IPL- 2020: ବେଟିଂ ଉପରେ ନଜର ରଖିବ ସ୍ପୋର୍ଟରାଡାର

ମୁମ୍ବାଇ, ୧୮/୦୯: ବିସିସିଆଇ ଆଇପିଏଲ୍‌-୧୩ ଆୟୋଜନକୁ ସଫଳ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିଛି। ବେଟିଂ କଳଙ୍କ ରୋକିବା ପାଇଁ ବୋର୍ଡ଼ ବ୍ରିଟିଶ୍‌ କମ୍ପାନୀ ସ୍ପୋର୍ଟରାଡାର ସହ ଚୁକ୍ତି ସ୍ୱାକ୍ଷର କରିଛି। ତେଣୁ ଆଇପିଏଲ୍‌-୧୩ର ସମସ୍ତ ମ୍ୟାଚ୍‌ ଉପରେ ସ୍ପୋର୍ଟରାଡାରର ନଜର ରହିବ । ଏହି କମ୍ପାନୀ ବେଟିଂର ପର୍ଦ୍ଦାଫାଶ କରିବା ସହ ବିଭିନ୍ନ ଦିଗରେ କାର୍ଯ୍ୟ କରିବ।

ସ୍ପୋର୍ଟରାଡାର ନିର୍ଦ୍ଦେଶକ ଆନ୍ଦ୍ରେସ୍‌ କ୍ରାନିଚ୍‌ କହିଛନ୍ତି, ବିସିସିଆଇ ସହ ଚୁକ୍ତି କରିବା ଗର୍ବର ବିଷୟ । ଆଇପିଏଲ୍‌ ଭଳି ଲୋକପ୍ରିୟ ଟୁର୍ଣ୍ଣାମେଣ୍ଟକୁ ସୁରକ୍ଷା ଦେବା ଏବଂ ବେଟିଂ ଭଳି ଘୃଣ୍ୟ କାର୍ଯ୍ୟ ରୋକିବା ଆମର ମୁଖ୍ୟ ଲକ୍ଷ୍ୟ ।’ ଆସନ୍ତା ୧୯ ତାରିଖରୁ ୟୁଏଇରେ ଆଇପିଏଲ୍‌-୧୩ ଆରମ୍ଭ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ପୂର୍ବରୁ ବେଟିଂ ଭଳି ଘଟଣା ସାମ୍ନାକୁ ଆସଛି। ଚଳିତଥର ମଧ୍ୟ ବେଟିଂ ସମ୍ଭାବନା ଅଧିକ ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ସ୍ପୋର୍ଟରାଡାର ସହ ଚୁକ୍ତି କରିଛି ।

   ସମ୍ବନ୍ଧିତ ଖବର


୨୦୨୧ ସିଜନରେ ବି ଧୋନି ଅଧିନାୟକ ରହିବେ: ସିଏସ୍‌କେ

ପୁରୁଷ ଫୁଟବଲ୍‌ ଦଳର କୋଚ୍‌ ହେବାରେ ଫୈଜା ପ୍ରଥମ ମହିଳା

ଅଷ୍ଟ୍ରେଲିଆ ଗସ୍ତରୁ ରୋହିତ ବାଦ ପଡ଼ିବା ପରେ ପ୍ରଶ୍ନ କଲେ ଗାଭାସ୍କର, କହିଲେ-ଯିଏ ନେଟ୍‌ ପ୍ରାକ୍ଟିସ୍‌ କରୁଛି…

ରୋହିତଙ୍କୁ ନେଇ ଚର୍ଚ୍ଚା: ଆହତ କାରଣରୁ ଟିମ୍‌ ଇଣ୍ଡିଆରୁ ବାଦ ପଡ଼ିଲେ ହିଟ୍‌ମ୍ୟାନ୍, ପରେ ଭାଇରାଲ ହେଲା ରୋହିତଙ୍କ ନେଟ୍‌ ପ୍ରାକ୍ଟିସ୍‌ ସମୟର ଫଟୋ

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା: ରୋହିତ ଶର୍ମା ବାଦ୍, ଯୁବ ଖେଳାଳିଙ୍କୁ ପ୍ରାଧାନ୍ୟ‌

ପ୍ଲେ-ଅଫ୍‌ରୁ ବାଦ ପଡ଼ିଲା CSK, ସାକ୍ଷୀ ଲେଖିଲେ ଆବେଗଭରା କବିତା