ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାର ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦେଶ ଦେଲେ ପୁଲିସ୍ ଡିଜି, ଅଭିଯୁକ୍ତ ଆଇଆଇସି ଏବେବି ଫେରାର

ରାଉରକେଲା ୩୦।୬: ସୁନ୍ଦରଗଡ ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଏବଂ ଗର୍ଭପାତ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ପୋଲିସ ଡିଜି ଅଭୟ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲା ନେଇ ବାରମ୍ବାର ନ୍ୟୁଜ୍ ୭ ଖବର ପ୍ରସାରଣ କରିବା ପରେ ଅଭିଯୁକ୍ତ ବୀରମିତ୍ରପୁର ଆଇଆଇସିଙ୍କୁ ନିଲମ୍ବନ କରାଯାଇଥିଲା । ଅଭିଯୁକ୍ତ ବୀରମିତ୍ରପୁର ଆଇଆଇସି ଆନନ୍ଦ ମାଝୀ ଏବେବି ଫେରାର ଅଛନ୍ତି । ସଂପୃକ୍ତ ଥାନାବାବୁଙ୍କୁ ବହିଷ୍କାର କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।

ଏପର୍ଯ୍ୟନ୍ତ ପୋଲିସ କାହାରିକୁ ଗିରଫ କରିନଥିବା ବେଳେ ଖୋଦ୍ ମୁଖ୍ୟ ଅଭିଯୁକ୍ତଙ୍କ ପତ୍ତା ପାଉନି ପୋଲିସ । ସେପଟେ ନାବାଳିକାଙ୍କ ୧୬୪ ଧାରାରେ ବୟାନ ରେକର୍ଡ ସରିଯାଇଛି । ଅଭିଯୁକ୍ତମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ସହ ନିଲମ୍ବିତ ଥାନା ଅଧିକାରୀଙ୍କୁ ଗିରଫ ଦାବିରେ ଆସନ୍ତା ଦୁଇ ତାରିଖରେ ରାଉରକେଲା କଂଗ୍ରେସ ବୀରମିତ୍ରପୁର ବନ୍ଦ ଡାକରା ଦେଇଛି । ଘଟଣାକୁ ଏ ପର୍ଯ୍ୟନ୍ତ ୧୫ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ସମସ୍ତଙ୍କୁ ଅନ୍ଧାରରେ ରଖିଥିବା ଅଭିଯୋଗ ହୋଇଛି ।

   ସମ୍ବନ୍ଧିତ ଖବର


ସାଲେପୁର ବିଧାୟକଙ୍କୁ କରୋନା ସୂଚନା- ଚିକିତ୍ସା ପାଇଁ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି

କରୋନା ଭାକସିନ୍‌କୁ ନେଇ ସସପେନସ୍‌ ଜାରି- ଆସନ୍ତା ବର୍ଷ ଆସିପାରେ ବୋଲି କହିଲେ ILS ର ନିର୍ଦ୍ଦେଶକ ଅଜୟ ପରିଡା

ସିଲ୍‌ ହେଲା ଭୁବନେଶ୍ୱର ଆର୍‌ଟିଓ ଅଫିସ୍‌- ଆଇସିଆସିଆଇ ବ୍ୟାଙ୍କ ମୁଖ୍ୟ ଶାଖା ସିଲ୍‌

ଭୁବନେଶ୍ୱର ଆରଟିଓ ଅଫିସରୁ ୩ କରୋନା ପଜିଟିଭ୍ ଚିହ୍ନଟ

ବାହା ଚିତା ଲିଭିନି ଜଳିଲା ଜୁଇ- ନବ ବିବାହିତାଙ୍କୁ ହତ୍ୟା ଅଭିଯୋଗ

ମହିଳା ସହକର୍ମୀଙ୍କୁ ଡାଇରେକ୍ଟରଙ୍କ ଯୌନ ନିର୍ଯାତନା ମାମଲାରେ ପାଲଟା ଅଭିଯୋଗ ଆଣିଲେ ଖୋଦ୍‌ ଡାଇରେକ୍ଟର