ପ୍ରମୁଖ ଖବର
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ଏବେଠୁ ଜଳିଲାଣି ସାରା ଓଡ଼ିଶା, ଦିନ ସାଢେ ୧୧ଟାରେ ଟପିଗଲା ୩୬ ଡିଗ୍ରୀ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ବାପାଙ୍କ ଫିଟନେସ୍‌ କୋଚ୍‌ଙ୍କ ପ୍ରେମରେ ଉବୁଡୁବୁ ହେଉଛନ୍ତି ଝିଅ ଇରା ଖାନ୍‌, ଇଂଷ୍ଟାରେ ସେୟାର କଲେ ଏମିତି ଫଟୋ...

ମୁମ୍ବାଇ ୨୫।୧୧ : ଅଭିନେତା ଆମିର ଖାନଙ୍କ ଝିଅ ଇରା ଖାନ ବଲିଉଡର ସେହି ଷ୍ଟାର କିଡ୍ସ୍ ମଧ୍ୟରେ ଅଛନ୍ତି ଯିଏ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ଇରା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥାଆନ୍ତି। ଏବେ ସେ ନିଜର ଲଭ୍‌ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି।

{"id":187862,"width":779,"height":519,"sizeSlug":"large"}

ରିପୋର୍ଟ ମୁତାବିକ, ଆମିର ଖାନ୍‌ଙ୍କ ଫିଟନେସ୍‌ କୋଚ ନୁପୁର ଶିଖରଙ୍କୁ ଡେଟ୍‌ କରୁଛନ୍ତି ଇରା ଖାନ୍‌। ଦୁହେଁ ଗତ ଛଅ ମାସରୁ ରିଲେସନ୍‌ସିପ୍‌ରେ ଅଛନ୍ତି। କେବଳ ଏତିକି ନୁହେଁ, ଇରା ମା ରୀନା ଦତ୍ତାଙ୍କୁ ନୁପୁରଙ୍କ ସହିତ ପରିଚିତ କରାଇଛନ୍ତି। କୁହାଯାଉଛି କି, ଦୁହେଁ ରିଲେସନ୍‌ସିପ୍‌କୁ ନେଇ ବହୁତ ସିରିୟସ୍‌ ଅଛନ୍ତି।

{"id":187863,"width":774,"height":627,"sizeSlug":"large"}

ଇରା ଯେତେବେଳେ ଫିଟନେସ ପ୍ରତି ସକ୍ରିୟ ହେଲେ, ସେତେବେଳେ ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା। ନୁପୁର ତାଙ୍କ ଇନଷ୍ଟାଗ୍ରାମରେ ଇରାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଲକ ଡାଉନ୍ ସମୟରେ ଦୁହେଁ ଅତି ନିକଟତର ହୋଇଥିଲେ। କିଛି ସମୟ ପୂର୍ବରୁ ଇରା ତାଙ୍କର ଅନେକ ଫିଟନେସ୍ ଭିଡିଓ ମଧ୍ୟ ସେୟାର କରିଛନ୍ତି।

{"id":187864,"width":788,"height":443,"sizeSlug":"large"}

ସୂଚନାନୁସାରେ, ଇରା ଏବଂ ନୁପୁର ଆମିର ଖାନଙ୍କ ଫାର୍ମହାଉସ ମହାବାଲେଶ୍ୱରରେ ଛୁଟି କଟାଇଥିଲେ। ଦୁହେଁ ନିଜ ସାଙ୍ଗମାନଙ୍କ ସହିତ ମିଶି ଦୀପାବଳି ମଧ୍ୟ ପାଳନ କରିଥିଲେ । ସୂତ୍ରରୁ ପ୍ରକାଶ ଯେ ଇରା ତାଙ୍କ ମା’ ରିନା ଦତ୍ତଙ୍କୁ ନୁପୁର ସହିତ ପରିଚିତ କରିଛନ୍ତି। ଏହାପୂର୍ବରୁ ଇରା ଖାନ ମିଶାଲ କ୍ରିପଲାନୀଙ୍କୁ ଦୁଇ ବର୍ଷ ଧରି ଡେଟ କରିଥିଲେ। ସେହି ସମୟରେ ଇରା ଅନେକ ସମୟରେ ମିଶାଲଙ୍କ ସହିତ ତାଙ୍କର ଫଟୋ ସେୟାର କରିଥିଲେ । ୨୦୧୯ ଡିସେମ୍ବରରେ ସେମାନେ ଅଲଗା ହୋଇଯାଇଥିଲେ। ନୁପୁର ଶିଖର ଜଣେ ସେଲିବ୍ରିଟି ଫିଟନେସ୍ କୋଚ୍ । ବର୍ତ୍ତମାନ ସେ ଆମିର ଖାନ, ଇରା ଖାନ ଏବଂ ସୁସ୍ମିତା ସେନଙ୍କୁ ତାଲିମ ଦେଉଛନ୍ତି।

wp:html
/wp:html wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.