ଇରଫାନ୍‌ ଖାନ୍‌ ପରିବାର ପାଇଁ ଛାଡ଼ି ଯାଇଛନ୍ତି ଏତେ ପରିମାଣର ସମ୍ପତ୍ତି !

ନୂଆଦିଲ୍ଲୀ ୦୧ /୫ : ବଲିଉଡ୍‌ ଅଭିନେତା ଇରଫାନ ଖାନଙ୍କର ୫୩ ବର୍ଷ ବୟସରେ ମୁମ୍ୱାଇର ଏକ ହସ୍ପିଟାଲରେ  ବୁଧବାର ଦିନ ମୃତ୍ୟୁ ହୋଇଛି । ସେ ବହୁ ଦିନଧରି ଏକ କ୍ୟାନସରରେ ପୀଡ଼ିତ ଥିଲେ , ଯାହାକି ପରିବାର ଲୋକଙ୍କ ଠାରୁ ପ୍ରକାଶ । ଇରଫାନଙ୍କୁ  ୨୦୧୮ରେ ନ୍ୟୁରୋଏଣ୍ଡୋକ୍ରାଇମ୍‌ ଟ୍ୟୁମର ହୋଇଥିଲା । ତାଙ୍କର  ପରିବାରରେ ପତ୍ନୀ ସୁତାପା , ଦୁଇ ପୁଅ ବାବିଲ ଓ ଅୟାନ ଅଛନ୍ତି ।

ପରିବାର ସୂତ୍ରରୁ ପ୍ରକାଶ ଯେ , ସେ ପରିବାର ଓ ପ୍ରିୟଜନଙ୍କ  ଗହଣରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଇରଫାନ୍‌ ଖାନ୍‌ଙ୍କ ଶେଷ ଫିଲ୍ମ ‘ଅଙ୍ଗ୍ରେଜି ମିଡ଼ିୟମ’ ଥିଲା। ସେ ‘ଜୁରାସିକ୍‌ ୱର୍ଲ୍ଡ’  ଓ ‘ଲାଇଫ୍ ଅଫ୍‌ ପାଇ’ ଭଳି ଅନ୍ତର୍ଜାତୀୟ ଫିଲ୍ମରେ ମଧ୍ୟ ଚମତ୍କାର ଅଭିନୟ କରିଥିଲେ। ତାଙ୍କର ନିଧନ ପରେ ପରିବାର ପାଇଁ କେତେ ସମ୍ପତ୍ତି ସେ ପରିବାର ପାଇଁ ଛାଡ଼ି ଯାଇଛନ୍ତି , ଏହି କଥାର ଚର୍ଚ୍ଚା ଅନେକ ମିଡ଼ିଆ ରିପୋର୍ଟରେ ହୋଇଛି ।

ଇରଫାନ ଖାନଙ୍କୁ ନେଇ ଆଲୋଚନା ହେଉଛି କି , ସେ ପାଖାପାଖି ୩୨୦ କୋଟି ଟଙ୍କାର ମାଲିକ ଥିଲେ। କୁହାଯାଉଛି କି ,  ସେ ଗୋଟେ ଫିଲ୍ମ ପିଛା  ୧୫ କୋଟି ଟଙ୍କା ଯାଏ ପାରିଶ୍ରମିକ ନେଉଥିଲେ। ଏହା ବ୍ୟତୀତ ସେ ବିଜ୍ଞାପନରେ ମଧ୍ୟ  ମୋଟା ଅଙ୍କର ଅର୍ଥ କମାଉଥିଲେ ।

ଏହାସହ ମଧ୍ୟ ପଢ଼ନ୍ତୁ :ହି କାରଣରୁ ଅମିତାଭ ବଚ୍ଚନ ରିଷି କପୁରଙ୍କୁ ଦେଖିବାକୁ ହସ୍ପିଟାଲ ଯାଇନଥିଲେ !

 ସୂଚନା ମୁତାବକ , ସେ ଗୋଟିଏ ଆଡ୍‌ ପିଛା ପାଖାପାଖି ୫ କୋଟି ଟଙ୍କା ନେଉଥିଲେ। ତାଙ୍କର ମୁମ୍ୱାଇରେ ମଧ୍ୟ ଏକ ଘର ଅଛି। ଏହା ବ୍ୟତୀତ ଜୁହୁରେ ମଧ୍ୟ ସେ ଏକ ଫ୍ଲାଟ୍‌ର ମାଲିକ୍‌ ଥିଲେ । ଆଉ ମଧ୍ୟ କୁହାଯାଉଛି, ସେ  ଫିଲ୍ମରେ ଫିସ୍‌ ବ୍ୟତୀତ ପ୍ରଫିଟ୍‌ ସେୟାର ବି ନେଉଥିଲେ। ଇରଫାନ ଖାନ ଏମିତି ଜଣେ ଅଭିନେତା ଥିଲେ , ଯିଏ ବଲିଉଡ୍‌ ବ୍ୟତୀତ ହଲିଉଡ୍‌ରେ ମଧ୍ୟ ନିଜର ଉତ୍କୃଷ୍ଟ ଅଭିନୟର ଛାପ ଛାଡ଼ିଛନ୍ତି।   

   ସମ୍ବନ୍ଧିତ ଖବର


ଜାଣିଛନ୍ତି କି ‘ମିର୍ଜାପୁର’ କଳାକାର କେତେ ପାରିଶ୍ରମିକ ନେଇଛନ୍ତି ?

ଚା’ ବଗିଚାରେ ଭୂମିକା

ମହିମାଙ୍କ ପାଇଁ ବଲିଉଡ- ଓଲିଉଡରୁ ଆସୁଛି ଅଫର୍‌ ପରେ ଅଫର୍‌

‘ତାରକ ମେହେଟା କା ଉଲଟା ଚଷମା’ର ଗୋଗିଙ୍କ ଉପରେ ଆକ୍ରମଣ, ଜୀବନରେ ମାରିବାକୁ ମିଳିଲା ଧମକ

ଦିନେ ଶାହାରୁଖଙ୍କ ପାଇଁ ଗୀତ ଗାଉଥିଲେ ଅଭିଜିତ୍, ଏମିତି କ’ଣ ହେଲା ଯେ ଅଭିନେତାଙ୍କ ପାଇଁ ଗୀତ ଛାଡ଼ିବାକୁ ନେଲେ ନିଷ୍ପତ୍ତି

ନଭେମ୍ବରରୁ ଖୋଲିବ ସିନେମା ହଲ୍‌ ! ପ୍ରସ୍ତୁତି ଶେଷ, ଦର୍ଶକଙ୍କୁ ଅପେକ୍ଷା…