ମୃତ୍ୟୁ ପୂର୍ବରୁ ଇରଫାନ ନେଇଥିଲେ ନିଜ ମା’ଙ୍କ ନାଁ, ପତ୍ନୀଙ୍କୁ କହିଥିଲେ- ମା ମୋତେ…

ମୁମ୍ବାଇ,୨୯।୪: ବଲିଉଡର ପ୍ରତିଭାଶାଳୀ ଅଭିନେତା ଇରଫାନ୍ ଖାନଙ୍କର ଆଜି ପରଲୋକ ହୋଇଛି। ଗତକାଲିଠାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଇରଫାନ୍ ଆଜି କିନ୍ତୁ ଜୀବନ ଯୁଦ୍ଧରେ ହାରି ଯାଇଥିଲେ। ୫୩ ବର୍ଷୀୟ ଏହି ଅଭିନେତା ଜଣକ ଅନ୍ତନଳୀରେ ସଂକ୍ରମଣ ଯୋଗୁଁ ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ଆଜି ​ ସେ ଶେଷ ନିଶ୍ବାସ ତ୍ୟାଗ କରିବା ବେଳେ ତାଙ୍କ ମୁହଁରେ ଗୋଟିଏ ଶବ୍ଦ ଥିଲା। ତାହା ହେଲା ତାଙ୍କର ମା’ଙ୍କର ନାଁ।

ଇରଫାନଙ୍କ ପାଖରେ ଏହି ସମୟରେ ତାଙ୍କର ପତ୍ନୀ ଏବଂ ଝିଅ ଥିଲେ। ଇରଫାନ୍ ତାଙ୍କ ମା’ଙ୍କୁ ଖୁବ୍ ଭଲ ପାଉଥିଲେ। ମୃତ୍ୟୁ ବେଳକୁ ସେ ତାଙ୍କ ମା’ଙ୍କୁ ମନେପକାଇ ସମସ୍ତଙ୍କୁ କରିଦେଇଥିଲେ ଅଲବିଦା। ଗତ ୨୫ ତାରିଖରେ ଇରଫାନଙ୍କ ମା’ଙ୍କର ପରଲୋକ ହୋଇଥିଲା। ଶେଷ ସମୟରେ ନିଜର ମା’ଙ୍କୁ ଦେଖିପାରିନଥିବାରୁ ତାଙ୍କ ମନରେ ଖୁବ୍ ଦୁଃଖ ଥିଲା। ଏପରିକି ଆଜି ଯିବା ବେଳେ ତାଙ୍କ ମୁହଁ କେବଳ ତାଙ୍କ ମା’ଙ୍କ ନାଁ ଥିଲା।

ଏକ ରିପୋର୍ଟ ଅନୁସାରେ, ଆଜି ସକାଳେ ଯେତେବେଳେ ସେ ହସ୍ପିଟାଲରେ ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ ତାଙ୍କ ପାଖରେ ବସିଥିଲେ ପତ୍ନୀ ସୁତାପା ସିକନ୍ଦର। ଏହି ସମୟରେ ଇରଫାନ୍ କହିଥିଲେ ଆମ୍ମା ରୁମ୍ ଭିତରେ ଥିଲେ। ତାଙ୍କୁ ଏଭଳି ଲାଗୁଥିଲା ତାଙ୍କ ମୃତ୍ୟୁର କ​‌ଷ୍ଟକୁ  କମ୍ କରିବା ପାଇଁ ସେ ଆସିଛନ୍ତି। ଇରଫାନ୍ ସୁତାପାଙ୍କୁ କହିଥିଲେ, ଦେଖ ସେ ମୋତେ ପାଖରେ ବସିଛନ୍ତି, ଆମ୍ମା ମୋତେ ନେବାକୁ ଆସିଛନ୍ତି। ଏହା ଶୁଣି ସୁତାପା ଖୁବ୍ କାନ୍ଦିଥିଲେ। ଏହି ଶେଷ ଶବ୍ଦ ପରେ ଫିଲ୍ମ ଦୁନିଆର ଏହି ତାରକା ଚିରଦିନ ପାଇଁ ସମସ୍ତଙ୍କୁ କହିଦେଇଥିଲେ ଅଲବିଦା।

   ସମ୍ବନ୍ଧିତ ଖବର


ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

କଲରାପତରିଆର ଡିଆଁ ଦେଖି ଲୋକେ କହିଲେ ଅଲମ୍ପିକ୍ ଯିବା ଉଚିତ୍, ଭିଡିଓ ଭାଇରାଲ

ବାଲେଶ୍ବରରେ ନବୀନଙ୍କ ଡିଜିଟାଲ ରାଲି, କହିଲେ- କରୋନା ଦୂର ହେଲେ ଆପଣମାନଙ୍କ ପାଖକୁ ଆସିବି

ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର

କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’