ଆଇଫୋନ୍‌ ୟୁଜର୍ସଙ୍କୁ ଝଟକା, ଆପ୍ସ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ନୂଆଦିଲ୍ଲୀ, ୨୭/ ୧୦: ଆପଲ ଆଇଫୋନ୍‌ ବ୍ୟବହାର କରୁଥିବା ୟୁଜର୍ସଙ୍କ ପାଇଁ ଦୁଃଖ ଖବର। ଖୁବଶୀଘ୍ର ଆପଲ ୟୁଜର୍ସଙ୍କୁ ଆପ୍ସ ଓ ଇନ୍‌ ଆପ୍ସ କିଣିବାକୁ ଅଧିକ ଟଙ୍କା ଦେବାକୁ ପଡ଼ିବ। ସୂଚନାଥାଉକି, ଭାରତ, ଇଣ୍ଡୋନେସିଆ, ବ୍ରାଜିଲ, କଲମ୍ବିଆ, ସାଉଥ ଆଫ୍ରିକା ଓ ରୁଷ ଦେଶରେ ଆପଲ ଆପ୍‌ ଷ୍ଟୋର ଆପ ମୂଲ୍ୟର ଦର ବଢ଼ାଇବାକୁ ଯାଉଛି। ଆପଲ ନିଜର ବ୍ଲଗ୍‌ ପୋଷ୍ଟରେ ସୂଚନା ଦେଇଛି ଯେ, ଟ୍ୟାକ୍ସ ବୃଦ୍ଧି ହେତୁ କମ୍ପାନୀ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଯଦି ଭାରତ କଥା କହିବା ତେବେ ଭାରତରେ ଇଣ୍ଟରନେଟ୍‌ କମ୍ପାନୀ ଉପରେ ୧୮ ପ୍ରତିଶତ ଜିଏସ୍‌ଟି ସହ ଅତିରିକ୍ତ ଟ୍ୟାକ୍ସ(ଇକ୍ୟୁଲାଇଜେସନ୍‌ ଲେଭି) ଲାଗୁଛି।

ଆପଲ ପକ୍ଷରୁ କୁହାଯାଇଛି ଯେ, ଯେବେ ଟ୍ୟାକ୍ସରେ ଫରେନ ଏକ୍ସଚେଞ୍ଜ ରେଟ ବଦଳିଥାଏ। ତେବେ ଆପ୍‌ ଷ୍ଟୋରର ମୂଲ୍ୟ ବୃଦ୍ଧି କରିବାକୁ ପଡ଼ିଥାଏ। ଆଉକିଛି ଦିନ ପରେ ଆପ୍‌ ଷ୍ଟୋରରୁ ଆପ୍‌ ଓ ଇନ୍‌ ଆପ୍‌ କିଣିବାକୁ ହେଲେ ଭାରତ, ଇଣ୍ଡୋନେସିଆ, ବ୍ରାଜିଲ, କଲମ୍ବିଆ, ସାଉଥ ଆଫ୍ରିକା ଓ ରୁସବାସୀଙ୍କୁ ଅଧିକା ମୂଲ୍ୟ ଦେବାକୁ ପଡ଼ିବ।

   ସମ୍ବନ୍ଧିତ ଖବର


ଗୋଟେ ବର୍ଷରେ ୨୩ଜଣ ପିଲାଙ୍କର ବାପା ହେଲେ ଯୁବକ ! କହିଲେ, ତାଙ୍କୁ କାହିଁକି ମହିଳାମାନେ ପସନ୍ଦ କରୁଛନ୍ତି

ଭଲ ଖବର- ସିଙ୍ଗାପୁରରେ କୋଭିଡ୍‌ ଆଣ୍ଟିବଡି ସହ ଜନ୍ମ ହେଲା ଶିଶୁ

ଭାରତ ବିସ୍ମୟ ବାଳକ- ବୟସ ମାତ୍ର ୪ ବଜାଉଛନ୍ତି ତାଳରେ ଢୋଲ:ଦେଖନ୍ତୁ ଶୁଣନ୍ତୁ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

କରୋନା ଭୟ, ମାସ୍କ ପିନ୍ଧି ଭୋଜିରେ ଖାଉଛନ୍ତି ବ୍ୟକ୍ତି- ଦେଖନ୍ତୁ ଭିଡିଓ

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…