PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ଷଡଯନ୍ତ୍ର ନା ଦୁର୍ଘଟଣା?ଇରାନ ନୌସେନାର ସବୁଠାରୁ ବଡ ଜାହାଜରେ ନିଆଁ ଲାଗିବା ପରେ ବୁଡିଗଲା

ନୂଆଦିଲ୍ଲୀ,୨।୬:ଇରାନର ନୌସେନାର ସବୁଠାରୁ ବଡ ଜାହାଜ ବୁଧବାର ଅଗ୍ନିକାଣ୍ଡ ପରେ ବୁଡ଼ି ଯାଇଛି। ଓମାନର ଉପସାଗରୀୟ ଅଞ୍ଚଳରେ ହୋଇଥିବା ଏହି ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଇରାନର ସେମି ଅଫିସିଆଲ୍ ନ୍ୟୁଜ୍ ଏଜେନ୍ସି ଫାର୍ସ ଏବଂ ତସ୍ନିମର ସୂଚନା ଅନୁସାରେ, ଖର୍ଗ ନାମକ ଏହି ଜାହାଜକୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ଏହା ବୁଡ଼ିଗଲା।ଏହି ଜାହାଜର ନାମ ଖର୍ଗ ଦ୍ୱୀପ ନାମରେ ରଖାଯାଇଥିଲା,ଯାହା ଇରାନର ମୁଖ୍ୟ ତୈଳ ଟର୍ମିନାଲ l

ସୂଚନା ଅନୁଯାୟୀ, ଏହି ଜାହାଜରେ ଅପରାହ୍ନ ୨ ଟା ୨୫ ମିନିଟ ସମୟରେ ନିଆଁ ଲାଗିଥିଲା। ଅଗ୍ନିଶମ କର୍ମଚାରୀମାନେ ଏହାକୁ ଲିଭାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ,କିନ୍ତୁ ସବୁ ପ୍ରକାର ଚେଷ୍ଟା ବୃଥା ହୋଇଥିଲାl ଏହି ଜାହାଜ ଇରାନର ଜାସ୍କ ବନ୍ଦର ନିକଟରେ ବୁଡ଼ି ଯାଇଥିଲାl ଏହା ତେହେରାନଠାରୁ ପ୍ରାୟ ୧୨୭୦ କିଲୋମିଟର ଦୂରରେ ରହିଛିl ସୋସିଆଲ ମିଡିଆରେ ଏହି ଜାହାଜର ଭିଡିଓ ଭାଇରାଲ ହେଉଛିl ଏଥିରେ ଜାହାଜର କର୍ମଚାରୀମାନେ ଜ୍ୟାକେଟ୍ ପିନ୍ଧି ପାଣିକୁ ଡେଇଁ ଜୀବନ ରକ୍ଷା କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ଇରାନର ସମାଚାର ଏଜେନ୍ସି ଏହାକୁ ଏକ ଟ୍ରେନିଂ ଜାହାଜ ବୋଲି କହିଛନ୍ତି।

ଭିଡିଓରେ ଜାହାଜରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳୁଛିlଏହି ଜାହାଜ ଇରାନର ନୌସେନାର ଶକ୍ତି ବୋଲି କୁହାଯାଏl ଏହାକୁ ୧୯୭୭ ମସିହାରେ ବ୍ରିଟେନରେ ନିର୍ମିତ ହୋଇଥିଲା ଏବଂ ୧୯୮୪ରେ ନୌସେନାରେ ସାମିଲ କରାଯାଇଥିଲା।ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଇରାନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ତେବେ, ୨୦୧୯ ପରଠାରୁ ଓମାନ ଉପସାଗରୀୟ ଅଞ୍ଚଳରେ ଏଭଳି ସନ୍ଦେହଜନକ ଘଟଣା ଘଟୁଛି। ଏହି ଘଟଣା ପରେ ଆମେରିକାର ନୌସେନା ଅଭିଯୋଗ କରିଛି ଯେ ଇରାନ ସେମାନଙ୍କ ଜାହାଜକୁ ଟାର୍ଗେଟ କରୁଛି।