ଆଇଏନଏକ୍ସ ମାମଲା:୧୯ ପର୍ଯ୍ୟନ୍ତ ତିହାର ଜେଲରେ ରହିବେ ଚିଦାମ୍ବରମ,ମିଳିବ ଏହି ସବୁ ସୁବିଧା

ନୂଆଦିଲ୍ଲୀ,୫।୯: ଆଇଏନଏକ୍ସ  ମିଡିଆ ଦୁର୍ନୀତି ମାମଲାରେ ଗୁରୁବାର କୋର୍ଟ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇବାର ନିର୍ଦେଶ ଦେଇଛନ୍ତି। ଚିଦାମ୍ବରମଙ୍କ ଜାମିନ୍ ଆବେଦନର ଶୁଣାଣିକୁ ଖାରଜ କରି ସିବିଆଇ କୋର୍ଟ ସ୍ପେଶାଲ ଜଜ୍ ଅଜୟ କୁମାର କୁହାର ଏହି ନିର୍ଦେଶ ଦେଇଛନ୍ତି। ଏହାର ଅର୍ଥ ଯେ ଏବେ ଚିଦାମ୍ବରମଙ୍କୁ ତିହାର ଜେଲ ଯିବାକୁ ହେବ।

ଟ୍ରାୟଲ କୋର୍ଟଙ୍କ ନିକଟରେ ହାଜର ହୋଇଥିବା ଚିଦାମ୍ବରମ ଏକ ଆବେଦନ ଦାଖଲ କରି ଦାବି କରିଛନ୍ତି, ବିଚାରବିଭାଗୀୟ ହାଜତରେ ରହିବା ବେଳେ ଜେଲ ଅଧିକାରୀ ତାଙ୍କର ସୁରକ୍ଷାର ନିର୍ଦେଶ ଦିଆଯାଉ। ଏହା ସହ ସେ ତାଙ୍କୁ ଏକ ଅଲଗା ସେଲରେ ରଖିବାକୁ କହିଥିଲେ, ଯେଉଁଥିରେ ଓ୍ବେଷ୍ଟର୍ଣ୍ଣ ଟଏଲେଟ ଏବଂ ଏକ ଖଟର ସୁବିଧା ରହିଥବ। ସ୍ବତନ୍ତ୍ର କୋର୍ଟ କହିଥିଲେ ଚିଦାମ୍ବରମଙ୍କୁ ଅଲଗା ସେଲରେ ରଖାଯାଉ, ତାଙ୍କୁ ଜେଡ୍ ସିକ୍ୟୁରିଟି ମିଳିଛି, ତେଣୁ ଜେଲରେ ସୁରକ୍ଷା ପ୍ରଦାନ କରାଯାଉ।

ଚିଦମ୍ବରମଙ୍କୁ ଜେଲର ୭ ନମ୍ବର ସେଲରେ ରଖାଯାଇଛି। ତାଙ୍କ ପୂର୍ବରୁ ଏହି ସେଲରେ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ ରହିସାରିଛନ୍ତି। ସେଠାରେ ତାଙ୍କୁ ସ୍ବତନ୍ତ୍ର ଖଟ ଓ ଅଲଗା ବାଥରୁମ ଏବଂ ଔଷଧ ଦିଆଯିବାର ଦାବିକୁ ମଧ୍ୟ ମଞ୍ଜୁର କରିଦିଆଯାଇଛି। ତାଙ୍କୁ ଜେଲରେ ସାଧାରଣ କଏଦୀଙ୍କ ଭଳି ଆବଶ୍ୟକୀୟ ଜିନିଷ ପ୍ରଦାନ କରାଯିବ।

ଚିଦାମ୍ବରମଙ୍କୁ ସିବିଆଇ ଗତ ମାସ ୨୧ ତାରିକରେ ଗିରଫ କରିଥିଲା। ଏହାପରେ ତାଙ୍କୁ ୧୫ ଦିନର ରିମାଣ୍ଡରେ ରଖାଯାଇଥିଲା। ଚିଦାମ୍ବରମଙ୍କୁ ତିହାର ଜେଲକୁ ପଠାଯିବା ପରେ ତାଙ୍କର ସମର୍ଥକମାନେ ତିହାର ବାହାରେ ମୋଦି ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମୋଦି ସରକାର ଚିଦାମ୍ବରମଙ୍କ ବିରୋଧରେ ମିଛ କେସ୍ କରିଛନ୍ତି, ଏହା ମୋଦିଙ୍କର ରାଜନୈତିକ ପ୍ରତିଶୋଧ’ ବୋଲି ସ୍ଳୋଗାନ ଦେଉଛନ୍ତି।

   ସମ୍ବନ୍ଧିତ ଖବର


ନାସା ହାତରେ ଚନ୍ଦ୍ରର ରୋମାଞ୍ଚକର ତଥ୍ୟ – ଆଜି ଏହା ଉପରୁ ଉଠିବ ରହସ୍ୟ

ମିଛ ବା ସେଲ୍ କଂମ୍ପାନୀ ଜରିଆରେ କୋଟି କୋଟି ଟଙ୍କାର ବେଆଇନ୍‌ କାରବାର, ବାହାମାସ୍ ପେପର ସ୍କାମ୍‌ରେ ଜୟ ପଣ୍ଡା ଓ ପତ୍ନୀ ଜଗୀ ମଙ୍ଗତ ପଣ୍ଡାଙ୍କ କମ୍ପାନୀର ସମ୍ପୃକ୍ତି ଅଭିଯୋଗ

ସବ୍-ଇନ୍ସପେକ୍ଟରଙ୍କ କଳାକାରନାମା: ଝିଅଙ୍କୁ ଅଶ୍ଲୀଳ କମେଣ୍ଟ ସହ କରୁଥିଲେ ଅସଦାଚରଣ, ଶେଷରେ ଗିରଫ ହେଲେ ଏପରି

ପୋଲାଣ୍ଡର ଏହି ଚୌକ୍ ଅମିତାଭ ବଚ୍ଚନଙ୍କ ପିତାଙ୍କ ନାଁରେ ନାମିତ ହେବ, ଇଷ୍ଟାଗ୍ରାମରେ ସୂଚନା ଦେଲେ ଅଭିନେତା

ପାତାଳର ପ୍ରବେଶ ଦ୍ୱାର ପାତାଲକୋଟ୍‌, ଜାଣନ୍ତୁ କେଉଁଠି ରହିଛି ଏହି ରହସ୍ୟମୟ ସ୍ଥାନ

ମେହବୁବା ମୁଫତିଙ୍କ ମନ୍ତବ୍ୟକୁ ନେଇ ବିଜେପି କର୍ମୀଙ୍କ ହଙ୍ଗାମା, ଜମ୍ମୁରେ ପିଡିପି କାର୍ଯ୍ୟାଳୟରେ ଉଡାଇଲେ ତିରଙ୍ଗା