PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜ୍ଞାନବାପୀ ମସଜିଦ ବିବାଦ ମାମଲାରେ ଶୁଣାଣି ଶେଷ, ମଙ୍ଗଳବାର ପ୍ରକାଶ ପାଇବ ରାୟ
  • ||
  • ଭୁବନେଶ୍ୱର : ଆଜି ଉପକୂଳରେ ବଢ଼ିବ ତାତି, କାଲି ପୁଣି ବର୍ଷିବ
  • ||
  • ଗଜପତି : ପାରଳାଖେମୁଣ୍ଡି ଟାଉନ୍‌ ହଲ୍ ପରିସରରେ ଥିବା ପାର୍କିଂରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୫ଟି କାର୍‌
  • ||
  • କରଞ୍ଜିଆ : ଭାରସାମ୍ୟ ହରାଇ କଲଭର୍ଟରେ ପିଟିହେଲା ବରଯାତ୍ରୀ ଗାଡି, ୨ ମୃତ ୫ ଗୁରୁତର
  • ||

ପାକିସ୍ତାନକୁ ଧମକ ଦେଲା ଇରାନ୍, କହିଲା ଶୀଘ୍ର ଆତଙ୍କବାଦ ଉପରେ ଲଗାମ୍ ଲଗାଅ ନଚେତ୍…

source:zeenews.india.com

ନୁଆଦିଲ୍ଲୀ ୧୦/୩: ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ସବୁ ଦେଶର ମେନ୍ ଟାର୍ଗେଟରେ ଆସିଯାଇଛି । ଫ୍ରାନ୍ସ, ଆମେରିକା, ଆଫଗାନିସ୍ଥାନ ସହିତ ଆହୁରି ଅନେକ ଦେଶ ପାକିସ୍ତାନ ପିଏମ୍ ଇମ୍ରାନ୍ ଖାନଙ୍କୁ ଆତଙ୍କବାଦ ଉପରେ ଲଗାମ ଲଗେଇବା ପାଇଁ ଚେତାବନୀ ଦେଇସାରିଛନ୍ତି । ଇରାନ୍, ପାକିସ୍ତାନକୁ ଚେତାବନୀ ଦେଇଛି ଯେ ଯଦି ପାକ୍ ଆତଙ୍କବାଦ ଉପରେ ଲଗାମ ନଲଗାଏ ତେବେ ପାକ୍-ଇରାନ୍ ସମ୍ପର୍କ ଭାଙ୍ଗିପାରେ ।

ଫୋନରେ ଇରାନ୍ ରାଷ୍ଟ୍ରପତି ହସନ ରୁହାନୀ ପାକିସ୍ତାନ ପିଏମ୍ ଇମ୍ରାନ୍ ଖାନଙ୍କୁ କହିଛନ୍ତି ଯେ ଆମେ ଆତଙ୍କବାଦୀଙ୍କ ଦ୍ୱାରା ହେଉଥିବା ଅନେକ ଆତଙ୍କୀ ହମଲା ଦେଖିଲୁଣି । ଏବଂ ଏହି ଆତଙ୍କବାଦୀମାନେ ପାକିସ୍ତାନ ମାଟିର । ସେ ଆହୁରି କହିଛନ୍ତି ଯେ ଆତଙ୍କବାଦୀ କାହା ଭଲ ପାଇଁ କାମ କରନ୍ତିନି । ତେଣୁ ଆତଙ୍କବାଦୀଙ୍କୁ ଖତମ କରିବା ପାଇଁ ପାକିସ୍ତାନ ସରକାର ଓ ପାକିସ୍ତାନୀ ସେନା କଠୋର ପଦକ୍ଷେପ ନେବା ଉଚିତ୍ ।

ରୁହାନୀ କହିଛନ୍ତି ସେ ପାକ୍ ପିଏମଙ୍କୁ ଏହା କହିଛନ୍ତି ଯେ ଆତଙ୍କବାଦୀଙ୍କୁ ମୁଳପୋଛ୍ କରିବା ପାଇଁ  ପାକକୁ ସହଯୋଗ କରିବା ପାଇଁ ଇରାନ୍ ସବୁବେଳେ ତତ୍ପର ଅଛି । ରୁହାନୀ ଏହା କହିଛନ୍ତି ଯେ ଆତଙ୍କବାଦୀଙ୍କ ବିରୁଦ୍ଧରେ ପାକ୍ କଣ ପଦକ୍ଷେପ ନେଉଛି ସେ ଅପେକ୍ଷା କରିଛନ୍ତି ।

ଇରାନ୍ ଉପରେ ମଧ୍ୟ କିଛି ଦିନ ତଳେ ପୁଲୱାମା ଭଳି ଆତଙ୍କୀ ହମଲା ହୋଇଥିଲା ଯେଉଁଥିରେ ୨୭ ଯବାନଙ୍କ ମୃତ୍ଯୁ ହୋଇଥିଲା । ଇରାନ୍-ପାକ୍ ବର୍ଡରରେ ହୋଇଥିବା ଏହି ଆତଙ୍କୀ ହମଲା ପଛରେ ଜୈଶ-ଉଲ-ଅଦଲର ହାତ ଥିଲା ।

ସମ୍ବନ୍ଧିତ ଖବର