IPL-2020: ଆଜି କିଙ୍ଗ୍‌ସ ଏକାଦଶ ପଞ୍ଜାବକୁ ଭେଟିବ ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ, ପ୍ଲେ-ଅଫ୍‌ ଯୋଗ୍ୟତା ପାଇଁ କଡ଼ା ଟକ୍କର ଦେବ KXIP

ଦୁବାଇ, ୧୮/୧୦: ଆଜି ଆଇପିଏଲ୍‌ର ୩୬ତମ ଲିଗ୍‌ରେ କିଙ୍ଗ୍‌ସ ଏକାଦଶ ପଞ୍ଜାବକୁ ଭେଟିବାକୁ ଯାଉଛି ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ। ଏହି ମୁକାବିଲା ଉଭୟ ଦଳର ପ୍ଲେ-ଅଫ୍‌ ଭାଗ୍ୟ ନିର୍ଦ୍ଧାରଣ କରିବ । ମ୍ୟାଚ୍‌ ବିଜୟୀ ହେଲେ ମୁମ୍ବାଇର ପ୍ଲେ-ଅଫ୍‌ ଯୋଗ୍ୟତା ଏକପ୍ରକାର ନିଶ୍ଚିତ ହୋଇଯିବ । ଅନ୍ୟ ପଟରେ ପ୍ଲେ-ଅଫ୍‌ ଦୌଡ଼ରେ ରହିବାକୁ ହେଲେ କିଙ୍ଗ୍‌ସ ଏକାଦଶକୁ ଏହି ମ୍ୟାଚ୍‌ ଜିତିବା ଜରୁରୀ । ଯଦି ଦଳ ପରାଜିତ ହୁଏ, ତା’ହେଲେ ପ୍ଲେ-ଅଫ୍‌ରୁ ବାଦ୍‌ ପଡ଼ିବା ସୁନିଶ୍ଚିତ । ତେଣୁ ଦଳ ବିଜୟ ପାଇଁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ।

ମୁମ୍ବାଇ ୮ମ୍ୟାଚ୍‌ରୁ ୬ ବିଜୟ ସହ ମୋଟ ୧୨ପଏଣ୍ଟ ପାଇଛି । ଅନ୍ୟ ପଟରେ କିଙ୍ଗ୍‌ସ ଏକାଦଶ ସମାନ ସଂଖ୍ୟକ ମ୍ୟାଚ୍‌ରୁ ମାତ୍ର ୨ଟି ବିଜୟ ସହ ୪ପଏଣ୍ଟ ପାଇ ନିମ୍ନ ସ୍ଥାନରେ ରହିଛି । ତେଣୁ ପ୍ଲେ-ଅଫ୍‌ ଯୋଗ୍ୟତା ପାଇଁ ସବୁ ମ୍ୟାଚ୍‌ ଜିତିବା ଜରୁରୀ ହୋଇ ପଡ଼ିଛି । ପ୍ରଥମ ପର୍ଯ୍ୟାୟରେ କିଙ୍ଗ୍‌ସ ଏକାଦଶ ୪୮ରନ୍‌ରେ ମୁମ୍ବାଇଠୁ ପରାସ୍ତ ହୋଇଥିଲା । ମୁମ୍ବାଇକୁ ରୋକିବା ଦଳ ପାଇଁ ସେତେଟା ସହଜ ହେବନି । ରୋହିତ ଶର୍ମାଙ୍କ ନେତୃତ୍ୱାଧିନ ମୁମ୍ବାଇ କ୍ରମାନ୍ୱୟରେ ୫ଟି ମ୍ୟାଚ୍‌ ଜିତି ଦୃଢ଼ ମନୋବଳରେ ରହିଛି ।

ଦୁର୍ଦ୍ଦର୍ଷ କ୍ରିସ୍‌ ଗେଲ୍‌ଙ୍କ ପ୍ରତ୍ୟାବର୍ତ୍ତନ କିଙ୍ଗ୍‌ସ ଏକାଦଶ ଶିବିରରେ ପୁନଃ ଆଶା ସଞ୍ଚାର କରିଛି । ରୟାଲ୍‌ ଚ୍ୟାଲେଞ୍ଜର୍ସ ବିପକ୍ଷରେ ଗେଲ୍‌ (୫୩), ଅଧିନାୟକ ଲୋକେଶ ରାହୁଲ (ଅପରାଜିତ ୬୧) ଓ ମୟଙ୍କ୍‌ ଅଗ୍ରୱାଲ (୪୫) ଧୂଆଁଧାର ପ୍ରଦର୍ଶନ କରିଥିଲେ । ଗେଲ୍‌ଙ୍କଠୁ ଆଉଏକ ବଡ଼ ଇନିଂସ୍‌ ଆଶା କରାଯାଉଛି । କିନ୍ତୁ ମୁମ୍ବାଇ ବୋଲିଂ ବିଭାଗ ସବୁଠୁ ଦୃଢ଼ ରହିଛି । ଆଜିର ମ୍ୟାଚ୍‌ରେ ଗେଲ୍‌ ଓ ମୁମ୍ବାଇର ଷ୍ଟାର୍‌ ପେସ୍‌ ବୋଲର ଯଶପ୍ରୀତ୍‌ ବୁମ୍‌ରାଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ । ମୁମ୍ବାଇକୁ ଅଟକାଇବାକୁ ହେଲେ କିଙ୍ଗ୍‌ସ ଏକାଦଶ ବୋଲିଂ ବିଭାଗକୁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ ।

ମୁମ୍ବାଇ ଚଳିତ ସିଜନରେ ସବୁଠୁ ଶକ୍ତିିଶାଳୀ ଦଳ ଭାବେ ଉଭା ହୋଇଛି । ଅନ୍ୟ ଦଳ ତୁଳନାରେ ମୁମ୍ବାଇ ମାତ୍ର ୧୩ଜଣ ଖେଳାଳିଙ୍କୁ ସୁଯୋଗ ଦେଇଛି । ଦଳର ସବୁ ଖେଳାଳି ଫର୍ମରେ ରହିଛନ୍ତି । ଆଜି ରୋହିତ (୨୫୧ରନ୍‌), କ୍ୱିଣ୍ଟନ ଡି’କକ୍‌ (୨୬୯ରନ୍‌), ସୂର୍ଯ୍ୟକୁମାର ଯାଦବ (୨୪୩ରନ୍‌) ଏବଂ କିରେନ୍‌ ପୋଲାର୍ଡ଼ ଓ ହାର୍ଦ୍ଦିକ ପାଣ୍ଡ୍ୟା ସମସ୍ତଙ୍କ ନଜରରେ ରହିବେ । କିଙ୍ଗ୍‌ସ ଏକାଦଶ ବିପକ୍ଷ ପ୍ରଥମ ମୁକାବିଲାରେ ରୋହିତ ୭୦ରନ୍‌ର ଧୂଆଁଧାର ଇନିଂସ୍‌ ଖେଳିଥିଲେ । ବୋଲିଂ ବିଭାଗରେ ବୁମ୍‌ରା ଓ ସ୍ପିନର ରାହୁଲ ଚହର କିଙ୍ଗ୍‌ସ ଏକାଦଶ ପାଇଁ ବିପଦଜ୍ଜନକ ସାବ୍ୟସ୍ତ ହୋଇପାରନ୍ତି ।

ସମ୍ଭାବ୍ୟ ଏକାଦଶ


ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା (ଅଧିନାୟକ), କ୍ୱିଣ୍ଟନ ଡି’କକ୍‌, ସୂର୍ଯ୍ୟକୁମାର ଯାଦବ, ଈଶାନ୍‌ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, କିରେନ୍‌ ପୋଲାର୍ଡ଼, କୃନାଲ୍‌ ପାଣ୍ଡ୍ୟା, ନାଥାନ କଲ୍ଟର ନିଲ୍‌, ଟ୍ରେଣ୍ଟ ବୋଲ୍ଟ, ରାହୁଲ ଚହର, ଯଶପ୍ରୀତ୍‌ ବୁମ୍‌ରା ।

କିଙ୍ଗ୍‌ସ ଏକାଦଶ: ଲୋକେଶ ରାହୁଲ (ଅଧିନାୟକ), ମୟଙ୍କ୍‌ ଅଗ୍ରୱାଲ୍‌, କ୍ରିସ୍‌ ଗେଲ୍‌, ନିକୋଲାସ ପୂରନ, ଗ୍ଲେନ୍‌ ମାକ୍ସୱେଲ୍‌, ଦୀପକ ହୁଡ଼ା, ମୁରୁଗାନ ଅଶ୍ୱିନ, ରବି ବିଷ୍ନୋଇ, କ୍ରିସ୍‌ ଜୋର୍ଡାନ, ମହମ୍ମଦ ସାମି, ଅର୍ଶଦୀପ ସିଂହ ।

   ସମ୍ବନ୍ଧିତ ଖବର


ଅଷ୍ଟ୍ରେଲିଆ ଗସ୍ତରୁ ରୋହିତ ବାଦ ପଡ଼ିବା ପରେ ପ୍ରଶ୍ନ କଲେ ଗାଭାସ୍କର, କହିଲେ-ଯିଏ ନେଟ୍‌ ପ୍ରାକ୍ଟିସ୍‌ କରୁଛି…

ରୋହିତଙ୍କୁ ନେଇ ଚର୍ଚ୍ଚା: ଆହତ କାରଣରୁ ଟିମ୍‌ ଇଣ୍ଡିଆରୁ ବାଦ ପଡ଼ିଲେ ହିଟ୍‌ମ୍ୟାନ୍, ପରେ ଭାଇରାଲ ହେଲା ରୋହିତଙ୍କ ନେଟ୍‌ ପ୍ରାକ୍ଟିସ୍‌ ସମୟର ଫଟୋ

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା: ରୋହିତ ଶର୍ମା ବାଦ୍, ଯୁବ ଖେଳାଳିଙ୍କୁ ପ୍ରାଧାନ୍ୟ‌

ପ୍ଲେ-ଅଫ୍‌ରୁ ବାଦ ପଡ଼ିଲା CSK, ସାକ୍ଷୀ ଲେଖିଲେ ଆବେଗଭରା କବିତା

IPL ୨୦୨୦: ଶାରଜାହ ଷ୍ଟାଡିୟମରେ KKR-KXIP ମୁକାବିଲା, ପ୍ଲେ ଅଫ୍‌ ଦୌଡ଼ରେ ଦୁଇ ଦଳ

IPL 2020: BCCI ଜାରି କଲା ପ୍ଲେ ଅଫ୍‌ କାର୍ଯ୍ୟକ୍ରମ, ଦୁବାଇରେ ଖେଳାଯିବ ଫାଇନାଲ ମ୍ୟାଚ୍