ବର୍ସୋବା କବର ସ୍ଥାନରେ ଇରଫାନ୍‌ଙ୍କର ହେଲା ଅନ୍ତିମ ସଂସ୍କାର

ମୁମ୍ବଇ ଏପ୍ରିଲ ୨୯ – ବୁଧବାରରେ ବଲିଉଡ୍‌ର ଲୋକପ୍ରିୟ କଳାକାର ଇରଫାନ୍‌ ଖାନ୍‌ଙ୍କର ୫୩ ବର୍ଷ ବୟସରେ ନିଧନ ହୋଇଛି । ଡାକ୍ତରୀ ଯାଞ୍ଚ ପରେ ଇରଫାନ୍‌ଙ୍କ ପାର୍ଥୀବ ଶରୀରକୁ ବର୍ସୋବା କବ୍ରିସ୍ଥାନରେ କବର ଦିଆଯାଇଛି । ମଙ୍ଗଳବାରରେ ତଳିପେଟର ସଂକ୍ରମଣ ଯୋଗୁଁ ତାଙ୍କୁ କୋକିଲାବେନ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତିକରାଯାଇଥିଲା । ୨୦୧୮ ମସିହାକୁ କ୍ୟାନସର୍‌ ଯୋଗୁଁ ତାଙ୍କୁ ଚିକିତ୍ସା କରାଯାଉଥିଲା । ଡାକ୍ତରୀ ଯାଞ୍ଚ ପରେ ତାଙ୍କ ମୃତ ଶରୀରକୁ ଡାକ୍ତରଖାନାରୁ ସିଧାସଳଖ କବ୍ରିସ୍ଥାନକୁ ନିଆଯାଇଥିଲା । ବୁଧବାର ଅପରାହ୍ନ ୩ଟା ସମୟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।

ଇରଫାନ୍‌ଙ୍କ ନିଧନ ପରେ ବଲିଉଡ୍‌ ସହ ସମାଜର ସବୁ ବର୍ଗର ଲୋକ ଶୋକ ବ୍ୟକ୍ତ କରିଛନ୍ତି। ସପ୍ତାହେ ତଳେ ଇରଫାନ୍‌ଙ୍କ ମାଆଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମାଆଙ୍କୁ ମୃତ୍ୟୁ ବେଳକୁ ୯୫ ବର୍ଷ ହୋଇଥିଲା । ରାଜସ୍ଥାନର ଜୟପୁରରେ ତାଙ୍କର ମୃତ୍ୟୁ ହୋଇଥିଲା । ଲକ୍‌ଡାଉନ୍‌ ଯୋଗୁଁ ଇରଫାନ୍‌ ତାଙ୍କ ମାଆଙ୍କର ଅନ୍ତିମ ସଂସ୍କାରରେ ସାମିଲ ହୋଇ ପାରି ନଥିଲେ । ଏଥିପାଇଁ ସେ ଅତି ଦୁଃଖିତ ଥିଲେ । ଏହି କାରଣରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇଥିବା ତାଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି ।

ଲକ୍‌ଡାଉନ୍‌ ଯୋଗୁଁ ଇରଫାନ୍‌ଙ୍କ ଅନ୍ତିମ ସଂସ୍କାରରେ ଅନ୍ୟମାନେ ସାମିଲ ହୋଇ ପାରି ନଥିଲେ ।

   ସମ୍ବନ୍ଧିତ ଖବର


ABP CVoterର ରିପୋର୍ଟ: ବିହାରରେ ସରକାର ଗଢ଼ିବ କିଏ? ଜନତାଙ୍କ ନଜରରେ ଏହି ନେତା ହେବେ ମୁଖ୍ୟମନ୍ତ୍ରୀ

ବିବାହ କରିଲେ ନେହା କକ୍କର – ରୋହନପ୍ରୀତଙ୍କ ହାତ ଧରିଲେ

ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଆମେରିକାରେ ସମସ୍ତଙ୍କୁ ମାଗଣା କୋରନା ଟିକା ଦେବା ପାଇଁ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ୍‌

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ, ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ ଏହି ୧୯ ଆପ୍ସ