ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ତାତିଲେ ଚାଷୀ, ଜାତୀୟ ରାଜପଥରେ ଧାନବସ୍ତା ରଖି କଲେ ଅବରୋଧ

ପାଟଣା,୨୩।୧ କେନ୍ଦୁଝର ଜିଲ୍ଲା ସାହାରପଡା ସମବାୟ ସମିତି ରେ ଧାନ କିଣା ରେ ଅବ୍ୟବସ୍ଥା ଦେଖା ଦେବା ଅଭିଯୋଗ କରି ଉତ୍ୟକ୍ତ ଚାଷୀ ଜାତୀୟ ରାଜପଥ ଉପରେ ଧାନ ବସ୍ତା ରଖି ଅବରୋଧ କରିଛନ୍ତି।
ସାହାରପଡା ବ୍ଲକର କପୁଣ୍ଡି,ତେଣ୍ଡରା,ବଡ଼ବିଲ,ଗଣ୍ଡବେଡା ର ପଞ୍ଚାୟତ ର ୬୦ ରୁ ଊର୍ଦ୍ଧ୍ବ ଚାଷୀ ଙ୍କ ମୋବାଇଲ କୁ ମେସେଜ ଆସିବା ପରେ ଟଭାସରୁଆ ଶାଖାକୁ ଧାନ ବିକ୍ରି କରିବା ଆଣିଥିଲେ । କିନ୍ତୁ ସମବାୟ ସମିତିର କୌଣସି କର୍ମଚାରୀ କିମ୍ବା ଯୋଗାଣ ବିଭାଗ ର କର୍ମକର୍ତ୍ତାଙ୍କ ଦେଖା ଦର୍ଶନ ମିଳିନଥିବା ରୁ ଧାନ ବିକ୍ରି କରି ପାରିନଥିଲେ।

ସେପଟେ ଦୁଇ ଦିନ ଧରି ମଣ୍ଡିରେ ଧାନ ପଡିରହିଥିବା ରୁ ଚାଷୀ ରାତି ଅନିଦ୍ରା ରହି ଧାନ କୁ ଜଗି ରହିଥିଲେ। ଟୋକନ ଅବଧୀ ଶେଷ ପରେ ଧାନ କିପରି ବିକ୍ରି କରିବେ ଚିନ୍ତା ରେ ଚାଷୀକୁଳ ।ତୁରନ୍ତ ଧାନ କିଣିବା ଦାବି କରି ଉତ୍ୟକ୍ତ ଚାଷୀ ୨୨୦ ନମ୍ବର ଜାତୀୟ ରାଜପଥ ପାଟଣା କରଞ୍ଜିଆ ରାସ୍ତା ର ଟଭାସରୁଆ ନିକଟରେ ଧାନ ବସ୍ତା ରଖି ଅବରୋଧ କରିଛନ୍ତି। ରାଜପଥ ଅବରୋଧ ଯୋଗୁଁ ଉଭୟ ପାର୍ଶ୍ଵ ରେ ଯାନବାହନ ଅଟକି ରହିଛି। ଘଟଣା ସ୍ଥଳରେ ପାଟଣା ପୋଲିସ ପହଞ୍ଚି ଉତ୍ୟକ୍ତ ଚାଷୀ ଙ୍କୁ ବୁଝାସୁଝା କରୁଥିବା ବେଳେ ଚାଷୀ ନିଜ ନିଜ ଜିଦ ରେ ଅଟଳ ରହିଛନ୍ତି।