି ହେଇଥାଏ। ଏହାକୁ ଠିକ୍ ସମୟରେ ଚିକିତ୍ସା ନ ହୋଇପାରିଲେ ମାରାତ୍ମକ ରୋଗ ହେଇଥାଏ।

   ସମ୍ବନ୍ଧିତ ଖବର


ଶନିଦେବଙ୍କ କୃପାରୁ ଅତି ଗରିବ ଲୋକ ବି ଧନୀ ହୋଇ ପାରେ, ଜାଣନ୍ତୁ ଶନି ଦେବଙ୍କୁ ପ୍ରସନ୍ନ କରିବାର ଉପାୟ…

ଡାଇବେଟିସକୁ କଣ୍ଟ୍ରୋଲ କରିବା ପାଇଁ ସକାଳୁ ଉଠି ଖାଆନ୍ତୁ ଏହି ସବୁ ଖାଦ୍ୟ

କରୋନାରୁ ବର୍ତ୍ତିବା ପାଇଁ ଲମ୍ବା ସମୟ ଧରି ଫେସ୍‌ ସିଲ୍‌ଡ ମାସ୍କ ପିନ୍ଧୁଛନ୍ତି କି ? ଆଖି ଉପରେ ପଡିବ ଏମିତି ପ୍ରଭାବ…

ଅଳଙ୍କାର କିଣିବା ବେଳେ ଏହି ୩ଟି ଜିନିଷର ଦାମ ଦିଅନ୍ତୁ , ଆପଣଙ୍କୁ ଆଉ ଠକି ପାରିବେନି ଦୋକାନୀ

ଫୋନ୍ ଚୋରି ହୋଇଗଲେ ଏମିତି ଡିଲିଟ୍ କରନ୍ତୁ ପର୍ସନାଲ୍ ଡାଟା, ଜାଣନ୍ତୁ ଉପାୟ

ଏହିସବୁ ଅଭ୍ୟାସ ଜଣେ ବ୍ୟକ୍ତିକୁ ଦାରିଦ୍ର୍ୟର ପଥକୁ ନେଇଥାଏ, ଅସୁବିଧାରେ ପରିପୂର୍ଣ୍ଣ ହୋଇଯାଏ ଜୀବନ