PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ ଯୁବକ, ଫାସରେ ପଡି ଜୀବନ ଗଲା
  • ||
  • ଚାନ୍ଦବାଲି : ମୁଖ୍ୟ ବଜାରରେ ହଠାତ୍ ଭୁଶୁଡିଲା ବିଦ୍ୟୁତ୍ ଖୁଣ୍ଟି, ଅଳ୍ପକେ ବର୍ତ୍ତିଲେ ପଥଚାରୀ
  • ||
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

IPL ପ୍ରାୟୋଜକରୁ ହଟିଲା ‘ଭିଭୋ’: ନୂଆ ପ୍ରାୟୋଜକ ପାଇଁ ବିସିସିଆଇର ଘୋଷଣା ଖୁବ୍‌ ଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି

ମୁମ୍ବାଇ,୦୭/୦୮: ଶେଷରେ ଦେଶବାସୀଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇଛି ବିସିସିଆଇ । ବର୍ଷକ ପାଇଁ ଚୀନର ମୋବାଇଲ୍‌ ନିର୍ମାତା ‘ଭିଭୋ’ କମ୍ପାନୀକୁ ବୋର୍ଡ ଆଇପିଏଲ୍‌ର ଟାଇଟଲ୍‌ ପ୍ରାୟୋଜକରୁ ହଟାଇ ଦେଇଛି । ଚଳିତ ସଂସ୍କରଣ ପାଇଁ ନୂଆ ଟାଇଟଲ୍‌ ପ୍ରାୟୋଜକ ଯୋଗାଡ଼ରେ ଲାଗି ପଡ଼ିଛି ବିସିସିଆଇ । ଏଥିପାଇଁ ଖୁବ୍‌ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବୋର୍ଡର ଜଣେ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଶେଷରେ ଗତକାଲି ବିସିସିଆଇ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ଜାରି କୁହାଯାଇଛି ଯେ, ବିସିସିଆଇ ଓ ଭିଭୋ ମୋବାଇଲ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିଃ. ଆଇପିଏଲ୍‌-୨୦୨୦ ସଂସ୍କରଣ ପାଇଁ ପ୍ରାୟୋଜକ ସହଭାଗିତାକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ‘ଭିଭୋ’କୁ ନେଇ ଗତ ରବିବାର ଠାରୁ ସୋସିଆଲ୍‌ ମିଡିଆରେ ବିରୋଧ ଜାରି ରହିଥିଲା । ଗତ ମଙ୍ଗଳବାର ଦିନ ‘ଭିଭୋ’ ପ୍ରାୟୋଜକରୁ ଓହରିଯାଇଛି ବୋଲି ଜଣା ପଡ଼ିଥିଲା । ମାତ୍ର ଏ ସଂପର୍କରେ ବିସିସିଆଇ କିମ୍ବା ‘ଭିଭୋ’ ପକ୍ଷରୁ କୌଣସି ଅଫିସିଆଲ ସୂଚନା ଦିଆଯାଇ ନଥିଲା । ଗତ ବୁଧବାର ଦିନ ମଧ୍ୟ ଏ ବିଷୟରେ କିଛି ମତାମତ ରଖିନଥିଲା ବିସିସିଆଇ ।

ଏ ବିଷୟରେ ପ୍ରେସ ବିଜ୍ଞପ୍ତି ଜାରି କରି ବୋର୍ଡ ପକ୍ଷରୁ ନିଶ୍ଚିତ କରାଯାଇଥିଲା । ସୀମାରେ ଚୀନ ଚଳାଇଥିବା ଅରାଜକତାକୁ ନେଇ ଦେଶବାସୀ ବେଶ୍‌ ଉତ୍ତେଜିତ ରହିଛନ୍ତି । ଦୁଇ ଦେଶ ମଧ୍ୟରେ କୂଟନୈତିକ ସଂପର୍କ ମଧ୍ୟ ଗରମାଗରମ ରହିଛି । ଦେଶରେ ଚୀନ ସାମଗ୍ରୀକୁ ବର୍ଜନ କରାଯାଉଛି । ଏଭଳି ସମୟରେ ବିସିସିଆଇ ଗତ ଦୁଇ ତାରିଖରେ ଅନୁଷ୍ଠିତ ଆଇପିଏଲ୍‌ ଗଭର୍ଣ୍ଣିଂ କାଉନସିଲ୍‌ ବୈଠକରେ ‘ଭିଭୋ’ ଟାଇଟଲ୍‌ ପ୍ରାୟୋଜକ ରହିବ ବୋଲି ନିଷ୍ପତ୍ତି ହୋଇଥିଲା ।

ଏ ବିଷୟ ଜଣା ପଡ଼ିବା ପରେ ସୋସିଆଲ୍‌ ମିଡିଆରେ ବିସିସିଆଇକୁ ପ୍ରବଳ ବିରୋଧ କରାଯାଇଥିଲା । ଏମିତି ଏ ବିଷୟରେ ପୁନଃବିଚାର କରିବାକୁ ବିଭିନ୍ନ ସଂଗଠନ ଚେତାବନୀ ଦେଇଥିଲେ । ନଚେତ ଦେଶରେ ଆଇପିଏଲ୍‌କୁ ବର୍ଜନ କରାଯିବ ବୋଲି କୁହାଯାଇଥିଲା । ସ୍ୱଦେଶୀ ଜାଗରଣ ମଞ୍ଚ (ଏସ୍‌ଜେଏମ୍‌) ଏବଂ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍‌ଏସ୍‌) ପକ୍ଷରୁ କୁହାଯାଇ ଥିଲା ଯେ, ଯଦି ଆଇପିଏଲ୍‌ରୁ ଭିଭୋ ବିଦା ନହୁଏ ତେବେ ଟୁର୍ଣ୍ଣାମେଣ୍ଟକୁ ବୟକଟ୍‌ କରାଯିବ ।’ ଏହାକୁ ନେଇ ବିସିସିଆଇ ବହୁ ଚାପରେ ରହିଥିଲା । ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ପରେ ଶେଷରେ ‘ଭିଭୋ’କୁ ଗୋଟିଏ ବର୍ଷ ପ୍ରାୟୋଜକରୁ ବିରତ ରଖିବାକୁ ନିଷ୍ପତ୍ତି ହୋଇଛି । ବିସିସିଆଇ ଓ ଭିଭୋ ମଧ୍ୟ ପୂର୍ବ ଚୁକ୍ତି ବଜାୟ ରହିଛି । ପୁଣି ୨୦୨୧ରେ ‘ଭିଭୋ’ ପ୍ରାୟୋଜକ ଭାବେ ଫେରିବ । ‘ଭିଭୋ’ ଆଇପିଏଲ୍‌ର ଟାଇଟଲ୍‌ ପ୍ରାୟୋଜକ ଭାବେ ୨୦୧୮-୨୦୨୨ ପର୍ଯ୍ୟନ୍ତ ରହିବ ।

ଏଥିପାଇଁ ବିସିସିଆଇକୁ ୨,୧୯୯ କୋଟି ଟଙ୍କା ଦେବ ବୋଲି ଚୁକ୍ତି କରିଛି । ଅର୍ଥାତ ବର୍ଷକୁ ୪୩୯.୮ ଟଙ୍କା ଦେଉଛି । ଯଦି ବିସିସିଆଇ ‘ଭିଭୋ’କୁ ସଂପୂର୍ଣ୍ଣ ବାଦ ଦିଏ ତେବେ ପରବର୍ତ୍ତୀ ୩ଟି ସଂସ୍କରଣ ପାଇଁ ୧୩୧୯.୪ କୋଟି ଟଙ୍କା ହରାଇବ । ପାଞ୍ଚ ବର୍ଷର ଚୁକ୍ତି ଅନୁସାରେ ୨୦୧୮ ଓ ୨୦୧୯ ଦୁଇଟି ସଂସ୍କରଣରେ ପ୍ରାୟୋଜକ ରହିଛି । ତେଣୁ ୨୦୨୦ ସଂସ୍କରଣ ପାଇଁ ଭିଭୋଠୁ ୪୩୯.୮ ଟଙ୍କା ହରାଇବ ବୋର୍ଡ । କେବଳ ଯେତିକି ନୁହଁ ୮ଟି ଯାକ ଫ୍ରାଞ୍ଚାଇଜମାନେ ମଧ୍ୟ ଚୁକ୍ତି ଅନୁସାରେ ଭିଭୋ ଠାରୁ ବାର୍ଷିକ ୨୦ କୋଟି ଟଙ୍କା ପାଉଥିଲେ । ତାହାବି ସେମାନେ ହରାଇବେ । ଏବେ ଉଠିଛି ନୂଆ ପ୍ରାୟୋଜକ କଥା । ବିସିସିଆଇ ୨୦୨୦ ସଂସ୍କରଣ ଟାଇଟଲ୍‌ ପ୍ରାୟୋଜକ ପାଇଁ ଖୁବ୍‌ ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରିବାକୁ ଯାଉଛି ।