ଆଇପିଏଲ ବେଟିଂ ଚାଲିଥିବାବେଳେ ପୋଲିସର ଚଢାଉ

ଖଲ୍ଲିକୋଟ ୨୧/୧୦:  ଆଇପିଏଲ ବେଟିଂ ଚାଲିଥିବାବେଳେ ତିନି ଜଣକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧ ଲକ୍ଷ ୨୭ ହଜାର ୪୫୦ ଟଙ୍କା ଜବତ କଲା ଆସିକା ପୋଲିସ  । ଏହା ସହ ୫ ଟି ସ୍ମାର୍ଟ ଫୋନ ସମେତ ଆଇପିଏଲ ସମ୍ପର୍କୀତ ବିଭିନ୍ନ ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ ।  ଏ ନେଇ ଥାନାରେ ୫୪୯/୨୦ ମାମଲା ରୁଜୁ ହୋଇଥିବା ଆସିକା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଆସିକା ଅଂଚଳରେ ଅଧିକ ମାତ୍ରାରେ ଆଇପିଏଲ ବେଟିଂ ଚାଲୁଥିବାବେଳେ ପୋଲିସ ପକ୍ଷରୁ ଏବେ ଚଢ଼ାଉ ଜାରି ରହିଛି ।