IPL-2020: ନିୟମ କୋହଳ କଲା ବିସିସିଆଇ, ମାତ୍ର ୩୬ ଘଣ୍ଟା ସଙ୍ଗରୋଧରେ ରହିବେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଖେଳାଳି

ଦୁବାଇ, ୧୭/୦୯: ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ସିରିଜ ଶେଷ ହୋଇଛି । ଗୁରୁବାର ବିଳମ୍ବିତ ରାତି ସୁଦ୍ଧା ଉଭୟ ଦେଶର କିଛି ଖେଳାଳି ୟୁଏଇରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । କୋଭିଡ୍‌ ନିୟମ ଅନୁସାରେ, ସେମାନେ ୬ ଦିନ ସଙ୍ଗରୋଧରେ ରହିବା କଥା । ମାତ୍ର ଏହାକୁ କୋହଳ କରିଛି ବିସିସିଆଇ ।

ୟୁଏଇରେ ପାଦ ଦେବା ପରେ ୨୧ ଜଣ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳି ମାତ୍ର ୩୬ ଘଣ୍ଟା ସଙ୍ଗରୋଧରେ ରହିବେ। ସେମାନେ ଗୋଟିଏ ଜୈବ ସୁରକ୍ଷା ବଳୟ ମଧ୍ୟରେ ଥିଲେ । ସେଠାରୁ ଆସି ଆଉ ଏକ ଜୈବ ସୁରକ୍ଷା ବଳୟରେ ଯୋଗଦେବେ । ତେଣୁ ବିଶେଷ ଅଧିକ ଦିନ ସଙ୍ଗରୋଧରେ ରହିବାର ଆବଶ୍ୟକତା ନାହିଁ ବୋଲି ବିସିସିଆଇ ଅନୁଭବ କରିବା ପରେ ଏଭଳି ନିଷ୍ପତ୍ତି ନେଇଛି । ଷ୍ଟିଭେନ ସ୍ମିଥ୍‌, ଡେଭିଡ୍‌ ୱାର୍ଣ୍ଣର, ଜୋଫ୍ରା ଆର୍ଚର ଓ ଜୋସ ବଟଲର ବିଳମ୍ବିତ ରାତିରେ ପହଞ୍ଚିଥିବା ସୂଚନା ମିଳିଛି।

   ସମ୍ବନ୍ଧିତ ଖବର


କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନା ପଜିଟିଭ୍

କରୋନା ସଂକ୍ରମଣର ଆତଙ୍କ ଭିତରେ ଆସିଲା ଭଲ ଖବର —ଅଧ୍ୟୟନରୁ ସ୍ପଷ୍ଟ ହେଲା ଏହି ତଥ୍ୟ

କରୋନା ଭାକ୍‌ସିନ୍‌ କେବେ ଉପଲବ୍ଧ ହେବ ? ସିରମ ଇନଷ୍ଟିଚ୍ୟୁଟ୍‌ର ସିଇଓ କହିଲେ ….

କଣ’ ଭାରତରେ ମାଗଣାରେ ମିଳିବ କରୋନା ଟିକା ? ଏମିତି ଜବାବ ରଖିଲା ସରକାରୀ ପ୍ୟାନେଲ…

୨୦୨୧ ସିଜନରେ ବି ଧୋନି ଅଧିନାୟକ ରହିବେ: ସିଏସ୍‌କେ

ପୁରୁଷ ଫୁଟବଲ୍‌ ଦଳର କୋଚ୍‌ ହେବାରେ ଫୈଜା ପ୍ରଥମ ମହିଳା