PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୦ ଜିଲ୍ଲାରେ ପ୍ରବଳ ବର୍ଷିଲା, ଆଜିଠୁ ବଢ଼ିବ ତାପମାତ୍ରା
  • ||
  • ଭଞ୍ଜନଗର : ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍, ୬ ମୃତ ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରାଇରଙ୍ଗପୁର : ସାପ୍ତାହିକ ହାଟରେ ଗୁଳିକାଣ୍ଡ, ଗୋରୁ ବେପାରୀଙ୍କୁ ଗୁଳି କରି ୨୦ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||

ଆଇଆରସିଟିସିରୁ ଟିକେଟ୍ ବୁକ୍ କରୁଥିବା ଲୋକଙ୍କ ପାଇଁ ଖୁବ୍ ଜରୁରୀ ଏହି ସର୍ଭିସ

ନୂଆଦିଲ୍ଲୀ,୧୯।୪: ଆଇଆରସିଟିସି ଗତ ବର୍ଷ ନିଜର ଓ୍ବେବସାଇଟରେ ଏକ ନୂଆ ଫିଚର ଯୋଡିଛି। ଆଇଆରସିଟିସିରୁ ଅନଲାଇନ୍ ଟିକେଟ୍ ବୁକିଂ କରୁଥିବା ଲୋକଙ୍କ ପାଇଁ ଖୁବ୍ ଦରକାରୀ। ଏହି ଫିଚରର ନାଁ ହେଉଛି ‘ଆସ୍କ ଦିଶା’(Ask Disha) ଏହି ନୂଆ ଫିଚର ଆଇଆରସିଟିସିର ଓ୍ବେବସାଇଟର ଡାହାଣ ପାର୍ଶ୍ବରେ ଦେଖିବାକୁ ମିଳିବ।‘ଆସ୍କ ଦିଶା’ ଳୋକଙ୍କୁ ଟିକେଟ୍ ବୁକିଂ, ଟିକେଟ୍ କ୍ୟାନସିଲେସନ, ତତ୍କାଳ ଟିକେଟ ବୁକିଂ ଓ ଅନ୍ୟ ଜିନିଷ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେବ। ‘ଆସ୍କ ଦିଶା’ ଡିଜିଟାଲ ଇଣ୍ଟେକ୍ସନର ମାଧ୍ୟମ ଅଟେ, ଯାହାକି କୌଣସି ସମୟରେ ୟୁଜର୍ସଙ୍କୁ ସମ୍ପୂର୍ଣ୍ଣ ଭାବରେ ସାହାର୍ଯ୍ୟ କରିବ। ହ୍ୟାକ୍ସ କ୍ବିନର ଏହି ଭିଡିଓରେ ଦେଖନ୍ତୁ କିଭଳି କାମ କରିଥାଏ ଏହି ଫିଚର। ‘ଆସ୍କ ଦିଶା’ର ବ୍ୟବହାର ଭାରତୀୟ ରେଳ ଯାତ୍ରୀଙ୍କ ଚାର୍ଟ ବୋର୍ଡ ଜରିବାରେ ନିଜର କୌଣସି ପ୍ରଶ୍ନ ମଧ୍ୟ ପଚାରିପାରିବେ।

ଆଇଆରସିଟିସି ଓ୍ବେବସାଇଟର ଡାହାଣ ପଟେ ଦିଆଯାଇଥିବା ‘ଆସ୍କ ଦିଶା’ ଉପରେ କ୍ଲିକ କଲେ ରେଳ ଯାତ୍ରୀ ନିଜର ପ୍ରଶ୍ନ ଟାଇପ୍ କରିବେ, ଏହା ସାମାନାରେ ଜବାବ ଆସିବ। ଉଦାହରଣ ଭାବରେ ‘ଆସ୍କ ଦିଶା’କୁ ଆପଣ ତତ୍କାଳ ଟିକେଟ ବୁକିଂ ପାଇଁ କ’ଣ କନେକସନ୍ ଉପଲବ୍ଧ ରହିଛି କିମ୍ବା ଜେନେରାଲ ଟିକେଟ୍ କିଭଳି ବୁକ୍ କରାଯିବ ତାହା ପଚାରି ପାରିବେ। ଆଇଆରସିଟିସିର ସୂଚନା ଅନୁସାରେ, ‘ଆସ୍କ ଦିଶା’ରେ କିଛି ସାଇଲେଣ୍ଟ ଫିଚରରେ ସପ୍ତାହକୁ ୭ଦିନ ଏବଂ ୨୪ ଘଣ୍ଟିଆ କଷ୍ଟମର କ୍ୟୁରି ସପୋର୍ଟ, କ୍ବିକ ରେସପନ୍ସ ଟାଇମକୁ ନେଇ ମଲ୍ଟି ଟାସ୍କିଙ୍ଗ ରହିଛି।

ସମ୍ବନ୍ଧିତ ଖବର