ପ୍ରମୁଖ ଖବର
  • ନୀଳଗିରି: ଭୋଟ ଦେବା ବେଳେ ବୁଥ୍‌ରେ ଟଳିପଡିଲେ ବୃଦ୍ଧ, ମୃତକ ଇଶ୍ୱରପୁର ଅଞ୍ଚଳରେ ସୁରେନ୍ଦ୍ର ମହାନ୍ତି
  • ||
  • ଓଡ଼ିଶା ଦେଉଛି ଭୋଟ: ସକାଳ ୯ଟା ସୁଦ୍ଧା ୭.୬୯ ପ୍ରତିଶତ ମତଦାନ, ଜଗତସିଂହପୁରରେ ସର୍ବାଧିକ ମତଦାନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଆଜି ଭାରତ-ବାଂଲାଦେଶ ଅଭ୍ୟାସ ମ୍ୟାଚ୍‌
  • ||
  • ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ, ଧୂଆଁମୟ ହୋଇଗଲା ଆକାଶ
  • ||
  • ଓଡିଶା ଦେଉଛି ଶେଷ ପର୍ଯ୍ୟାୟ ଭୋଟ: ୬ ଲୋକସଭା,୪୨ ବିଧାନସଭା ସିଟ୍‌ରେ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||
  • କେନ୍ଦୁଝର: ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଙ୍କ ଦେହାନ୍ତ, କାଠ କଣ୍ଢେଇ ନୃତ୍ୟ ପାଇଁ ପାଇଥିଲେ ସମ୍ମାନ
  • ||
  • ଦେଶରେ ଶେଷ ପର୍ଯ୍ୟାୟ ମତଦାନ ଆରମ୍ଭ, ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||

IPL 2024: ୱାଙ୍ଖଡ଼େରେ ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ

ମୁମ୍ବାଇ,୧୭/୦୫: ଶୁକ୍ରବାର ୬୭ତମ  ଲିଗ୍‌ ମ୍ୟାଚରେ ୱାଙ୍ଖଡ଼େ ଷ୍ଟାଡ଼ିୟମ୍‌ରେ ଘରୋଇ ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ପରସ୍ପରକୁ ଭେଟିବେ। ଉଭୟ ଦଳର ଏହା ଶେଷ  ଲିଗ୍‌ ମ୍ୟାଚ୍‌ । ପ୍ଲେ-ଅଫ୍‌ ଦୌଡ଼ରୁ ଉଭୟ ଦଳ ବାଦ ପଡ଼ିସାରିଛନ୍ତି । ତେଣୁ ମ୍ୟାଚ୍‌କୁ ନେଇ ସେଭଳି କୌଣସି ଉତ୍ସାହ ନାହିଁ । କେବଳ ସମ୍ମାନର ସହ ସିଜନ ଶେଷ କରିବାକୁ ଉଭୟ ଦଳ ପ୍ରୟାସ କରିବେ ।  

ଚଳିତ ସିଜନରେ ଉଭୟ ମୁମ୍ବାଇ ଇଣ୍ଡିଆନ୍ସ  ଓ ସୁପରଜାଏଣ୍ଟ୍‌ସ ଦଳ ପଛରେ କିଛି କିଛି ବିବାଦ ଯୋଡ଼ି ହୋଇଛି । ଉଭୟ ଫ୍ରାଞ୍ଚାଇଜ୍‌ଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଓ ଅନାବଶ୍ୟକ ହସ୍ତକ୍ଷେପ କ୍ରିକେଟ ପ୍ରେମୀଙ୍କୁ ନିରାଶ କରିଛି । ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ବାଦ ଦେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ  ଅଧିନାୟକ କରିବା ନିଷ୍ପତ୍ତିକୁ ଦର୍ଶକ ହଜମ କରିପାରି ନଥିଲେ । ସେହିପରି ଷ୍ଟାଡ଼ିୟମ୍‌ ଭିତରେ କେଏଲ ରାହୁଲଙ୍କୁ ସୁପରଜାଏଣ୍ଟ୍‌ସ ମାଲିକ ସଞ୍ଜୀବ ଗୋଏଙ୍କାଙ୍କ କଟୁ ମନ୍ତବ୍ୟ ନୂଆ ବିବାଦ ଯୋଡ଼ିଥିଲା ।  

ଆଗାମୀ ସିଜନକୁ ନେଇ ଏବେଠୁ ପୂର୍ବାନୁମାନ କରିହେବ ନାହିଁ । ରୋହିତ ଓ ରାହୁଲଙ୍କ ନିଷ୍ପତ୍ତିକୁ ଦର୍ଶକ ବେଶ୍‌ କିଛି ମାସ ଅପେକ୍ଷା କରିବେ। ମାତ୍ର  ଶେଷ ଥର ପାଇଁ ଉଭୟଙ୍କୁ ସାମ୍ନା ସାମ୍ନା ଦେଖିବାକୁ ଉଭୟ ଦଳର ସମର୍ଥକ ଅପେକ୍ଷା କରିଛନ୍ତି । 

ମ୍ୟାଚ୍‌କୁ ନେଇ ପୂର୍ବାନୁମାନ କରିବାର ସେଭଳି  ଆବଶ୍ୟକତା ନାହିଁ । ଉଭୟ ଦଳ ୫ଥର ଭେଟିଛନ୍ତି । ଏଥିରୁ ମୁମ୍ବାଇ ଇଣ୍ଡିଆନ୍ସ ଥରେ ମାତ୍ର ଜିତିଛି । ଗତ  ମାସ ୩୦ ତାରିଖରେ ଶେଷ ଥର ପାଇଁ ଉଭୟ ଦଳ ସାମ୍ନା ସାମ୍ନି ହୋଇଥିଲେ ଓ ସୁପରଜାଏଣ୍ଟ୍‌ସ ୪ୱିକେଟ୍‌ରେ ଉକ୍ତ ମ୍ୟାଚ୍‌ ଜିତିଥିଲା । ମ୍ୟାଚ୍‌ର  ଗୁରୁତ୍ୱ ନଥିବାରୁ କେବଳ କିଛି ବ୍ୟକ୍ତିଗତ ପ୍ରଦର୍ଶନ ଉପରେ ନଜର ରହିବ । ବିଶ୍ୱକପ ପାଇଁ ୟୁଏସଏ ଯାତ୍ରା ପୂର୍ବରୁ ଦର୍ଶକଙ୍କୁ ଯଥାକ୍ରମେ ରୋହିତ, ପାଣ୍ଡ୍ୟା, ବୁମରା, ସୂର୍ଯ୍ୟକୁମାର ଶେଷ ଚମକ ଦେଖାଇବାକୁ ପ୍ରୟାସ କରିବେ । ୨୦ଟି ୱିକେଟ୍‌ ନେଇ ସାରିଥିବା  ଯଶପ୍ରୀତ ବୁମରା ଶୁକ୍ରବାର ୩ଟି ୱିକେଟ୍‌ ନେଲେ  ପୂନର୍ବାର ପର୍ପଲ କ୍ୟାପ୍‌ ହାସଲ କରିପାରିବେ ।  

ୱାଙ୍ଖଡ଼େ ପିଚ୍‌ ଉଭୟ ବ୍ୟାଟିଂ ଓ ପେସ୍‌ ବୋଲିଂ ପାଇଁ ଅନୁକୂଳ ରହିବ । ସଂଧ୍ୟା ସମୟରେ ନୂଆ ବଲ୍‌ ସୁଇଂ କରିବ। ମାତ୍ର ପରେ ବ୍ୟାଟିଂ ସହଜ ହୋଇଯିବ । ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।  

ସମ୍ଭାବ୍ୟ ଏକାଦଶ

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ  ଶର୍ମା, ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ,  ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଟିମ  ଡେଭିଡ୍‌, ନେହାଲ ୱଧେରା, ଗେରାଲ୍ଡ କୋଏଜି,  ପିୟୂଷ ଚାୱଲା, ଯଶପ୍ରୀତ ବୁମରା, ନୂଆନ  ତୁଷାରା । (ଇମ୍ପାକ୍ଟ ପ୍ଲେୟାର: ଆକାଶ ମଧୱାଲ୍‌) । 

ସୁପରଜାଏଣ୍ଟ୍‌ସ : କ୍ୱିଣ୍ଟନ ଡି  କକ୍‌, କେଏଲ ରାହୁଲ(ଅଧିନାୟକ), ମାର୍କସ  ଷ୍ଟଇନିସ୍‌, ଦୀପକ ହୁଡ଼ା, ନିକୋଲାସ ପୂରନ,  କୃନାଲ୍‌ ପାଣ୍ଡ୍ୟା, ଆୟୂଷ ବାଦୋନି, ଅର୍ସଦ ଖାନ,  ୟୁଦ୍ଧବୀର ସିଂହ, ରବି ବିଷ୍ଣୋଇ, ନବୀନ-ଉଲହକ୍‌ । (ଇମ୍ପାକ୍ଟ ପ୍ଲେୟାର: ମହସିନ ଖାନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.