ସୋସିଆଲ ମିଡ଼ିଆରେ ଫଟୋ ସେୟାର କରି ଦମ୍ପତି ଅଡୁଆରେ ! ୧୬ ବର୍ଷ ଜେଲ୍ , ୭୪ ଥର ଚାବୁକ ମାଡ଼

ନୂଆଦିଲ୍ଲୀ ୫/୦୫ : ସୋସିଆଲ ମିଡ଼ିଆରେ ଆପଣ ନିଶ୍ଚୟ ନିଜର ଫଟୋ ସେୟାର କରିଥିବେ। କିନ୍ତୁ କେବେ ଭାବିଛନ୍ତି ଯଦି ଏଥି ଯୋଗୁଁ ଆପଣଙ୍କୁ କୋର୍ଟ ଜେଲ ଦଣ୍ଡ ଓ ଚାବୁକ୍‌ ମାଡ଼ର ଦଣ୍ଡ ଘୋଷଣା ହୁଏ ତ କଣ ହେବ ?  କିଛି ଏମିତି ମାମଲା ଇରାନ୍‌ରେ ଘଟିଛି । ଏଠାରେ  ସୟଦ ଅହମ୍ମଦ ମୋଇନ୍‌ ଶିରାଜୀ  ଓ ତାଙ୍କ ପତ୍ନୀ ଶବନମ୍‌ ଶାହରୋଖିକୁ କୋର୍ଟ ଦଣ୍ଡବିଧାନ କରିଛି । ୧୬ ବର୍ଷ ଜେଲ୍‌ ଓ ୭୪ଥର ଚାବୁକ୍‌ ମାଡ଼ ।

ହେଲେ ଏହି ଦଣ୍ଡ ଏତିକି ବେଳେ ଶୁଣାଯାଇଛି, ଯେତେବେଳେ ଦମ୍ପତି ଇରାନରେ ଉପସ୍ଥିତ ନାହାନ୍ତି । କାରଣ ଶିରାଜୀ  ଓ ତାଙ୍କର ପତ୍ନୀ  ୨୦୧୯ରେ ଇରାନ୍‌ ଛାଡ଼ି ତୁର୍କୀ ଚାଲିଯାଇଛନ୍ତି ।

ସୂଚନା ଯେ,  ୱେଷ୍ଟର୍ଣ୍ଣ କପଡ଼ାରେ ଫଟୋ ସେୟାର କରିବା ,  ରାଜନୈତିକ ବିଚାରଧାରା ଉପରେ ଖୋଲିକରି  କହିବା  ଶବନମଙ୍କ ପାଇଁ ମହଙ୍ଗା  ହୋଇଛି । କହିରଖୁଛି କି , ଶିରାଜୀ ଜଣେ ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର , ପୂର୍ବତନ କିକ୍ ବକ୍ସିଂ ଚମ୍ପିୟାନ ଓ ଇଣ୍ଟପ୍ରିନ୍ୟୋର ।

View this post on Instagram

ميگم تا زمانيكه بچه نداريد حسابى از لحظه لحظه زندگيتون استفاده كنيد. نميخوام بترسونمتون ولى خب بعد از اومدن بچه يا بچه ها زندگى تغييرات اساسى و بنيادينى ميكنه. نه اينكه بد باشه ها نه، ولى خب ديگه هيچوقت مثل قبلش نميشه و هيچ دگمه ريوِرس و عقب گردى هم دركار نيست 😂🤪🤗😍 ما كه هروقت فرصتى پيدا ميكنيم حتى در حد چند ساعت هم نهايت استفاده رو ازش ميكنيم 😈 بخصوص الان كه ديگه از ايران هم دوريم و خب بيشتر از قبل دست تنهاييم. ولى خب اين هم قسمتى از پروسه زندگى است و زيبايى هاى خودش رو داره ديگه 🥴 خلاصه اينكه تا فقط خودتونيد حسابى براى خودتون وقت بذاريد. از ما گفتن بود ❤️😍🌹

A post shared by Seyed Ahmad Moinshirazi (@picassomo) on

 ଶିରାଜୀଙ୍କର ଏକ ପୋଷ୍ଟକୁ ଅନୁଧ୍ୟାନ କଲା ପରେ ଜଣାପଡ଼ିଲା କି ତାଙ୍କ ପତ୍ନୀ  ଶବନମଙ୍କ ଉପରେ ସରକାରଙ୍କ ବିରୋଧରେ ଦୁଃପ୍ରଚାର ଓ ଅଶ୍ଳୀଳ ଫଟୋ ସେୟାର କରିବାର ଆରୋପ ଲାଗିଛି । ଶିରାଜୀଙ୍କ ଇନଷ୍ଟାଗ୍ରାମ ଚେକ୍‌ କଲା ପରେ  ଜଣାପଡ଼ିଲା କି  ତାଙ୍କର  ଦୁଇ ଜଣ ପିଲା ମଧ୍ୟ ଅଛନ୍ତି।ସିରାଜୀ ଇରାନ ଛାଡ଼ିବା ନେଇ କହିଛନ୍ତି ,ସେଠାର ସରକାର ଆମକୁ ଦୋଷୀ  ସାବ୍ୟସ୍ତ କରିବା ପାଇଁ ଲାଗିଥିଲା। ଏହି କାରଣରୁ ଆମେ ଇରାନ ଛାଡ଼ି ତୁର୍କୀରେ ରହିବାକୁ ପସନ୍ଦ କଲୁ । ଯଦି ଇରାନ କୋର୍ଟ ଦ୍ୱାରା ଦିଆଯାଇଥିବା  ଦଣ୍ଡର କଥା  କହିବା ତ ଶିରାଜୀଙ୍କୁ ୯ବର୍ଷ  ଓ ତାଙ୍କର ପତ୍ନୀ ଶବନମକୁ ୭ବର୍ଷ  ଜେଲ ଦଣ୍ଡ ଶୁଣାଯାଇଛି । ଏହାସହ ୭୪ଥର ଚାବୁକ୍ ମାଡ଼ର ଦଣ୍ଡ ମଧ୍ୟ ଦିଆଯାଇଛି।   

   ସମ୍ବନ୍ଧିତ ଖବର


ଲଦାଖରୁ ଧରାପଡିଥିବା ଚୀନ୍ ସୈନିକଙ୍କୁ ଫେରାଇଲା ଭାରତ, ୨ ଦିନ ପୂର୍ବେ ଭୁଲରେ ସୀମା ଭିତରକୁ ପଶିଆସିଥିଲେ

ପତ୍ନୀ ଓ ୬ ସନ୍ତାନଙ୍କୁ ନେଇ ଚିନ୍ତାରେ ବ୍ରିଟେନ ପ୍ରଧାନମନ୍ତ୍ରୀ, ଦରମା ଅଣ୍ଟୁନଥିବାରୁ ଛାଡିବେ ଚାକିରି…

କରୋନାକୁ ନେଇ ମୋଦିଙ୍କ ଚେତାବନୀ, ଟିକା ଆସିବା ପର୍ଯ୍ୟନ୍ତ ସତର୍କ ହେବା…

ଅହମଦାବାଦରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍, ସୂଚନା ଦେଲେ ସୌରଭ

କାମାନ୍ଧ ଯୁବକଙ୍କ ଅଜବ ଯୌନ ଲାଳସା; ମହିଳାଙ୍କ ଅନ୍ତବସ୍ତ୍ର ଚୋରାଇବା ପାଇଁ ଭାଙ୍ଗୁଥିଲେ କଠିନ ଲକଡାଉନ କଟକଣା, ଘରୁ ମିଳିଲା ୧୦୦ ବ୍ରା ଓ ୪୧ ହଳ ପ୍ୟାଣ୍ଟି…

7th pay commission: କେନ୍ଦ୍ରୀୟ କର୍ମଚାରୀଙ୍କୁ ଦିପାବଳୀ ଉପହାର ଦେବେ ସରକାର, ଜାଣନ୍ତୁ କ’ଣ ନୂଆ ନିଷ୍ପତ୍ତି…