PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି କଲେଜର ପର୍ଯ୍ୟଟନ ଓ ଆତିଥ୍ୟତା ବିଭାଗର ଶିକ୍ଷାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର, ଦୁଇବର୍ଷ ଧରି ବାହରୁନି ପରୀକ୍ଷା ଫଳ,କଲେଜ ଆଗରେ ବସିଲେ ଧାରଣା, ଦୁଇ ଛାତ୍ର ଛାତ୍ରୀ ଅସୁସ୍ଥ
  • ||
  • ବଲାଙ୍ଗୀର: ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା ଅବହେଳା ଯୋଗୁଁ ରୋଗୀଙ୍କ ମୃତ୍ୟ ଅଭିଯୋଗ ଆଣି ସମ୍ପର୍କୀୟଙ୍କ ହୋହାଲ୍ଲା, ପୁଲିସ ମୁତୟନ
  • ||
  • ଭୁବନେଶ୍ବର: ୨ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ରାଜଭବନରେ କରିବେ ରାତ୍ରିଯାପନ
  • ||
  • ଫ୍ରାନ୍ସ: ଫାଇଟର ଜେଟ୍ ରାଫେଲ ତିଆରି କରୁଥିବା କମ୍ପାନୀର ମାଲିକ ଓଲିଭର ଡାସଲ୍ଟଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ
  • ||
  • ଭବାନୀପାଟଣା: ଏକ ତରଫା ପ୍ରେମରୁ ହତ୍ୟା, ଯୁବତୀଙ୍କୁ ଛୁରି ଭୁସି ଦେଲା ପ୍ରେମିକ, ଆକ୍ରମଣରେ ଯୁବତୀଙ୍କ ମାଆ ମୃତ
  • ||
  • ପାରାଦୀପ : ଅଠରବାଙ୍କୀ ରେଳବାଇ କଲୋନୀ ପଛପଟ ଟ୍ରେନ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
  • ||
  • ନୀଳଗିରି : ନୀଳଗିରି ବ୍ଲକ ଅଧିନ ମଛୁଆ ଗ୍ରାମର ଉମାକାନ୍ତ ସିଂ ଓ ଲକ୍ଷ୍ମୀ ସିଂଙ୍କ ଝିଅ ସୌଭାଗ୍ୟବତୀଙ୍କ ମୁଣ୍ଡ ଅସ୍ଵାଭାବିକ ଭାବରେ ବୃଦ୍ଧି ପାଉଛି, ଚିକିତ୍ସା ପାଇଁ ପରିବାର ନିକଟରେ ନାହିଁ ସମ୍ବଳ, ଝିଅ ପାଇଁ ହାତୁଡି ଧରି ପଥର ସହ ସଙ୍ଘର୍ଷ କରୁଛି ମାଆ
  • ||
  • ସୋର : ସୋର ଅଞ୍ଚଳରେ ୨ଟି ସ୍ଥାନରେ ଭୟାବହ ଅଗ୍ନିକାଣ୍ଡ, ୩ ଗୁରୁତର, ୭ ଏକର ଜମିର ଧାନ ଜଳିଗଲା ୧୦ ବଖରା ପୋଡି ପାଉଁଶ
  • ||
  • ବାଲେଶ୍ବର: ଖଇରା ଓ ନୀଳଗିରି ଅଞ୍ଚଳରେ ଅଚାନକ ଚଢ଼ାଉ କଲେ ନୀଳଗିରି ଏସଡିପିଓ, ୩ ବେଆଇନ ପଥର ବୋଝେଇ ଡ଼ମ୍ଫର ଜବତ,୪ ଅଟକ
  • ||

ଇରାନ୍‌ରେ ସରିଆ ଆଇନର କ୍ରୁରତା-ମହିଳାଙ୍କ ମୃତ୍ୟୁ ପରେ ବି ଶବକୁ ଦିଆଗଲା ଫାଶୀ

ତେହେରାନ୍‌- ଇନାର୍‌ରେ ମାନବାଧିକାରର ଉଲ୍ଲଘଂନ ହେଉଥିବା ଅଭିଯୋଗ ହେଉଛି । ବାରମ୍ବାର ଏହି ଦେଶରେ ମାନବାଧିକାରର ଉଲ୍ଲଘଂନ ହେଉଛି । ଚୀନ୍‌ ପରେ ମାନବାଧିକାର ଉଲ୍ଲଘଂନରେ ଏହା ଦ୍ୱିତୀୟ ସ୍ଥାନରେ ରହିଛି । ଜହରା ଇସମାଇଲ୍‌ ନାମକ ମହିଳାଙ୍କୁ ଇରାନ୍‌ରେ ଏକ ଅଦାଲତ ଫାଶୀ ଦଣ୍ଡାଦେଶ କରିଥିଲେ । ହେଲେ ହାର୍ଟ ଆଟାକ୍‌ରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ତାଙ୍କ ଶବକୁ ଫାଶୀ ଖୁଣ୍ଟ ପର୍ଯ୍ୟନ୍ତ ଟେକି ନିଆଯାଇଥିଲା । ପରେ ତାଙ୍କ ଶବକୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା । ପୀଡିତାଙ୍କ ଶାଶୁ ତାଙ୍କର ମୃତ୍ୟୁର କାଠକୁ ହଟାଇ ଦେଇପାରେବେ ସେଥିପାଇଁ ଆଇନ ବ୍ୟବସ୍ଥା ଅନୁସାରେ ଏପରି କରିଯାଇଥିବା ଇରାନ୍‌ର ଜଣେ ଆଇନଜୀବୀ ସୂଚନା ଦେଇଛନ୍ତି । ଏହି ମହିଳା ତାଙ୍କ ପତିଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।

ଜହରାଙ୍କ ଆଇନଜୀବୀଙ୍କ ଅନୁସାରେ ଜହରାଙ୍କୁ ଯେନତେନ ପ୍ରକାରଣେ ଫାଶୀ ଦେବା ପାଇଁ ନିର୍ଦେଶ ଦିଆଯାଇଥିଲା । ତାଙ୍କ ପତି ଇରାନ୍‌ର ଗୁପ୍ତଚର ବିଭାଗ ପାଇଁ କାମ କରୁଥିଲେ । ସେ ତାଙ୍କ ଝିଅକୁ ଅସଦାଚରଣ କରିବାରୁ ତାଙ୍କ ସ୍ତ୍ରୀ ତାଙ୍କୁ ହତ୍ୟା କରିଥିଲେ । ଏଥିପାଇଁ ଇରାନ୍‌ର ଅଦାଲତା ତାଙ୍କୁ ଫାଶୀ ଦ୍ୱାରା ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ । ଜହରାଙ୍କ ପୂର୍ବରୁ ୧୬ ଜଣଙ୍କୁ ଫାଶୀ ଦେବାର ଥିଲା । ମାତ୍ର ଜହରାଙ୍କର ଜେଲ୍‌ ଭିତରେ ହାର୍ଟ ଆଟାକ୍‌ରେ ମୃତ୍ୟୁ ହୋଇଥିଲା ।

ଏହାପରେ ଜେଲ୍‌ର ଅଧିକାରୀ ଏବଂ କର୍ମଚାରୀମାନେ ତାଙ୍କ ଶବକୁ ଫାଶୀ ଖୁଣ୍ଟି ନିକଟକୁ ନେଇଯିବା ସହ ତାଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଥିଲେ । ନିୟମ ଅନୁସାରେ ତାଙ୍କ ଶାଶୁ ଜହରାଙ୍କ ପାଦ ତଳେ ଥିବା ମୃତ୍ୟୁର କାଠ ଖଣ୍ଡକୁ ହଟାଇ ଦେଇଥିଲେ । ଫଳରେ ଜହରାଙ୍କ ଶବ ଫାଶୀ ଖୁଣ୍ଟରେ ଝୁଲି ରହିଥିଲା । ପରେ ତାଙ୍କ ଶବକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଇରାନ୍‌ କୁଖ୍ୟାତ ରଜାଇ ସହରରେ ଜହରାଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା ।