ଉଦ୍‌ଘାଟନୀ ମ୍ୟାଚ୍‌ ଦେଖିଲେ ୨୦ କୋଟି

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ତ୍ରୟୋଦଶ ସଂସ୍କରଣର ଉଦ୍‌ଘାଟନୀ ମ୍ୟାଚ୍‌କୁ ୨୦ କୋଟି ଦର୍ଶକ ଦେଖିଛନ୍ତି । ଯାହା ଆଇପିଏଲ୍‌ ଇତିହାସରେ ଏକ ନୂଆ ରେକର୍ଡ । ଏ ବିଷୟରେ ବିସିସିଆଇ ସମ୍ପାଦକ ଜୟ ଶାହ ସୂଚନା ଦେଇଛନ୍ତି ।
କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ଆଇପିଏଲ୍‌ ୟୁଏଇରେ ଆୟୋଜନ କରିଛି ବିସିସିଆଇ । ମ୍ୟାଚ୍‌ ବିନା ଦର୍ଶକରେ ଖେଳାଯାଉଛି । ଏହା ସତ୍ତେ୍ୱ ବି ଆଇପିଏଲର ଲୋକପ୍ରିୟତାରେ ହ୍ରାସ ପାଇ ନାହିଁ ବରଂ ବୃଦ୍ଧି ପାଇଛି ।

ବାରାକ (ବ୍ରଡ୍‌କାଷ୍ଟ ଅଡିଏନ୍ସ ରିସର୍ଚ କାଉନସିଲ)ର ରିପୋର୍ଟ ଅନୁସାରେ ଏହା ସ୍ପଷ୍ଟ ହୋଇଥିବା ସମ୍ପାଦକ ଶାହ କହିଛନ୍ତି । ଶାହା ଟ୍ୱିଟ୍‌ କରି କହିଛନ୍ତି, ଉଦ୍‌ଘାଟନୀ ମ୍ୟାଚ୍‌ରେ ନୂଆ ରେକର୍ଡ ପ୍ରତିଷ୍ଠା ହୋଇଛି । ‘ବାରାକ’ରୁ ଜଣା ପଡ଼ିଛି ଯେ ଏହି ମ୍ୟାଚ୍‌କୁ ୨୦ କୋଟି ଦର୍ଶକ ଦେଖିଛନ୍ତି । ଦେଶରେ କୌଣସି କ୍ରୀଡ଼ା ଲିଗ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଏହା ସର୍ବାଧିକ ଦର୍ଶକ ।’
ଉଦ୍‌ଘାଟନୀ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସୁପର କିଙ୍ଗ୍‌ସ ଏହି ମ୍ୟାଚ୍‌ରେ ବିଜୟ ଲାଭ କରିଥିଲା । ଆଇପିଏଲର ପ୍ରସାରଣ ଷ୍ଟାର ସ୍ପୋର୍ଟ୍ସରେ ହେଉଛି ।

   ସମ୍ବନ୍ଧିତ ଖବର


ଦେଶ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ : ଆମେ ଭୁଲିବା ନାହିଁ ଲକ୍‌ଡାଉନ୍‌ ଚାଲିଯାଇଛି ଭାଇରସ୍‌ ନୁହେଁ – ପ୍ରଧାନମନ୍ତ୍ରୀ

ସମ୍‌ କୋଭିଡ ହସ୍ପିଟାଲ୍‌ରେ କରୋନାରୁ ସୁସ୍ଥ ହେଲେ ୯୦ ବର୍ଷୀୟ କ୍ୟାନ୍ସର ପୀଡିତ

ସମ୍‌ରେ ନୂତନ ରେନାଲ୍‌ ପାଥୋଲୋଜି ବିଭାଗର ମାଇକ୍ରୋସ୍କୋପ୍‌ ଯନ୍ତ୍ର ଉଦ୍‌ଘାଟିତ

ଆଜି ଜନ୍ମଦିନ: କ୍ରିକେଟ ଖେଳିବାକୁ ମନା କରିଥିଲେ ବାପା, ପୁଅ ହେଲା ଭାରତର ଷ୍ଟାର କ୍ରିକେଟର

ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କର ବାର୍ତ୍ତା, ପାର୍ବଣ ସମୟରେ କରୋନା କଟକଣା ମାନିବା ପାଇଁ ଦେଲେ ପରାମର୍ଶ

IPL-2020: ଆଜି କିଙ୍ଗ୍‌ସ ଏକାଦଶ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ୍