ଆଇପିଏଲ୍‌-୧୨ର ୪୦ଟି ମ୍ୟାଚ୍‌ ଖେଳ ଶେଷ: ୱାର୍ଣ୍ଣର, ରାବାଡା ଆଗରେ

ଇତିମଧ୍ୟରେ ଚଳିତ ଆଇପିଏଲ୍‌-୧୨ର ୪୦ଟି ମ୍ୟାଚ୍‌ ଖେଳ ଶେଷ ହୋଇଛି । ପଏଣ୍ଟ ଟେବୁଲର ଶ୍ରେଷ୍ଠ ୪ଟି ସ୍ଥାନ ମଧ୍ୟରେ ରହିବା ପାଇଁ ଦଳ ଗୁଡ଼ିକ ମଧ୍ୟରେ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି । ଗତ ମ୍ୟାଚ୍‌ ଗୁଡ଼ିକର ପ୍ରଦର୍ଶନକୁ ଯଦି ବିଚାରକୁ ନିଆଯିବ, ତେବେ ଉଭୟ ବ୍ୟାଟିଂ ଓ ବୋଲିଂରେ ବିଦେଶୀ ଖେଳାଳିଙ୍କ ଦବ୍‌ଦବ ଦେଖିବାକୁ ମିଳିଛି । ବ୍ୟାଟିଂରେ ଅଷ୍ଟ୍ରେଲୀୟ ତାରକା ଡେଭିଡ୍‌ ୱାର୍ଣ୍ଣର ଓ ବୋଲିଂରେ ଦକ୍ଷିଣ ଆଫ୍ରିକାର ଯୁବ ଉଦୀୟମାନ ତାରକା କାଗିସୋ ରାବାଡ଼ା ଆଗରେ ରହିଛନ୍ତି ।
ଅରେଞ୍ଜ କ୍ୟାପ
ବ୍ୟାଟିଂରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରି ସର୍ବାଧିକ ସ୍କୋର ହାସଲକାରୀ ବ୍ୟାଟ୍ସମ୍ୟାନ ଅରେଞ୍ଜ କ୍ୟାପ୍‌ ପରିଧାନ କରିଥାନ୍ତି । ଏ ଥର ଏହି କ୍ୟାପ୍‌ ସନ୍‌ରାଇଜର୍ସ ହାଇଦ୍ରାବାଦର ଦୁର୍ଦ୍ଧର୍ଷ ବ୍ୟାଟ୍ସମ୍ୟାନ ଡେଭିଡ୍‌ ୱାର୍ଣ୍ଣରଙ୍କୁ ମିଳିଛି । ସେ ଆରମ୍ଭରୁ ଏ ପର୍ଯ୍ୟନ୍ତ ବେଶ ଚମତ୍କାର ପ୍ରଦର୍ଶନ କରି ୫୦୦ରୁ ଊଦ୍ଧ୍ୱର୍ ସ୍କୋର କରି ସାରିଲେଣି ।
ଡେଭିଡ୍‌ ୱାର୍ଣ୍ଣର: ସେ ଏ ପର୍ଯ୍ୟନ୍ତ ୯ଟି ମ୍ୟାଚ୍‌ ଖେଳି ୫୧୭ ରନ୍‌ ସଂଗ୍ରହ କରି ସାରିଲେଣି । ଏଥିରେ ୪୭ଟି ଚୌକା ଓ ୧୭ଟି ଛକା ସାମିଲ ରହିଛି । ସର୍ବାଧିକ ବ୍ୟକ୍ତିଗତ ରନ୍‌ ୧୦୦ (ଅପରାଜିତ) । ସିଜନରେ ସେ ଏହି ଗୋଟିଏ ଶତକ ସହ ୬ଟି ଅର୍ଦ୍ଧଶତକ ହାସଲ କରି ସାରିଲେଣି ।
ଜନି ବେୟାରଷ୍ଟୋ: ସନ୍‌ରାଇଜର୍ସ ହାଇଦ୍ରାବାଦର ଅନ୍ୟତମ ଦୁର୍ଦ୍ଧର୍ଷ ବ୍ୟାଟ୍ସମ୍ୟାନ ବେୟାରଷ୍ଟୋ ୯ଟି ମ୍ୟାଚ୍‌ ଖେଳି ୪୪୫ ରନ୍‌ କରିଛନ୍ତି । ଯେଉଁଥିରେ ୪୮ଟି ଚୌକା ଓ ୧୮ଟି ଛକା ସାମିଲ ରହିଛି । ସର୍ବାଧିକ ବ୍ୟକ୍ତିଗତ ସ୍କୋର ହେଉଛି ୧୧୪ । ଏହି ଗୋଟିଏ ଶତକ ସହ ୨ଟି ଅର୍ଦ୍ଧଶତକ ସାମିଲ ରହିଛି ।
କ୍ରିସ୍‌ ଗେଲ୍‌: କିଙ୍ଗ୍‌ସ ଏକାଦଶ ପଞ୍ଜାବର ଭୟଙ୍କର ଓପନର ଗେଲ୍‌ ସିଜନରେ ୯ଟି ମ୍ୟାଚ୍‌ ଖେଳି ସାରିଲେଣି । ୪ଟି ଅର୍ଦ୍ଧଶତକ ସହ ସେ ମୋଟ୍‌ ୪୨୧ ରନ୍‌ ସଂଗ୍ରହ କରିଛନ୍ତି । ଯେଉଁଥିରେ ୩୬ଟି ଚୌକା ଓ ୩୧ଟି ଛକା ସାମିଲ ରହିଛି । ଅପରାଜିତ ୯୯ ରନ୍‌ ହେଉଛି ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ।
ଶିଖର ଧାୱନ: ୩ ବିଦେଶୀଙ୍କ ତଳକୁ ଧାୱନ ପ୍ରଥମ ଭାରତୀୟ ଭାବେ ଚତୁର୍ଥ ସ୍ଥାନରେ ରହିଛନ୍ତି । ସେ ୧୧ଟି ମ୍ୟାଚ୍‌ ଖେଳି ୪୦୧ ରନ୍‌ କରିଛନ୍ତି । ଯେଉଁଥିରେ ୪ଟି ଅର୍ଦ୍ଧଶତକ ସାମିଲ ରହିଛନ୍ତି । ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ହେଉଛି ଅପରାଜିତ ୯୭ ରନ୍‌ । ସେ ଏ ପର୍ଯ୍ୟନ୍ତ ୫୦ଟି ଚୌକା ଓ ୮ଟି ଛକା ମାରିଛନ୍ତି ।
ଲୋକେଶ ରାହୁଲ: ପଞ୍ଚମ ସ୍ଥାନରେ ରହିଛନ୍ତି କିଙ୍ଗ୍‌ସ ଏକାଦଶ ଓପନର ରାହୁଲ । ସେ ୧୦ଟି ମ୍ୟାଚ୍‌ରୁ ୩୯୯ ରନ୍‌ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ୪ଟି ଅର୍ଦ୍ଧଶତକ ସାମିଲ ରହିଛି । ଅପରାଜିତ ୧୦୦ ରନ୍‌ ହେଉଛି ତାଙ୍କର ବ୍ୟକ୍ତିଗତ ସର୍ବାଧିକ ସ୍କୋର । ରାହୁଲ ୩୧ଟି ଚୌକା ଓ ୧୪ଟି ଛକା ମାରିଛନ୍ତି ।
ଆନ୍ଦ୍ରେ ରସେଲ: କୋଲକାତା ନାଇଟ୍‌ ରାଇଡର୍ସର ମଧ୍ୟଭାଗର ଧୂଆଁଧାର ବ୍ୟାଟ୍ସମ୍ୟାନ ରସେଲ ଚଳିତ ସିଜନରେ ବେଶ ଚର୍ଚ୍ଚାରେ ରହିଛନ୍ତି । ଏ ପର୍ଯ୍ୟନ୍ତ ସେ ୧୦ଟି ମ୍ୟାଚ୍‌ ଖେଳି ୩୯୨ ରନ୍‌ କରିଛନ୍ତି । ଯେଉଁଥିରେ ୩ଟି ଅର୍ଦ୍ଧଶତକ ସାମିଲ ରହିଛି । ସିଜନରେ ସର୍ବାଧିକ ଛକା ମାରିବାର ରେକର୍ଡ ତାଙ୍କ ନାମରେ ରହିଛି । ସେ ୪୧ଟି ଛକା ଓ ୨୩ଟି ଚୌକା ମାରି ସାରିଲେଣି । ୬୫ ତାଙ୍କର ସର୍ବାଧିକ ସ୍କୋର ।
ପର୍ପଲ କ୍ୟାପ
ସର୍ବାଧିକ ୱିକେଟ୍‌ ହାସଲକାରୀ ବୋଲର ପର୍ପଲ କ୍ୟାପ୍‌ ପରିଧାନ କରିଥାନ୍ତି । ଚଳିତ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସର ପେସ୍‌ ତାରକା କାଗିସୋ ରାବାଡା ୨୦ରୁ ଊଦ୍ଧ୍ୱର୍ ୱିକେଟ୍‌ ହାସଲ କରି ପର୍ପଲ କ୍ୟାପ ପରିଧାନ କରିଛନ୍ତି ।
କାଗିସୋ ରାବାଡ଼ା: ଦିଲ୍ଲୀ କ୍ୟାପିଟାଲ୍ସର ଏହି ଉଦୀୟମାନ ତାରକାଙ୍କ ବୋଲିଂ ବେଶ ଆକର୍ଷଣୀୟ ରହିଛି । ସେ ୧୧ଟି ମ୍ୟାଚ୍‌ ଖେଳି ୨୩ଟି ୱିକେଟ୍‌ ହାସଲ କରି ସାରିଲେଣି । ୨ ଥର ସେ ୪ଟି ଲେଖାଏଁ ୱିକେଟ୍‌ ହାସଲ କରିଥିଲେ ।
ଇମ୍ରାନ ତାହିର: ଚେନ୍ନାଇ ସୁପରକିଙ୍ଗ୍‌ସ ପକ୍ଷରୁ ତାହିର ୧୦ଟି ମ୍ୟାଚ୍‌ ଖେଳି ୧୬ଟି ୱିକେଟ୍‌ ହାସଲ କରିଛନ୍ତି । ଥରୁଟିଏ ସେ ଗୋଟିଏ ମ୍ୟାଚ୍‌ରେ ୪ଟି ୱିକେଟ୍‌ ହାସଲ କରିଥିଲେ ।
ୟୁଝବେନ୍ଦ୍ର ଚହଲ: ଦୁଇ ବିଦେଶୀ ବୋଲରଙ୍କ ପରେ ତୃତୀୟ ସ୍ଥାନରେ ରହିଛନ୍ତି ଚହଲ । ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳୁଥିବା ଚହର ୧୦ଟି ମ୍ୟାଚ୍‌ ଖେଳି ୧୪ଟି ୱିକେଟ୍‌ ହାସଲ କରିଛନ୍ତି । ଥରୁଟିଏ ସେ ଗୋଟିଏ ମ୍ୟାଚ୍‌ରେ ୪ଟି ୱିକେଟ୍‌ ହାସଲ କରିଥିଲେ ।
ଦୀପକ ଚହର: କିଙ୍ଗ୍‌ସ ଏକାଦଶ ପକ୍ଷରୁ ସେ ୧୦ଟି ମ୍ୟାଚ୍‌ ଖେଳି ୧୩ଟି ୱିକେଟ୍‌ ହାସଲ କରିଛନ୍ତି ।
ମହମ୍ମଦ ସାମି: କିଙ୍ଗ୍‌ସ ଏକାଦଶର ପେସ ତାରକା ସାମି ୧୦ଟି ମ୍ୟାଚ୍‌ ଖେଳି ୧୩ଟି ୱିକେଟ୍‌ ହାସଲ କରିଛନ୍ତି ।

   ସମ୍ବନ୍ଧିତ ଖବର


ଓସିଏ ଆୟୋଜନ କରିବ ଟି-୨୦ ଲିଗ୍, ଭାଗ ନେବେ ୬ଟି ଟିମ୍‌

NZ vs WI: ବର୍ଷା ପାଇଁ ବାତିଲ ହେଲା ତୃତୀୟ ଟି-୨୦, ୨-୦ରେ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ଓଡ଼ିଶା ଏଫ୍‌ସି ଓ ଜାମସେଦପୁର ଏଫ୍‌ସି ମଧ୍ୟରେ ଅନୁଷ୍ଠିତ ମୁକାବିଲା ୨-୨ ଗୋଲ୍‌ରେ ଡ୍ର’

ବିରାଟଙ୍କ କ୍ୟାପଟେନ୍ସିକୁ ନେଇ ପୁଣି ବର୍ଷିଲେ ଗମ୍ଭୀର, କହିଲେ…

ଟେଷ୍ଟ ଚାମ୍ପିଅନସିପ୍‌ ଟୁର୍ଣ୍ଣାମେଣ୍ଟରେ ଲାଗି ପାରେ ବ୍ରେକ୍; ଆଇସିସି ଅଧ୍ୟକ୍ଷ ଦେଲେ ସଙ୍କେତ, କହିଲେ-ଫାଇଦା…

କ୍ଷମତା ବାହାରେ ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ୍‌, ଏମିତି କାହିଁକି କହିଲେ ICCର ନୂତନ ଅଧ୍ୟକ୍ଷ