PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

IPL-13 ଏସ୍‌ଓପି ଜାରି : ୟୁଏଇରେ ୬ ଦିନ କ୍ୱାରେଣ୍ଟାଇନ୍‌ରେ‌ ରହିବେ ଖେଳାଳି ଓ ଅଫିସିଆଲ୍

ମୁମ୍ବାଇ, ୦୮/୦୮: ୟୁଏଇରେ ପହଞ୍ଚିବା ମାତ୍ରେ ଆଇପିଏଲ୍‌ର ପ୍ରତ୍ୟେକ ଦଳର ଖେଳାଳି ଓ ଅଫିସିଆଲମାନେ ୬ ଦିନ କ୍ୱାରେଣ୍ଟାଇନ୍‌ରେ ରହିବେ । କିନ୍ତୁ ଏହାକୁ ବିଭିନ୍ନ ଫ୍ରାଞ୍ଚାଇମାନେ ୩ ଦିନ କରିବାକୁ ଚାହୁଁଥିଲେ । ହେଲେ ଏଥିରେ ବିସିସିଆଇ ରାଜି ହୋଇ ନଥିଲା । ଖେଳାଳିଙ୍କ ସ୍ୱାସ୍ଥ୍ୟ ସୁରକ୍ଷାରେ କୌଣସି ସାଲିସ୍‌ କରାଯିବ ନାହିଁ ବୋଲି ଯୁକ୍ତି କରିଥିଲେ ବୋର୍ଡ କର୍ମକର୍ତ୍ତା । ଶେଷରେ ୬ ଦିନ କ୍ୱାରେଣ୍ଟାଇନ୍‌ ବ୍ୟବସ୍ଥା ଉପରେ ସମସ୍ତେ ଏକମତ ହୋଇଥିଲେ ।

ପୂର୍ବରୁ ଜଣେ ବିସିସିଆଇ କର୍ମକର୍ତ୍ତା ଦେଇଥିବା ସୂଚନା ଅନୁସାରେ, ନିଜ ନିଜ ଦଳରେ ୧୪ ଦିନିଆ କ୍ୱାରେଣ୍ଟାଇନ୍‌ରେ (ଭାରତରେ) ଯୋଗ ଦେବାର ଏକ ସପ୍ତାହ ପୂର୍ବରୁ ସମସ୍ତ ଭାରତୀୟ ଖେଳାଳି ଓ ସହଯୋଗୀ କର୍ମଚାରୀଙ୍କର ଦୁଇଥର କୋଭିଡ୍‌-୧୯ ଆର୍‌ଟି-ପିସିଆର୍‌ ପରୀକ୍ଷା କରାଯିବ । ଯଦି କୌଣସି ଜଣଙ୍କର ରିପୋର୍ଟ ପୋଜିଟିଭ୍‌ ଆସିଲା ତେବେ ସେ ୧୪ ଦିନିଆ କ୍ୱାରେନଣ୍ଟାଇନ୍‌ରେ ରହିବେ । କ୍ୱାରେଣ୍ଟାଇନ୍‌ ଶେଷ ହେବା ପରେ ୨୪ ଘଣ୍ଟା ମଧ୍ୟରେ ତାଙ୍କର ଦୁଇଥର କୋଭିଡ୍‌-୧୯ ଆରଟି-ପିସିଆର ପରୀକ୍ଷା କରାଯିବ । ଯଦି ରିପୋର୍ଟ ନେଗେଟିଭ୍‌ ଆସିବ ତେବେ ତାଙ୍କୁ ୟୁଏଇ ଯିବା ପାଇଁ ଅନୁମତି ଦିଆଯିବ । କଥା ଏତିକିରେ ଶେଷ ହେବ ନାହିଁ ।

ୟୁଏଇରେ ପହଞ୍ଚିବା ପରେ ସେମାନଙ୍କର କୋଭିଡ୍‌ ପରୀକ୍ଷା ହେବ । ସେଠାରେ ସେମାନଙ୍କର ୩ ଥର ରିପୋର୍ଟ ନେଗେଟିଭ୍‌ ରହିଲେ ଜୈବ ସୁରକ୍ଷା ବଳୟକୁ ପ୍ରବେଶ ଅନୁମତି ଦିଆଯିବ ଏବଂ ସେ ଅଭ୍ୟାସ ଆରମ୍ଭ କରି ପାରିବେ ।’ ୟୁଏଇରେ କ୍ୱାରେଣ୍ଟାଇନ୍‌ରେ ରହିବା ସମୟରେ ସମସ୍ତ ଖେଳାଳି, ଅଫିସିଆଲ୍‌ ଓ ଅନ୍ୟ କର୍ମକର୍ତ୍ତାଙ୍କର ପ୍ରଥମ, ତୃତୀୟ ଓ ଷଷ୍ଠ ଦିନରେ କୋଭିଡ୍‌ ପରୀକ୍ଷା କରାଯିବ । ଏହାପରେ ଟୁର୍ଣ୍ଣାମେଣ୍ଟ ଶେଷ ହେବା ପର୍ଯ୍ୟନ୍ତ ପ୍ରତି ୫ ଦିନରେ ଥରେ ପରୀକ୍ଷା ହେବ । ପରିବାର ଲୋକଙ୍କୁ ଖେଳାଳି ଏବଂ ମ୍ୟାଚ୍‌ ଅଫିସିଆଲ୍‌ ରହୁଥିବା ଅଞ୍ଚଳକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ । ଖେଳାଳିମାନେ ଜୈବ ସୁରକ୍ଷା ବଳୟରେ ରହିବା ସମୟରେ ପରିବାର ଲୋକଙ୍କୁ ଭେଟି ପାରିବେ ନାହିଁ । ସେମିତି ଅଭ୍ୟାସ କରିବା ସମୟରେ ସମସ୍ତେ ସାମାଜିକ ଦୂରତା ରକ୍ଷା କରିବେ ଏବଂ ସମସ୍ତେ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ । ଯଦି କେହି ଜୈବ ସୁରକ୍ଷା ବଳୟ ନିୟମ ଉଲ୍ଲଂଘନ କରନ୍ତି ତେବେ ତାଙ୍କୁ ସାତ ଦିନ ସଙ୍ଗରୋଧରେ ରଖାଯିବ ।