ଆୟରଲ୍ୟାଣ୍ଡରେ ଭାରତୀୟ ମହିଳା ଏବଂ ତାଙ୍କର ଦୁଇ ସନ୍ତାନଙ୍କୁ ନିର୍ମମ ହତ୍ୟା

ଡବଲିନ୍‌- ଆୟରଲାଣ୍ଡର ଦକ୍ଷିଣ ଡବଲିନ୍‌ର ସହର ଉପକଣ୍ଠରେ ରହୁଥିବେ ଜଣେ ମହିଳା ଏବଂ ତାଙ୍କର ଦୁଇ ଜଣଙ୍କ ସନ୍ତାନଙ୍କୁ ଦୁର୍ବୃତ୍ତ ନିର୍ମମ ଭାବେ ହତ୍ୟା କରିଛି । ସୀମା ବାନୁ ନାମକ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ବେଳେ ତାଙ୍କର ୧୧ ବର୍ଷର ଝିଅ ଅସଫିରା ଏବଂ ୬ ବର୍ଷର ପୁଇ ପୈଜାଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଛି । ତାଙ୍କୁ ୫ ଦିନ ପୂର୍ବରୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି ।

ବର୍ଷେ ତଳେ ସେମାନେ ଆୟରଲ୍ୟାଣ୍ଡରେ ରହିବା ପାଇଁ ଆସିଥିଲେ । ସୀମାଙ୍କ ସ୍ୱାମୀ ସମୀର ସୟଦ ଘଟଣା ସମୟରେ ସହରର ବାହାରେ ଥିବା କୁହାଯାଉଛି । ଏମାନେ କର୍ଣ୍ଣାଟକ ମହୀଶୁରର ବାସିନ୍ଦା । ଚଳିତ ବର୍ଷ ଫେବ୍ରୁଆରୀରେ ସେମାନେ ଦୁବାଇରୁ ଆୟରଲ୍ୟାଣ୍ଡ ଆସିଥିଲ । ସୟଦଙ୍କୁ ସେଠାରେ ଏକ ଚାକିରି ମିଳିଥିଲା ।

ଏବେ ସେଠାକାର ଆର୍ମଡ ପୋଲିସ ୟୁନିଟ ଘଟଣାର ତଦନ୍ତ କରୁଛି । ସେମାନଙ୍କୁ ତଣ୍ଟି ଚାରିପଟେ ଦାଗ ରହିଛି । ସୀମାଙ୍କୁ ଗୋଟିଏ କୋଠରୀରେ ହତ୍ୟା କରାଯାଇଥିବା ବେଳେ ଶିଶୁ ଦୁଇ ଜଣଙ୍କୁ ଅନ୍ୟ ଏକ କୋଠରୀରେ ହତ୍ୟା କରାଯାଇଛି । ସେମାନଙ୍କ ପରିବାର କିଛି ଦିନ ହେଲା ବାହାରକୁ ବାହାରୁ ନଥିବା ପୋଡଶୀମାନେ ପୁଲିସ କୁ ଖବର ଦେଇଥିଲେ । ପୁଲିସ ଅଭିଯୋଗ ପାଇବା ପରେ ସେଠାରେ ପହଞ୍ଚିଥିଲା । ଘର ଭିତର ହତ୍ୟାକାରୀ ପାଣି ଛାଟି ପ୍ରମାଣ ନଷ୍ଟ କରିବା ପାଇଁ ଚେଷ୍ଟା କରିଥିବା ଦେଖିବା ପାଇଁ ମିଳିଥିଲା । ଏହା ପରେ ପୁଲିସ ପଡୋଶୀମାନଙ୍କର ଲାଗିଥିବା ସିସିଟିଭ ଫୁଟେଜ୍‌ ଯାଞ୍ଚ କରିଛି ।

ତାଙ୍କର ଏକ ଚିହ୍ନା ଲୋକ ଏହି ହତ୍ୟା କାଣ୍ଡ କରିଥାଇ ପାରେ ବୋଲି ପୁଲିସ ସୂଚନା ପାଇଛି । ଏବେ ପୁଲିସ ତାହାର ଫଟୋଗ୍ରାଫ୍‌ ରିଲିଜ୍‌ କରିଛି । ଏହି ୩୦ ବର୍ଷିୟ ଅଭିଯୁକ୍ତକୁ ଅଟକ ରଖି ପୁଲିସ ତଦନ୍ତ କରୁଛି । ମେ ମାସରେ ମଧ୍ୟ ସୀମା ବାନୁଙ୍କ ଉପରେ ଆକ୍ରମଣ କରାଯାଇଥିଲା । ଏ ନେଇ ପୁଲିସ ନିକଟରେ ଏକ ମାମଲା ରୁଜୁ ହୋଇଥିଲା ।

ମହୀଶୁରରେ ଥିବା ସୀମାଙ୍କ ପରିବାର ଲୋକ ସରକାରଙ୍କୁ ତାଙ୍କ ମୃତ ଶରୀର ମହୀଶୁରକୁ ଫେରାଇ ଆଣିବା ପାଇଁ ଅପିଲ୍‌ କରିଛନ୍ତି । ଏଥିପାଇଁ ପ୍ରାୟ ୧୫ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି ।

   ସମ୍ବନ୍ଧିତ ଖବର


ବିଶ୍ବାସ ନା ଅନ୍ଧବିଶ୍ବାସ ! ଭାରତର ଏହି ମନ୍ଦିରରେ କରାଯାଉଛି କଳା କୁକୁରକୁ ପୂଜା, କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ…

କ୍ୟୁଏସ୍ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍‌ରେ ପୁଣି ଥରେ ଆଗରେ ସୋଆ

୪୩ ମୋବାଇଲ ଆପ୍‌କୁ ଭାରତ ‌ବ୍ୟାନ କରିବା ପରେ ଚୀନ ରାଗରେ ପାଚି ଲାଲ୍, କହିଲା ମିଳିବ କଡା ଜବାବ…

ଟ୍ୟୁସନ ଯିବା ସମୟରେ ନାବାଳିକାକୁ ଗଣଦୁଷ୍କର୍ମ, ଅଶ୍ଲୀଳ ଭିଡିଓ ତିଆରି କରି ଦେଉଥିଲେ ଧମକ…

କରୋନା ପାଇଁ ରାତ୍ରୀ କାଳୀନ କର୍ଫ୍ୟୁ ଜାରି କରିପାରିବେ ରାଜ୍ୟ ସରକାର- ସମ୍ପୂର୍ଣ୍ଣ କର୍ଫ୍ୟୁ ପାଇଁ କଟକଣା, ଡିସେମ୍ବର ପାଇଁ କେନ୍ଦ୍ରର ନୂଆ ଗାଇଡ୍‌ ଲାଇନ୍‌

ଦିଲ୍ଲୀ ଦଙ୍ଗାରେ ଥିଲେ ବାଂଲାଦେଶୀ, ରୋହିଙ୍ଗ୍ୟା, ଆଇନ ଶୃଙ୍ଖଳାକୁ ଭାଙ୍ଗିବା ପାଇଁ କରୁଥିଲେ ଷଡଯନ୍ତ୍ର…