PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

IPL Auction: ୭ ଖେଳାଳୀ ନିଜ ବେସ୍ ପ୍ରାଇସ୍ ରଖିଲେ ୨ କୋଟି

ନୁଆଦିଲ୍ଲୀ ୧୩/୧୨: ୨୦୨୦ରେ ହେବାକୁ ଥିବା ଇଣ୍ଡିଅନ୍ ପ୍ରିମିୟର ଲିଗ୍(IPL)ର ଆଗାମୀ ସିଜନ (IPL୨୦୨୦)ର ନିଲାମୀ କୋଲକାତାରେ ୧୯ ଡିସେମ୍ବରରେ ଅନୁଷ୍ଠିତ ହେବ । ଚଳିତବର୍ଷ ହେବାକୁ ଥିବା ନିଲାମୀରେ ଫ୍ରାଞ୍ଚାଇଜ୍ ସମୁଦାୟ ୩୩୨ ଖେଳାଳୀଙ୍କ ଉପରେ ପଇସା ଲଗାଇବ । ଏଥିରେ ୭ ବିଦେଶୀ ଖେଳାଳୀ ନିଜ ବେସ୍ ପ୍ରାଇସ୍ ୨ କୋଟି ରଖିଛନ୍ତି ।

ଏହି ଖେଳାଳୀଙ୍କ ବେସ୍ ପ୍ରାଇସ୍ ୨ କୋଟି
ଏହି ୩୩୨ ଖେଳାଳୀଙ୍କୁ ପଞ୍ଜୀକୃତ କରାଯାଇ ୯୯୭ ଖେଳାଳୀଙ୍କ ମଧ୍ୟରେ ଚୟନ କରାଯାଇଛି ଯେଉଁଥିରେ ୧୮୬ ଭାରତୀୟ ଖେଳାଳୀ ଅଛନ୍ତି ଏବଂ ୧୪୩ ବିଦେଶୀ ଖେଳାଳୀ ଅଛନ୍ତି । ଆସୋସିଏଟ୍ ସଦସ୍ୟ ୩ ଜଣ ଅଛନ୍ତି  । ୭ ବିଦେଶୀ ଖେଳାଳୀ ପେଟ୍ କମିଂସ, ଜୋଶ୍ ହେଜଲୱୁଡ୍, କ୍ରିସ୍ ଲିନ୍, ମିଶେଲ ମାର୍ଶ, ଗ୍ଲେନ୍ ମ୍ୟାକ୍ସୱେଲ୍, ଡେଲ୍ ଷ୍ଟେନ୍ ଓ ଏଞ୍ଜେଲୋ ମ୍ୟାଥ୍ୟୁଜ୍ ନିଜ ବେସ୍ ପ୍ରାଇସ୍ ୨ କୋଟି ରଖିଛନ୍ତି ।

ଉତ୍ଥପାଙ୍କ ବେସ୍ ପ୍ରାଇସ୍ ୧.୫ କୋଟି
ଚଳିତ ବର୍ଷ କୋଲକାତା ନାଇଟ୍ ରାଇଡର୍ସ ଟିମରୁ ରିଲିଜ କରାଯାଇଥିବା ରବିନ୍ ଉତ୍ଥପା ଏକମାତ୍ର ଭାରତୀୟ ଯିଏ ନିଜ ବେସ୍ ପ୍ରାଇସ୍ ୧.୫ କୋଟି ରଖିଛନ୍ତି । ଏହି ପରିମାଣର ବେସ୍ ପ୍ରାଇସ୍ ରଖିଥିବା ବିଦେଶୀ ଖେଳାଳୀଙ୍କ ମଧ୍ୟରେ ଇୟୋନ୍ ମୋର୍ଗନ, ଜେସନ ରୟ, କ୍ରିସ୍ ଭୋକ୍ସ, ଏଡମ ଜାମ୍ପା, ଶନ୍ ମାର୍ଶ, ଡେଭିଡ୍ ୱିଲେ, କେନ୍ ରିଚର୍ଡସନ୍ ଓ କାଇଲ୍ ଏବୋଟ୍ ସାମିଲ ଅଛନ୍ତି ।

ଏମାନଙ୍କ ବେସ୍ ପ୍ରାଇସ୍ ହେବ ୧ କୋଟି
ପିୟୁଷ ଚାୱଲା, ୟୁସୁଫ୍ ପଠାନ୍ ଓ ଜୟଦେବ ଉନାଦକଟଙ୍କୁ ମଧ୍ୟ ତାଙ୍କ ଫ୍ରାଞ୍ଚାଇଜ୍ ରିଲିଜ କରିଦେଇଛି । ଆଗାମୀ ନିଲାମୀରେ ଏମାନେ ସମସ୍ତେ ନିଜ ବେସ୍ ପ୍ରାଇସ୍ ଏକ କୋଟି ଟଙ୍କା ରଖିଛନ୍ତି । ବିଦେଶୀ ମାଟିର ଅନ୍ତର୍ଜାତୀୟ ଖେଳାଳୀଙ୍କ ମଧ୍ୟରେ ୯ ଜଣ ଏମିତି ଖେଳାଳୀ ଅଛନ୍ତି ଯିଏ ନିଜ ବେସ୍ ପ୍ରାଇସ୍ ୧.୫ କୋଟି ରଖିଛନ୍ତି ଏବଂ ୨୦ ଜଣ ନିଜ ବେସ୍ ପ୍ରାଇସ୍ ୧ କୋଟି ଟଙ୍କା ରଖିଛନ୍ତି । ୧୬ ଜଣ ଖେଳାଳୀ ୭୫ ଲକ୍ଷ ଓ ୬୯ ଖେଳାଳୀଙ୍କ ବେସ୍ ପ୍ରାଇସ୍ ୫୦ ଲକ୍ଷ ଟଙ୍କା ରହିଛି ।