PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ଆଇପିଏଲ୍‌ ନିଲାମୀ ତାଲିକାରେ ଏକ ମାତ୍ର ଓଡିଆ ଶୁଭ୍ରାଂଶୁ ଶେଖର

କଟକ ୧୪/୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଆଗାମୀ ସଂସ୍କରଣ ପାଇଁ ଖେଳାଳି ନିଲାମ ଆସନ୍ତା ୧୯ ତାରିଖରେ କୋଲକାତାରେ ହେବ। ଏଥିପାଇଁ ୩୩୨ ଜଣିଆ ଖେଳାଳି ତାଲିକା ପ୍ରକାଶ ପାଇଛି । ତାଲିକାରେ ମୋଟ୍‌ ୧୮୬ ଜଣ ଘରୋଇ ଖେଳାଳି ରହିଛନ୍ତି। ଓଡ଼ିଶାରୁ ଏକ ମାତ୍ର ଖେଳାଳି ଭାବେ ରାଜ୍ୟ ରଣଜୀ ଦଳର ଅଧିନାୟକ ଶୁଭ୍ରାଂଶୁ ଶେଖର ସେନାପତି ଏହି ତାଲିକାରେ ସାମିଲ ହୋଇଛନ୍ତି । ୮ଟି ଦଳର ମାଲିକମାନଙ୍କ ମଧ୍ୟରୁ ଯଦି କୌଣସି ଦଳ ତାଙ୍କୁ ଦଳରେ ସାମିଲ କରନ୍ତି, ତେବେ ସେ ରାଜ୍ୟର ୩ୟ ଖେଳାଳି ଭାବେ ଆଇପିଏଲରେ ସାମିଲ ହେବେ । ଶୁଭ୍ରାଂଶୁଙ୍କ ବେସ୍‌ ପ୍ରାଇସ୍‌ ବା ମୂଳଦର ୨୦ ଲକ୍ଷ ଟଙ୍କା ରହିଛି ।

ଶୁଭ୍ରାଂଶୁଙ୍କ ପୂର୍ବରୁ ହଳଧର ଦାସ ଓ ବିପ୍ଳବ ସାମନ୍ତରାୟ ଆଇପିଏଲରେ ସାମିଲ ହୋଇଥିଲେ । ରଣଜୀ ସଂସ୍କରଣ-୨୦୧୮ ଓ କିଛି ଦିନ ତଳେ ଶେଷ ହୋଇଥିବା ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟୁର୍ନାମେଣ୍ଟରେ ଶୁଭ୍ରାଂଶୁଙ୍କ ପ୍ରଦର୍ଶନ ବେଶ୍‌ ପ୍ରଭାବଶାଳୀ ରହିଥିଲା । ଯାହା ଫଳରେ ତାଙ୍କ ନାମକୁ ଆଇପିଏଲ କମିଟି ନିଲାମୀରେ ତାଲିକା ଭୁକ୍ତ କରିଛି । ଏ ପର୍ଯ୍ୟନ୍ତ ସେ ୧୬ଟି ଟି-୨୦ ମ୍ୟାଚ୍‌ ଖେଳି ୨୭.୧୫ ଆଭରେଜରେ ୩୫୩ ରନ ସଂଗ୍ରହ କରିଛନ୍ତି । ଷ୍ଟ୍ରାଇକରେଟ୍‌ ୧୨୩.୮୫ ରହିଥିବା ବେଳେ ୫୧ ରନ ହେଉଛି ଶୁଭ୍ରାଂଶୁଙ୍କ ସର୍ବାଧିକ ସ୍କୋର ।

ଶୁଭ୍ରାଂଶୁ କହିଛନ୍ତି, ନିଲାମୀରେ ମୋ ନାମ ସାମିଲ ହୋଇଥିବାରୁ ଖୁସି ଲାଗୁଛି । ଯଦି କୌଣସି ଦଳରେ ସୁଯୋଗ ମିଳେ ନିଶ୍ଚିତ ଭାବେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରୟାସ କରିବି ।