ଅଗ୍ନିଶମ ଓ ହୋମ୍‌ଗାର୍ଡ ଏଡିଜି ଭାବେ ଦାୟିତ୍ୱ ନେଲେ ସୌମ୍ୟା ମିଶ୍ର

ଭୁବନେଶ୍ୱର, ୪/୦୬: ତେଲଙ୍ଗାନା କ୍ୟାଡ୍‌ରର ୧୯୯୪ ବ୍ୟାଚ୍‌ ଆଇପିଏସ୍‌ ଅଫିସ୍‌ର ଡ. ସୌମ୍ୟା ମିଶ୍ରଙ୍କ ଏଡିଜି ର‌୍ୟାଙ୍କକୁ ପଦୋନ୍ନତି ହୋଇଛି । ଏଡିଜି ପଦବିକୁ ଯିବାରେ ଡ. ସୌମ୍ୟା ହେଉଛନ୍ତି ଓଡ଼ିଶାର ପ୍ରଥମ ମହିଳା ଆଇପିଏସ୍‌ । ପଦୋନ୍ନତି ପରେ ତାଙ୍କୁ ଅଗ୍ନିଶମ ଓ ହୋମ୍‌ଗାର୍ଡ ଏଡିଜି ଭାବେ ଦାୟିତ୍ୱ ଦିଆଯାଇଛି ।

ଏନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଡ. ସୌମ୍ୟା କିଛି ଦିନ ତଳେ ଡେପୁଟେସନ୍‌ରେ ଓଡ଼ିଶା ଆସିଥିଲେ । ତାଙ୍କ ଜନ୍ମସ୍ଥାନ କଟକରେ । ସେ ସୋସିଓଲୋଜିରେ ପିଏଚ୍‌ଡି କରିଥିବା ବେଳେ ପୁଲିସ୍‌ ମ୍ୟାନେଜ୍‌ମେଣ୍ଟରେ ଏମ୍‌ଏ କରିଛନ୍ତି । ତେଲଙ୍ଗାନା ପୁଲିସ୍‌ର କ୍ରାଇମ୍‌ ଇନ୍‌ଭେଷ୍ଟିଗେସନ୍‌ ବିଭାଗରେ କାର୍ଯ୍ୟ କରୁଥିଲେ ।

   ସମ୍ବନ୍ଧିତ ଖବର


ଭିଜିଲାନ୍ସ ଜାଲରେ ମେଡିକାଲ କର୍ମଚାରୀ, ଲାଞ୍ଚ ନେଇ ଧରା ପଡ଼ିଲେ

ରାଇରଙ୍ଗପୁରରୁ ବାଘ ଛାଲ ଜବତ, ୫ ଗିରଫ

ସମ୍‌ କୋଭିଡ ହସ୍ପିଟାଲ୍‌ରେ କରୋନାରୁ ସୁସ୍ଥ ହେଲେ ୯୦ ବର୍ଷୀୟ କ୍ୟାନ୍ସର ପୀଡିତ

ସମ୍‌ରେ ନୂତନ ରେନାଲ୍‌ ପାଥୋଲୋଜି ବିଭାଗର ମାଇକ୍ରୋସ୍କୋପ୍‌ ଯନ୍ତ୍ର ଉଦ୍‌ଘାଟିତ

ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କର ବାର୍ତ୍ତା, ପାର୍ବଣ ସମୟରେ କରୋନା କଟକଣା ମାନିବା ପାଇଁ ଦେଲେ ପରାମର୍ଶ

ହେଲପ୍‌ ଲାଇନ୍‌ ନମ୍ବର ଜାରି, ଦାଦା ବଟି ମାଗିଲେ କଲ୍‌ କରନ୍ତୁ : ଡିଜିପି