ଜାଡେଜାଙ୍କୁ ସୁନାର ବ୍ୟାଟ୍ ଉପହାର ଦେଲା ସିଏସକେ, ଫ୍ୟାନଙ୍କ ପାଇଁ ସେୟାର କଲେ ଫଟୋ

ନୂଆଦିଲ୍ଲୀ,୧୮।୯: ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ନିଜର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଦେଖିଛି ଏକ ସୁନ୍ଦର ଉପହାର ଦେଇ ସମ୍ମାନିତ କରିଛି। ଏହାକୁ ଉପହାର ଓ ସମ୍ମାନ ଉଭୟ କହିହେବ। ଚେନ୍ନାଇ ସୁପରକିଙ୍ଗ୍ସ ଜାଡେଜାଙ୍କୁ ଉପହାର ଦେଇଚି ଏକ ସୁନାର ତଲଓ୍ବାର।

କ୍ରିକେଟ ପଡିଆରେ ରବିନ୍ଦ୍ର ଜାଡେଜା ନିଜର ତଲଓ୍ବାରବାଜି ପାଇଁ ଖୁବ୍ ପ୍ରସିଦ୍ଧ। ପଡିଆରେ ଯେତେବେଳେ ବି ଜାଡେଜା ଶତକ କିମ୍ବା ଅର୍ଦ୍ଧଶତକ କରିଥାନ୍ତି ନିଜର ବ୍ୟାଟକୁ ତଲଓ୍ବାର ଭଳି ବୁଲାଇଥାନ୍ତି। ଚେନ୍ନାଇ ସୁପରକିଙ୍ଗ୍ସ ଏକ ପୁରସ୍କାର ସମାରୋହରେ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କୁ ସୁନାର ଟୋଦି ଦେଇଥିବା ବେଳେ ଜାଡେଜାଙ୍କୁ ଦେଇଛି ସୁନାର ତଲଓ୍ବାର।

ଜାଡେଜାଙ୍କୁ ଏହି ପୁରସ୍କାର ନିଜେ ଧୋନି ଦେଇଛନ୍ତି। ପୁରସ୍ପାର ନେବା ବେଳର ଫଟୋ ଜାଡେଜା ନିଜର ସୋସିଆଲ ମିଡିଆରେ ଆକାଉଣ୍ଟରେ ସେୟାର କରିଛନ୍ତି। ଆଇପିଏଲ ଇତିହାସରେ ଜାଡେଜା ୧୦୦ ରୁ ଅଧିକ ଓ୍ବିକେଟ୍ ଓ ୧୯୦୦ ରନ୍ କରିଥିବା ଏକମାତ୍ର ଭାରତୀୟ ଖେଳାଳୀ। ଜାଡେଜା ଆଇପିଏଲରେ ୧୦୮ ଓ୍ବିକେଟ୍ ହାସଲ କରିଛନ୍ତି।  ଆଇପିଏଲ ଇତିହାସରେ ଜାଡେଜା ଏକମାତ୍ର ବାମହାତୀ ସ୍ପିନ୍ ବୋଲର, ଯିଏକି ୧୦୮ଟି ଓ୍ବିକେଟ୍ ନେଇଛନ୍ତି।

   ସମ୍ବନ୍ଧିତ ଖବର


ଏଥର ଶୀତରେ ଥରିବ ଓଡ଼ିଶା, ଲା-ନିନା ପ୍ରଭାବରୁ ହାଡ଼ଭଙ୍ଗା ଶୀତ ଅନୁଭୂତ ହେବା ନେଇ ପ୍ରାକ୍‌ ଆକଳନ

IPL-2020: ବଦଳିଲା ସୁପର ଓଭର ନିୟମ, ମ୍ୟାଚ୍‌ ‘ଟାଇ’ ହେଲେ କ’ଣ ହେବା ଜାଣନ୍ତୁ…

ପୁଣି ଖାକିରେ କଳଙ୍କ: ଥାନା ଅଧିକାରୀ ଓ ମହିଳା କର୍ମଚାରୀଙ୍କ ଭିଡିଓ ଭାଇରାଲ୍‌, ସ୍ୱାମୀ, ଦୁଇ କର୍ମଚାରୀଙ୍କ ନାଁରେ ଏତଲା ଦେଲେ ମହିଳା

ସମୀର ଦେ’ଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ମନ୍ତ୍ରୀଙ୍କ ଟ୍ୱିଟ୍‌କୁ ନେଇ ବିବାଦ: କ୍ଷମା ପ୍ରାର୍ଥନା ଦାବି କଲା ବିଜେପି

ଆଜିଠୁ ୧୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା,ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

କରାଟେରେ ସ୍ୱର୍ଣ୍ଣ ପଦକ ଜିତିଥିବା ବିମଳା ପରିବାର ପୋଷିବା ପାଇଁ କରୁଛନ୍ତି ଦେଶୀ ମଦ ବିକ୍ରି