PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଚର୍ଚ୍ଚାରେ ପଠାନ୍‌ ପରିବାର ଏହି ଫଟୋ, ଟ୍ରୋଲର ଶିକାର ହେବା ପରେ ପଠାନ୍‌ ଦମ୍ପତ୍ତି ଭାଙ୍ଗିଲେ ନିରବତା; କହିଲେ…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଲରାଉଣ୍ଡର ଇର୍ଫାନ ପଠାନ ଏବେ ଚର୍ଚ୍ଚାରେ। ପଠାନ୍‌ ତାଙ୍କ ପତ୍ନୀ ସଫା ବେଗଙ୍କ ଫଟୋକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହେଉଛନ୍ତି। ଯାହାପରେ ପଠାନ ତାଙ୍କ ପତ୍ନୀଙ୍କୁ ସୁରକ୍ଷା ଦେବାକୁ ଯାଇ କହିଛନ୍ତି ଯେ, ମୁଁ ତାର ସ୍ବାମୀ, ମାଲିକ ନୁହେଁ।

ଇର୍ଫାନ୍‌ ପଠାନ୍‌ଙ୍କ ପୁଅ ଇମରାନ୍‌ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟେୋ ସେୟାର ହୋଇଥିଲା। ଯେଉଁଥିରେ ପଠାନ୍‌ ତାଙ୍କ ପତ୍ନୀ ଓ ପୁଅଙ୍କ ସହ ନଜର ଆସିଥିଲେ। ହେଲେ ପଠାନ୍‌ଙ୍କ ପତ୍ନୀ ସଫା ବେଗଙ୍କ ମୁହଁର କିଛି ଅଂଶକୁ ବ୍ଲୋର କରାଯାଇଥିଲା। ପଠାନ୍‌ ଏହା ପୂର୍ବରୁ ତାଙ୍କ ପତ୍ନୀଙ୍କ ଫଟୋ ବହୁବାର ସୋସିଆଲ ମିଡିଆରେ ସେଆର କରିଛନ୍ତି। ହେଲେ ସବୁଥର ଭଳି ଏଥର ମଧ୍ୟ ସମାନ। ଅର୍ଥାତ୍‌ ପଠାନଙ୍କ ପତ୍ନୀଙ୍କ ପୂରା ଚେହେରା ଦେଖାଯାଉନଥିବା ଫଟେ ସଦାବେଳେ ସେୟାର ହୋଇଥିଲ ପୂର୍ବରୁ। ଏବେ ପତ୍ନୀଙ୍କୁ ନେଇ ଇର୍ଫାନ୍‌ ପଠାନ୍‌ ଟ୍ରୋଲର ଶିକାର ହେଉଥିବା ବେଳେ ପଠାନଙ୍କ ପତ୍ନୀ ସଫା ବେଗ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇଛନ୍ତି।

ସଫା ବେଗ ଟାଇମ୍ସ ଅଫ୍‌ ଇଣ୍ଡିଆକୁ କହିଛନ୍ତି ଯେ, ମୁଁ ମୋ ପୁଅ ନାରେ ଇନଷ୍ଟା ଆକାଉଣ୍ଟ ଖୋଲିଛି। ଆଉ ମୁଁ ହିଁ ଏହି ଫଟୋ ପୋଷ୍ଟ କରିଥିଲି। କାରଣ ସେ ବଡ଼ ହୋଇ ଏସବୁ ସ୍ମୃତିକୁ ଦେଖି ଖୁସି ହେଉ ବୋଲି ମୁଁ ଚାହେଁ। ମୁଁ ଆକାଉଣ୍ଟ ଚଲାଇବା ସହ ଫଟୋ ବ୍ଲୋର କରି ପୋଷ୍ଟ କରିଥିଲି। ଏହା ମୋ ନିଷ୍ପତ୍ତି। ଏଥିରେ ଇର୍ଫାନ୍‌ ପଠାନଙ୍କର କୌଣସି ହାତ ନାହିଁ। ହେଲେ ଫଟୋ ସେୟାର କଲେ ଏତେ ବିବାଦ ହେବ ବୋଲି ମୁଁ କେବେ ଭାବି ନଥିଲି। ମୋତେ କେବେ ଚର୍ଚ୍ଚାରେ ରହିବାକୁ ପସନ୍ଦ ନୁହେଁ ବୋଲି ପଠାନଙ୍କ ପତ୍ନୀ କହିଛନ୍ତି।