PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇସ୍ତଫା ଦେଲେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ, ରାଷ୍ଟ୍ରପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଜ୍ଞାନବାପୀ ମସଜିଦ ବିବାଦ: ଶିବ ଲିଙ୍ଗକୁ ନେଇ ଆପତ୍ତିଜନକ ମନ୍ତବ୍ୟ ପଡିଲା ମହ‌ଙ୍ଗା, AIMIM ନେତା ଦାନିଶ କ୍ୟୁରେସୀ ଗିରଫ
  • ||
  • ଦେବଗଡ଼ : ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ, ଜନ୍ମକଲା ପୁଅକୁ କଟୁରୀରେ ହାଣି ହତ୍ୟାକଲା ସଇତାନ ବାପା
  • ||
  • ଭୁବନେଶ୍ଵର : ତିର୍ତ୍ତୋଲ ବିଧାୟକଙ୍କ କୋର୍ଟ ମ୍ୟାରେଜ୍‌କୁ ନେଇ ପରିବାରରେ ଅସନ୍ତୋଷ, ଆତ୍ମହତ୍ୟା ଉଦ୍ୟମ କଲେ ବିଜୟଙ୍କ ମାଆ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ଵର : ବରମୁଣ୍ଡା ତ୍ରିନାଥ ମନ୍ଦିର ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ପୁରୀ : ଜୀବନ ନେଲା ମୁକୁଳା ଡ୍ରେନ୍ ! ପୁରୀ ବଡଦାଣ୍ଡ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • କଟକ : ପାଣି ଟାଙ୍କି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||

ଆଇପିଏଲ୍‌ ଖେଳାଳି ନିଲାମୀ ଦୌଡ଼ରେ ଢେଙ୍କାନାଳର ବିକାଶ ରାଉତ, ଚେନ୍ନାଇ ସୁପର କିଙ୍ଗସ ଦଳରେ ଖେଳିବାକୁ ଇଚ୍ଛା

ଢେଙ୍କାନାଳ,୨୪/୦୧: ବିଶ୍ୱର ମହଙ୍ଗା କ୍ରିକେଟ୍‌ ପ୍ରତିଯୋଗିତା କୁହାଯାଉଥିବା ଭାରତୀୟ ପ୍ରିମିୟର ଲିଗ୍‌(ଆଇପିଏଲ) ଆସନ୍ତା ମାର୍ଚ୍ଚ ମାସରେ ମୁମ୍ବାଇଠାରେ ହେବ ବୋଲି ବିସିସିଆଇ ଘୋଷଣା କରିଛି । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ବିଭିନ୍ନ ଦଳ ପାଇଁ ଖେଳାଳି ନିଲାମୀ ପ୍ରକ୍ରିୟା ଆସନ୍ତା ଫେବୃଆରୀ ମାସରେ ଅନୁଷ୍ଠିତ ହେବ । ତେବେ ଏହି ନିଲାମୀ ପ୍ରକ୍ରିୟାରେ ଓଡ଼ିଶାର ୫ଜଣ ପ୍ରତିଭାବାନ୍‌ କ୍ରିକେଟରଙ୍କ ନାମ ଯୋଡ଼ାଯାଇଛି । ଏହି ପାଞ୍ଚଜଣ ଓଡ଼ିଆ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ଢେଙ୍କାନାଳ ଜିଲ୍ଲାର ଯୁବ ଅଫ୍‌ସ୍ପିନର୍‌ ବିକାଶ ରାଉତ ରହିଛନ୍ତି ।

ବିକାଶ ଢେଙ୍କାନାଳ ସହରାଞ୍ଚଳ ମହିଷାପାଟ ନିବାସୀ ପୂର୍ବତନ ସେନା କର୍ମଚାରୀ କୈଳାଶ ରାଉତ ଓ ସୁଷମା ରାଉତଙ୍କ ପୁଅ ଅଟନ୍ତି । ଶୈଶବରୁ ବିକାଶ କ୍ରିକେଟ ଖେଳ ପ୍ରତି ଦୁର୍ବଳତା ରହିଥିଲା । ୨୦୦୫ ମସିହାରେ ପରିବାର ସହିତ ଝାରଖଣ୍ଡର ରାଞ୍ଚିରେ ରହୁଥିବା ବେଳେ ବିକାଶ ପ୍ରଥମ ଥର କ୍ରିକେଟ ପଡ଼ିଆକୁ ଓହ୍ଲାଇଥିଲେ । ପ୍ରଥମେ ସେ ୧୬ବର୍ଷରୁ କମ୍‌ ଓ ୧୯ବର୍ଷରୁ କମ୍‌ ଦଳରେ ଖେଳିବା ପରେ ୨୦୦୯ ମସିହାରେ ଢେଙ୍କାନାଳ ଜିଲ୍ଲା ତରଫରୁ କଳାହାଣ୍ଡି କପ୍‌ରେ ମଧ୍ୟ ଖେଳିଥିଲେ । ଏହାପରେ ବିଜୟ ହଜାରେ ଟ୍ରଫି ଓ ରଣଜୀ ଟ୍ରଫିରେ ସେ ସାମିଲ ହୋଇଛନ୍ତି ।

ତେବେ ଗତବର୍ଷ ବିକାଶଙ୍କ ଜୀବନର ଏକ ଟର୍ଣ୍ଣିଂ ପଏଣ୍ଟ ରହିଥିଲା । ଓଡ଼ିଶା ତରଫରୁ ସେ ସୟିଦ ମୁସ୍ତାକ ଅଲ୍ଲି ଟ୍ରଫି ଆନ୍ତଃରାଜ୍ୟ ଟି-୨୦ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୭ଟି ୱିକେଟ୍‌ ନେଇ ଚୟନକର୍ତ୍ତାଙ୍କ ଦୃଷ୍ଟିକୁ ଆସିପାରିଥିଲେ । ଏହି ୱିକେଟ ଗୁଡ଼କ ମଧ୍ୟରେ କ୍ରିକେଟର ଋତୁରାଜ ଗାଇକୱାଡ୍‌, ଅଭିଷେକ ଶର୍ମା, ଶୁଭମ ସିଂହ ଓ ପ୍ରଭସିମରନ ସିଂହଙ୍କ ଭଳି ଅନ୍ତର୍ଜାତୀୟ ଖେଳାଳୀ ରହିଥିଲେ । ଯେଉଁ କାରଣରୁ ବିକାଶ ଚଳିତବର୍ଷ ଆଇପିଏଲ ନିଲାମୀ ଦୌଡ଼ରେ ନିଜକୁ ସାମିଲ କରାଇପାରିଛନ୍ତି । ଯଦି ସେ ସୁଯୋଗ ପାଇବେ ତେବେ ସେ ନିଜର ପ୍ରିୟ ଆଇପିଏଲ ଦଳ ଚେନ୍ନାଇ ସୁପର କିଙ୍ଗସ ଦଳରେ ଖେଳିବାକୁ ଚାହିଁବେ ବୋଲି ବିକାଶ କହିଛନ୍ତି । ସେହିପରି କ୍ରିକେଟ୍‌ରଙ୍କ ମଧ୍ୟରେ ଭାରତୀୟ ଖେଳାଳୀ ସଚିନ ତେନ୍ଦୁଲକର ଓ ଅଷ୍ଟ୍ରେଲିଆର ପୂର୍ବତନ ଲେଗ ସ୍ପିନର ସେନ ୱାରନେ ତାଙ୍କର ଆଦର୍ଶ ବୋଲି ବିକାଶ କହିଛନ୍ତି ।

ସୂଚନାଯାଗ୍ୟ, ସ୍ପିନର ବିକାଶଙ୍କ ପୂର୍ବରୁ ଢେଙ୍କାନାଳ ଜିଲ୍ଲା ମାର୍ଥାପୁର ଅଞ୍ଚଳର ଉଦୀୟମାନ କ୍ରିକେଟ୍‌ ତାରକା ହଳଧର ଦାସ ଆଇପିଏଲ ଖେଳିସାରିଛନ୍ତି । ସେ ଡେକାନ ଚାରଜର୍ସ ଓ କଲିକତା ନାଇଟ ରାଇଡ଼ର୍ସ ଦଳରେ ଅଂଶଗ୍ରହଣ କରିଥିଲେ ।