ପ୍ରମୁଖ ଖବର
  • ହୃଦଘାତରେ ଆଖି ବୁଜିଲା ମାଫିଆ ଡନ୍ ମୁଖତାର ଅଂସାରୀ
  • ||
  • ଜୟପୁର: ରାଜସ୍ଥାନ ରୟାଲ୍ସ ଲାଗି ଏକାକୀ ଲଢ଼ିଲେ ରିୟାନ୍ ପରାଗ, ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୮୬ ରନ୍ ଟାର୍ଗେଟ୍
  • ||
  • ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ମହା ମିଶ୍ରଣ ପର୍ବ, ପଦ୍ମ ଧରିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ
  • ||
  • ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ, ୫ସହରରେ ୩୯ ଡିଗ୍ରୀ ଟପିଲା ତାତି, ୩୯.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା, ଏପ୍ରିଲ୍ ୧ ପର୍ଯ୍ୟନ୍ତ ବଢ଼ିଲା ରିମାଣ୍ଡ ଅବଧି
  • ||
  • କଂଗ୍ରେସ ପ୍ରାର୍ଥୀ ଘୋଷଣା କେବେ ? ଚିନ୍ତାରେ ଆଶାୟୀ ଓ କର୍ମୀ..
  • ||

ଆଇପିଏଲ ୨୦୨୦: ଖେଳାଳିଙ୍କ ସହ ଯାଇପାରିବେ ପରିବାର ଲୋକେ, ବିସିସିଆଇ ରଖିଲା ଏହି ସବୁ ସର୍ତ୍ତ

ନୂଆଦିଲ୍ଲୀ,୬।୮:ଭାରତୀୟ କ୍ରିକେଟ୍ କନଟ୍ରୋଲ ବୋର୍ଡ(ବିସିସିଆଇ) ଆଇପିଏଲ-୨୦୨୦ ପାଇଁ ମାନକ ସଞ୍ଚାଳନ ପକ୍ରିୟା(ଏସଓପି)କୁ କଡା ଭାବରେ ଲାଗୁ କରିବାର ସବୁ ପ୍ରକାର ପ୍ରସ୍ତୁତି କରିନେଇଛି। ୟୁଏଇରେ ସୁରକ୍ଷିତ ବାତାବରଣ ଭିତରେ ଆଇପିଏଲ କରାଇବା ନେଇ ବୋର୍ଡ ସମସ୍ତ ଫ୍ରାଞ୍ଚାଇଜକୁ ବର୍ତ୍ତମାନର ଏସଓପି ଦ୍ବାରା ଅବଗତ କରାଇ ଦେଇଛି।

ଫ୍ରାଞ୍ଚାଇଜକୁ  ଦିଆଯାଇଥିବା ଏସଓପିରେ କୁହାଯାଇଛି ଯେ, ଖାଲି ଷ୍ଟାଣ୍ଡର ବିସ୍ତାରିତ ଡ୍ରେସିଂ ରୁମ ଭାବରେ ଭାବରେ ବ୍ୟବହାର କରାଯିବ। ସୋସିଆଲ ଡିଷ୍ଟାନ୍ସିଂ ଜାରି ରଖିବାପାଇଁ ଟିମର ବୈଠକ ବାହାରେ ହେବ। ୟୁଏଇରେ ୧୯ ସେପ୍ଟେମ୍ବରରେ ଆୟୋଜିତ ହେବାକୁ ଥିବା ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ଚଳିତ ବର୍ଷ କୌଣସି ‘ଟସ୍ ମସ୍କାଟ’ ରହିବନି, ଯାହାର ଅର୍ଥ ବିସିସିଆଇ ପାଖରେ ପ୍ରାୟୋଜନରୁ ରୋଜଗାରର ଆଉ ଏକ ସୁଯୋଗ ମିଳିବ ନାହିଁ।

ଆଇପିଏଲ ସମୟରେ ଖେଳାଳି ଓ ସର୍ପୋଟ ଷ୍ଟାଫଙ୍କ ପରିବାର ତାଙ୍କ ସହିତ ରହିପାରନ୍ତି, କିନ୍ତୁ ତାଙ୍କୁ ଟିମ୍ ବସରେ ଯାତ୍ରା କରିବାର ଅନୁମତି ମିଳିବ ନାହିଁ। ଫ୍ରାଞ୍ଚାଇଜଙ୍କୁ ଦିଆଯାଇଥିବା ଏସଓପିରେ କୁହାଯାଇଛି ଟିମ ଖାଲି ଷ୍ଟାଣ୍ଡର ବ୍ୟବହାର କରନ୍ତୁ, ଯାହାଫଳରେ ସାମାଜିକ ଦୂରତ୍ବ ରଖିବାରେ ସାହାର୍ଯ୍ୟ ମିଳିପାରି। କେବଳ ଆବଶ୍ୟକୀୟ କର୍ମଚାରୀଙ୍କୁ ହିଁ ପଡିଆ ଭିତରକୁ ଯିବାକୁ ଅନୁମତି ଦିଆଯିବ। ଆଉ କେହି ପ୍ରବେଶ କରିପାରିବେ ନାହିଁ, ଏହି କାରଣରୁ ଷ୍ଟାଡିମୟରେ ଅଧିକ ସ୍ଥାନ ରହିବ। ଏହା ସହିତ ଟିମକୁ ଇଲୋଟ୍ରୋନିକ୍ସ ଟିମ୍ ସିଟର ଉପଯୋଗ କରିବାକୁ କୁହାଯାଇଛି। ଏବେ କ୍ୟାପଟେନ୍ ପ୍ଲେଇଂ ଇଲେଭେନ୍ ସୁଚୀର ହାର୍ଡ କପିକୁ ନେଇ ପଡିଆକୁ ଯାଇପାରିବେ ନାହିଁ।

ମେଡିକାଲ ଟିମ୍ (ଯେଉଁଥିରେ ଫିଜିଓ, ମାଲିସ୍ କରିବା ଲୋକ ରହିଛନ୍ତି) ସଦସ୍ୟଙ୍କୁ ଖେଳାଳି(ମାଲିସ ସମୟରେ)ଙ୍କ ସହିତ ଶାରିରୀକ ସମ୍ପର୍କରେ ଆସିବାର ଦରକାର ପଡେ ତାଙ୍କୁ ପିପିଇ କିଟ୍ ପିନ୍ଧିବାକୁ ହେବ। ଖେଳାଳି ଓ ମ୍ୟାଚ୍ ଅଧିକାରୀଙ୍କୁ ଶକ୍ତ ପରାମର୍ଶ ଦିଆଯାଇଛି ଯେ, ସେମାନେ ମ୍ୟାଚ ସମୟରେ ନିଜର ହୋଟେଲକୁ ଫେରି ଗାଧୋଇବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.