ଟିଟିଇଙ୍କ ସ୍ଥାନରେ ରେଲଓ୍ବେ ପୋଲିସ କରିପାରେ ଟିକେଟ ଚେକିଂ, ପ୍ରିଣ୍ଟିଂ ବନ୍ଦ କରିବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୧୦।୬: ଭାରତୀୟ ରେଲଓ୍ବେରେ ଖୁବ୍ ଶୀଘ୍ର ଐତିହାସିକ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ରେଲଓ୍ବେ ବୋର୍ଡ ପାଖକୁ ପଠାଯାଇଥିବା ପ୍ରସ୍ତାବରେ ରେଲଓ୍ବେ ଯାତ୍ରୀ ଟିକେଟକୁ ପ୍ରିଣ୍ଟ କରିବା ବନ୍ଦ କରିବା। ଷ୍ଟେସନ ମାଷ୍ଟରଙ୍କୁ ସିଗନାଲ ମେଣ୍ଟେନର ରୂପରେ କାମ କରିବା ଓ ଟିଟିଇଙ୍କ ସ୍ଥାନରେ ଆରପିଏଫ୍ ଷ୍ଟାଫ୍ ଓ ଯାତ୍ରା ସମୟରେ ଟ୍ରେନରେ ଉପସ୍ଥିତ ଟେକ୍ନିସିୟାନ୍ ଟିକେଟର ଯାଞ୍ଚ କରିବାକୁ ଦିଆଯିବ।ଉଲ୍ଳେଖନୀୟ ଯେ, ପରିବର୍ତ୍ତନ ସମ୍ପକୀୟ ଏହି ସମସ୍ତ ପ୍ରସ୍ତାବ ରେଲଓ୍ବେକୁ ତା’ର ଅଲଗା ଅଲଗା ଜୋନରୁ ମିଳିଛି। ତେବେ ରେଲାଓ୍ବ ବୋର୍ଡ ଦ୍ବାରା ଏବେ ଏହା ଉପରେ କୌଣସି ନିଷ୍ପତ୍ତି ନେଇ ନାହିଁ।

ଏବେ କ’ଣ ହେବ: ପ୍ରସ୍ତାବକୁ ଅନ୍ତିମ ରୂପରେଖ ଦେବା ପୂର୍ବରୁ ସମିତି ଦ୍ବାରା ଯାଞ୍ଚ କରାଯିବ ଓ ରେଲଓ୍ବେ ବୋର୍ଡକୁ ପଠାଯିବ। ତେବେ ସମିତି ପାଖରେ ଏହି ସମ୍ପୂର୍ଣ୍ଣ ପକ୍ରିୟାକୁ ପୂରଣ କରିବା ପାଇଁ ୧ ମାସର ସମୟ ରହିଛି। କିନ୍ତୁ ରେଲଓ୍ବେ ବୋର୍ଡ ଏହି ପ୍ରସ୍ତାବକୁ ସବୁଜ ସଙ୍କେତ ଯଦି ଦେଇଦିଏ ତେବେ ଭାରତୀୟ ରେଲଓ୍ବେ ଇତିହାସରେ ଏହା ସବୁଠାରୁ ବଡ ପରିବର୍ତ୍ତନ ହେବ।

୧- ରେଲଓ୍ବେକୁ ମଧ୍ୟ ଏୟାରଲାଇନ୍ସ ଭଳି ଟିକେଟର ପ୍ରିଣ୍ଟିଂ ନକରିବା ଦରକାର। ବରଂ ଯାତ୍ରୀଙ୍କୁ ନିଜର ମୋବାଇଲରେ ଟିକେଟ ଦେଖାଇବାର ଅନୁମତି ଦେବା ଦରକାର।

୨-ବିମାନ ବନ୍ଦରରେ ଲାଗିଥିବା ସେଲଫ୍-ପ୍ରିଣ୍ଟିଂ ବୋର୍ଡିଂ ପାସ୍ ଅନୁସାରେ ଯାତ୍ରୀଙ୍କୁ ମଧ୍ୟ ସେଲଫ୍-ଟିକେଟ ପ୍ରିଣ୍ଟିଂ ମେସିନ୍ ଉପରେ ପ୍ରିଣ୍ଯ କରିବାର ସୁବିଧା ଦିଆଯିବା ଦରକାର।

୩-ଟ୍ରେନରେ ଉପସ୍ଥିତ ଥିବା ଟେକ୍ନିକାଲ ଷ୍ଟାଙ୍କୁ ଟିକେଟ୍ ଚେନ୍ କରିବାର ଡ୍ୟୁଟିରେ ଲଗାଇ ଯାଇପାରେ। ସେଭଳି ଆଉ ଏକ ପରାମର୍ଶ ଦିଆଯାଇଛି ଯେ, ରେଲଓ୍ବେ ସୁରକ୍ଷା ବଳ(ଆରପିଏଫ)ର କର୍ମଚାରୀଭ୍କୁ ଷ୍ଟେସନରେ ଟିକେଟକୁ ଯାଞ୍ଚକରିବାର ଅନୁମତି ଦିଆଯିବ ଦରକାର।

୪- ରେଲଓ୍ବେ ଟେକ୍ନିକାଲ ଷ୍ଟାଫଙ୍କୁ ଟିକେଟ ଯାଞ୍ଚ ଓ କୋଚର ଦେଖାଶୁଣାର ଦାୟିତ୍ବ ଦିଆଯାଇ ପାରେ। ଏହା ସହିତ ରିଟାୟରିଂ ରୁମ୍ ଆଟେଣ୍ଡାଣ୍ଟ ଓ ଓ୍ବେଟିଂ ରୁ୍ମ ଆଟେଣ୍ଡାଣ୍ଟକୁ ମିଶାଇ ଦିଆଯାଇପାରେ।

୫- ସମସ୍ତ ଟିକେଟ ଚେକିଂ, ସଂରକ୍ଷଣ ଓ ପଚରାଉଚରା ସହିତ ଜଡିତ ପଦକୁ ବାଣିଜ୍ୟିକ  ବିଭାଗ(କମର୍ସିଆଲ ଡିପାର୍ଟମେଣ୍ଟ) ସହ ମିଶାଇବା ନେଇ କଥା ହୋଇଛି।

୬-୩ ଟି ଅନ୍ୟ ଜୋନର ପ୍ରସ୍ତାବ ଅନୁସାରେ, ରାଜମିସ୍ତ୍ରୀ, ପ୍ଲମ୍ବର, ବ​‌ଢେଇ, ଫିଟର,  ଭାଲଭମ୍ୟାନ୍ ଓ ଇଲେକ୍ଟ୍ରିସିଆନ୍ ପଦର ବିଲୟୟ କରାଯାଇପାରେ।

୭- ରେଲଓ୍ବେ ବର୍ତ୍ତମାନ ଚାଲିଥିବା ମେଡିକାଲ କ୍ୟାଡରର ୭ ଶ୍ରେଣୀକୁ ୪ଟିରେ ବିଲୟ କରିପାରେ।

   ସମ୍ବନ୍ଧିତ ଖବର


ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା: ୩ ଅଭିଯୁକ୍ତ ଗିରଫ, ୪ ଫେରାର୍‌

କୋଭିଡ୍‌ ଚିକିତ୍ସାର ନୂଆ ଆବିଷ୍କାର ନିମନ୍ତେ ୧୪ ବର୍ଷୀୟା ଭାରତୀୟ-ଆମେରିକୀୟ ବୈଜ୍ଞାନିକ ସମ୍ମାନିତ

ବିଧାନସଭାରେ ରାତି ବିତେଇଲେ ଆମ୍ ଆଦମୀ ବିଧାୟକ !

ଏଥର ଶୀତରେ ଥରିବ ଓଡ଼ିଶା, ଲା-ନିନା ପ୍ରଭାବରୁ ହାଡ଼ଭଙ୍ଗା ଶୀତ ଅନୁଭୂତ ହେବା ନେଇ ପ୍ରାକ୍‌ ଆକଳନ

ପୁଣି ଖାକିରେ କଳଙ୍କ: ଥାନା ଅଧିକାରୀ ଓ ମହିଳା କର୍ମଚାରୀଙ୍କ ଭିଡିଓ ଭାଇରାଲ୍‌, ସ୍ୱାମୀ, ଦୁଇ କର୍ମଚାରୀଙ୍କ ନାଁରେ ଏତଲା ଦେଲେ ମହିଳା

କରୋନା ଦ୍ୱାରା ବେଶୀ ବିପଦ ନୁହେଁ ଟିବି ! ଟ୍ୟୁବରକୁଲୋସିସ୍ ୱାର୍ଡରେ କୋଭିଡର ବହୁତ କମ୍ ରୋଗୀ