ଲକ୍ଷେ ଟଙ୍କାରେ ବିକ୍ରି ହେଉଥିବା iPhone 12 Proକୁ ପ୍ରସ୍ତୁତ କରିବାରେ ଖର୍ଚ୍ଚ ମାତ୍ର ୩୦ ହଜାର ଟଙ୍କା !

ନୂଆଦିଲ୍ଲୀ ୩୦/୧୧: ଗତ ମାସରେ ଏକ ଭର୍ଚୁଆଲ ଇଭେଣ୍ଟ ଜରିଆରେ ଆପ୍ପଲ iPhone 12 ସିରିଜର ୪ ନୂଆ ଫୋନ୍ iPhone 12 Mini, iPhone 12, iPhone 12 Pro ଓ iPhone 12 Pro Maxକୁ ଲଞ୍ଚ୍ କରିଥିଲା । ଆପ୍ପଲର ଫୋନ୍ ସବୁବେଳେ ନିଜ ଦାମକୁ ନେଇ ଚର୍ଚ୍ଚାରେ ରହିଥାଏ । ରିସର୍ଚ୍ଚ ସ୍ପେଶାଲିଷ୍ଟ Fomalhaut Techno Solutions ସହିତ ମିଶି Nikkei ଆଇଫୋନ୍ ୧୨ ଓ ଆଇଫୋନ୍ ୧୨ ପ୍ରୋର ବିଲ୍ ଅଫ୍ ମେଟେରିୟାଲ୍ସ (BoM)ର ଖୁଲାସା କରିଛି ଯେଉଁଥିରେ ଆଇଫୋନର ବାସ୍ତବିକ ଦାମ୍ ସମ୍ପର୍କରେ ଜଣାପଡିଛି ।

ସୂଚନା ଅନୁସାରେ ଆଇଫୋନ୍ ୧୨କୁ ପ୍ରସ୍ତୁତ କରିବାରେ ୩୭୩ ଡଲାର(ପ୍ରାୟ ୨୭,୫୦୦ ଟଙ୍କା) ଓ ଆଇଫୋନ୍ ୧୨ ପ୍ରୋକୁ ପ୍ରସ୍ତୁତ କରିବାରେ ୪୦୬ ଡଲାର(ପ୍ରାୟ ୩୦,୦୦୦ଟଙ୍କା) ଖର୍ଚ୍ଚ ହେଉଛି ଯାହା କି କମ୍ପାନୀ ଦ୍ୱାରା ବାସ୍ତବିକ ଫୋନ୍ ଦାମରୁ ବହୁତ କମ୍ । କିନ୍ତୁ ଏହା ଧ୍ୟାନରେ ରଖିବା ଉଚିତ୍ ଯେ ଏହା ବାସ୍ତବିକ ଦାମ୍ ନୁହେଁ । ଏହା ଉପରେ ଅନେକ ଓଭରହେଡ୍ ଚାର୍ଜ ଲାଗିଥାଏ ଯାହା ପରେ ରିଟେଲ୍ ଦାମ୍ ନିର୍ଦ୍ଧାରିତ କରାଯାଏ । ଭାରତରେ ଆଇଫୋନ୍ ୧୨ର ଦାମ ୭୯,୯୦୦ ଟଙ୍କା ଓ ଆଇଫୋନ୍ ୧୨ ପ୍ରୋର ଦାମ୍ ୧,୧୯,୯୦୦ ଟଙ୍କା ।

କେଉଁ ପାର୍ଟ୍ସ ସବୁଠାରୁ ମହଙ୍ଗା ?
ଏହି ଫୋନର ସବୁଠାରୁ ମହଙ୍ଗା ପାର୍ଟ୍ସ ହେଉଛି ଏଥିରେ ଲଗାଯାଉଥିବା Qualcomm X55 5G ମୋଡେମ୍ । ସାମସଙ୍ଗ ଦ୍ୱାରା ନିର୍ମିତ OLED ଡିସପ୍ଲେ, ସୋନି କ୍ୟାମେରା ସେନ୍ସର ଓ ଏ୧୪ ବାୟୋନିକ୍ ଚିପ୍ ସବୁଠାରୁ ମହଙ୍ଗା ପାର୍ଟ୍ସ । ଏନେଇ ଖୁଲାସା ମଧ୍ୟ Nikkei ରିପୋର୍ଟରେ କରାଯାଇଛି ।

ଏହି ପାର୍ଟ୍ସ କଥା କହିବା ତ Qualcomm X55 5G ମୋଡେମ୍ କଥା କହିବା ତ ପ୍ରାୟ ୯୦ ଡଲାର(ପ୍ରାୟ ୬୬୫୬ ଟଙ୍କା), OLED ଡିସପ୍ଲେ ପ୍ରାୟ ୭୦ ଡଲାର(ପ୍ରାୟ ୫୧୭୭ ଟଙ୍କା), ଓ କ୍ୟାମେରା ସେନ୍ସର ୫.୪୦-୭.୪୦ ଡଲାର(ପ୍ରାୟ ୩୯୯ ରୁ ୫୪୭ ଟଙ୍କା)ପ୍ରତି ୟୁନିଟ୍ । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି କି ନୂଆ କମ୍ପୋନେଟ୍ସକୁ ଏକ୍ସଟ୍ରା ସ୍ପେଶ୍ ଦେବା ପାଇଁ ଆଇଫୋନ୍ ୧୨ ସିରିଜର ବ୍ୟାଟେରୀ କମ୍ପୋସିଟିରେ ୧୦ ପ୍ରତିଶତ କାଟ୍ କରାଯାଇଛି ।

କେଉଁଠୁ ଆସେ ପାର୍ଟ୍ସ ?
ଫୋନର ୨୬.୮ ପ୍ରତିଶତ ପାର୍ଟ୍ସ ସାଉଥ କୋରିଆରୁ ଆସିଥାଏ । ଏହାପରେ ୟୁଏସ୍ ଓ ୟୁରୋପରୁ ମଧ୍ୟ ୨୧.୯ ପ୍ରତିଶତ ପାର୍ଟ୍ସ ଆସେ । କମ୍ପୋନେଟ୍ ସେୟାରରେ ଚୀନର ଭାଗ ମାତ୍ର ୫ ପ୍ରତିଶତ । ଜାପାନରୁ ୧୩.୬ ପ୍ରତିଶତ ଓ ତାଇୱାନରୁ ୧୧.୧ ପ୍ରତିଶତ ପାର୍ଟ୍ସ ଆସେ ।