ଆୟୋଡିନ୍‌ରେ ନିଷ୍କ୍ରିୟ ହେବ କରୋନା-ମାତ୍ର ୧୫ ସେକେଣ୍ଡ ଲାଗିବ:ଘରେ ଏହି ବ୍ୟବସ୍ଥା ନ ଆପଣାଇବାକୁ ଗବେଷକମାନେ ପରାମର୍ଶ

ନୂଆଦିଲ୍ଲୀ : କରୋନା ଟିକା ବାହାର କରିବା ଲାଗି ବୈଜ୍ଞାନିକମାନେ ପ୍ରାଣପଣେ ଉଦ୍ୟମ ଚଳାଇଥିବା ବେଳେ ଏବେ ଆୟୋଡିନ୍‌ ଦ୍ୱାରା ଭୂତାଣୁକୁ ନିଷ୍କ୍ରିୟ କରାଯାଇ ପାରିବ ବୋଲି କିଛି ଗବେଷକ ଦାବି କରିଛନ୍ତି । ଆମେରିକାର ୟୁନିଭର୍ସିଟି ଅଫ୍‌ କନେକ୍ଟିକଟ୍‌ ସ୍କୁଲ ଅଫ୍‌ ମେଡିସିନ୍‌ର ଗବେଷକମାନେ ଏକ ଅଧ୍ୟୟନ କରି ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ।

ସେମାନେ ଦର୍ଶାଇଛନ୍ତି ଯେ ନୋଭେଲ୍‌ କରୋନା ଭୂତାଣୁକୁ ବ୍ୟାପିବାକୁ ନ ଦେବା ଲାଗି ଆୟୋଡିନ୍‌ ସମାଧାନ ବିଶେଷ ଭାବେ ସହାୟକ ହୋଇପାରିବ । ସେମାନେ ଦେଖିବାକୁ ପାଇଛନ୍ତି ଯେ ୦.୫%, ୧.୨୫% ଏବଂ ୨.୫% ସାନ୍ଦ୍ରତା ଥିବା ଆୟୋଡିନ୍‌ କରୋନା ଭୂତାଣୁ ଉପରେ ପ୍ରଭାବ ଦେଖାଉଛି । ଭୂତାଣୁକୁ ସମ୍ପୂର୍ଣ୍ଣ ଭାବେ ନିଷ୍କ୍ରିୟ କରିବା ଲାଗି ଏଗୁଡ଼ିକ ସମର୍ଥ । ଏଥିପାଇଁ ମାତ୍ର ୧୫ ସେକେଣ୍ଡ ଲାଗିବ ।

ଗବେଷକମାନେ କରୋନା ଭୂତାଣୁକୁ ନିଷ୍କ୍ରିୟ କରିବା ଲାଗି ଇଥାନଲ୍‌ ଆଲ୍‌କହଲ୍‌କୁ ନେଇ ପରୀକ୍ଷା କରିଥିଲେ । କିନ୍ତୁ ଏହା ଆଶାନୁରୂପ ଫଳ ଦେଇ ନ ଥିଲା । ଏହାପରେ ସେମାନେ ଆୟୋଡିନ୍‌ ଉପଚାର ଉପରେ ମନୋନିବେଶ କରିଥିଲେ ।

ଆୟୋଡିନ୍‌ ଉପଚାର ଦ୍ୱାରା ସାର୍ସ ଏବଂ ମେର୍ସ ଭଳି ସମାନ ପ୍ରକାର ଭୂତାଣୁ ରୋଗର ପ୍ରତିକାର କରାଯାଇ ପାରିବ ବୋଲି ପୂର୍ବରୁ ପ୍ରକାଶିତ ଏକ ରିପୋର୍ଟରେ ଦାବି କରାଯାଇଥିଲା । ଗବେଷକମାନେ ଏବେ ଦାବି କରିଛନ୍ତି ଯେ ‘ନାଜାଲ୍‌ ଡିସ୍‌ଇନ୍‌ଫେକ୍ଟାଣ୍ଟ’ ଭାବେ ଆୟୋଡିନ୍‌କୁ ବ୍ୟବହାର କରାଯାଇ ପାରିବ । ଏହାଦ୍ୱାରା ଡ୍ରପ୍‌ଲେଟ୍‌ ମାଧ୍ୟମରେ କରୋନା ଆଉ ବ୍ୟାପିବ ନାହିଁ ।

ରୋଗୀ ଦେଖିବା ପୂର୍ବରୁ ଡାକ୍ତରମାନେ ସେମାନଙ୍କୁ ଏହି ଆୟୋଡିନ୍‌ ଉପଚାର ବ୍ୟବହାର କରିବାକୁ କହିପାରିବେ । ଫଳରେ ହସ୍ପିଟାଲର ପ୍ରତୀକ୍ଷାଳୟରେ କରୋନା ଭୂତାଣୁ ପ୍ରବେଶ କରିପାରିବ ନାହିଁ । ଏମିତି କି ଏହି ବ୍ୟବସ୍ଥା ଦ୍ୱାରା କରୋନା ପଜିଟିଭ୍‌ ରୋଗୀମାନେ ଗୁରୁତର ହେବେନାହିଁ । ଭୂତାଣୁ ସେମାନଙ୍କର କିଛି କ୍ଷତି କରିପାରିବ ନାହିଁ । ଫୁସ୍‌ଫୁସ୍‌ ମଧ୍ୟକୁ ଅଧିକ ଭୂତାଣୁ ପ୍ରବେଶ କରିବା ପୂର୍ବରୁ ନିଷ୍କ୍ରିୟ ହୋଇଯିବେ । ଅନ୍ୟପକ୍ଷରେ ଘରେ ଏହି ବ୍ୟବସ୍ଥା ନ ଆପଣାଇବାକୁ ଗବେଷକମାନେ ପରାମର୍ଶ ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ଫାଣ୍ଡି ଅଧିକାରୀଙ୍କ ଗୁଣ୍ଡାଗିରି ଅଭିଯୋଗ -ବାବୁ କହିଥିଲେ ୨ ବାଡ଼ି ଦେ,ଅବସ୍ଥା ସଙ୍ଗିନ କଲେ କନେଷ୍ଟବଳ

ପ୍ରଧାନମନ୍ତ୍ରୀ ପାକିସ୍ତାନ ଓ ଚୀନ୍‌ ସହ ଯୁଦ୍ଧ ତାରିଖ ସ୍ଥିର କରି ସାରିଛନ୍ତି – ୟୁପି ବିଜେପି ଅଧ୍ୟକ୍ଷଙ୍କ ବିବାଦିତ ବୟାନ

ମହାଜାଲିଆତି -ମିଛ ମାପଦଣ୍ଡରେ ଆକାଶଛୁଆଁ ବେପାର

ସଞ୍ଜୟ ଦତ୍ତଙ୍କ କଣ୍ଠରେ ଆତ୍ମବିଶ୍ୱାସର ସ୍ୱର ଅତି ଗଭୀର

କରୋନା – ମାସ୍କ ନପିନ୍ଧିବାକୁ ନେଇ ଯୁବକଙ୍କ ଅଜବ ତର୍କ , ଭିଡ଼ିଓ ଭାଇରାଲ

ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହେଉଥିବା ସ୍ୱରାଙ୍କର ରହିଛି ଏହି ଗୁଣ