PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ଭାରରତୀୟ ଯବାନଙ୍କୁ ହନି ଟ୍ରାପରେ ଶିକାର ପାଇଁ ପାକିସ୍ତାନରେ ଯୁବତୀଙ୍କୁ ଦିଆଯାଉଛି ଟ୍ରେନିଙ୍ଗ: ଜାଣନ୍ତୁ କିପରି ଦିଆହେଉଛି ତାଲିମ୍

ନୂଆଦିଲ୍ଳୀ ୩୧/୮:ଚୀନ ଏବଂ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଭାରତୀ ଯବାନଙ୍କୁ ହନି ଟ୍ରାପରେ ଫସାଇବା ପାଇଁ ବଡ ଷଡଯନ୍ତ୍ର ଜାଲ ବିଛାଇଛି। ଏଥିପାଇଁ ଭାରତ ସରକାରଙ୍କ ଗୁଇନ୍ଦା ସଂସ୍ଥା ପକ୍ଷରୁ ସର୍ତ୍ତକ ସୂଚନା ଜାରିକରାଯାଇଛିା । ପାକିସ୍ତାନର ହନିଟ୍ରାପରୁ ବଞ୍ଚିବା ପାଇଁ ଭାରତୀୟ ଯବାନଙ୍କୁ ତାଲିମ ଦିଆଯାଇଛି। ସେନା ଓ ଅର୍ଦ୍ଧସାମରିକ ବାହିନୀର ଯବାନଙ୍କୁ  ଫୋନ କରି ହନିଟ୍ରାପରେ ଫସାଇବା ବିଷୟରେ ପ୍ରଶିକ୍ଷଣ ଦିଆଯାଉଛି।

ସେନା ଯବାନଙ୍କ ପରେ ଅର୍ଦ୍ଧସାମରିକ ବାହିନୀଙ୍କ ଯବାନମାନଙ୍କୁ ହନି ଟ୍ରାପ ଜାଲରେ ଫସାଇବାକୁ ପାକିସ୍ତାନ ପକ୍ଷରୁ ଷଡଯନ୍ତ୍ର ହୋଇଛି। ସୀମାରେ ଜଗୁଥିବା ଯବାନମାନଙ୍କୁ ଫୋନ କଲ ମାଧ୍ୟମରେ ଗୋପନୀୟ ତଥ୍ୟ ଗୁଡିକ ଜାଣିବା ପାଇଁ  ପାକିସ୍ତାନ  ମହିଳା କର୍ମଚାରୀମାନଙ୍କୁ ନିଯୁକ୍ତି ଦିଆଯାଉଛି। ଏହାଛଡା ଭାରତୀୟ ଗୁଇନ୍ଦା ବିଭାଗର ସୂଚନା ଅନୁସାରେ ଚୀନ ଏବଂ ପାକିସ୍ତାନ ଯୁବତୀମାନଙ୍କ ଫେସବୁକ, ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟର ମାଧ୍ୟମରେ ଯବାନମାନଙ୍କୁ ପ୍ରଲୋଭିତ କରିବା ସହ  ଅର୍ଦ୍ଧସମାରିକ ବାହିନୀଙ୍କ ବରିଷ୍ଠ ଅଧିକାର ମାନଙ୍କ ଫୋନ ନମ୍ବର ଡାଟା ବେସ୍ ତିଆରି କରୁଥିବା ଜଣାପଡିଛି।

ମିଲିଟାରୀ ମିଡିଆ ବିଭାଗରେ ସୋସିଆଲ ମିଡିଆ ପଦ ପାଇଁ ନିଯୁକ୍ତି –

ପାକିସ୍ତାନ ଫାତିମା ଜିତ୍ରା ମହିଳା ବିଶ୍ବବିଦ୍ୟାଳୟରେ ଓ୍ୱେବସାଇଟ୍‌ରେ ସୋସିଆଲ ମିଡିଆ ବିଶେଷଜ୍ଞ ମହିଳାଙ୍କ ଭର୍ତ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓ୍ୱେବସାଇଟ୍‌ ଜାରି କରାଯାଇଥିବା ବିଜ୍ଞପ୍ତିର ସୂଚନା ମୁତାବିକ କେବଳ ପାକିସ୍ତାନି ମିଲିଟାରି ମିଡିଆ ବିଭାଗରେ ପାଇଁ ଏହି ପଦ ରହିଛି । ଆବେଦନ କରିବା ପାଇଁ ମହିଳାମାନଙ୍କୁ ସୋସିଆଲ ମିଡିଆ ପରିଚାଳନାର ବିଷୟରେ ଜ୍ଞାନ ରହିବା ସହ ଡିଜିଟାଲ ମିଡିଆରେ କାମ କରିବା ଅନୁଭବ ଥିବା ନିହାତି ରହିବା ଆବଶ୍ୟକ । କମ୍ପ୍ୟୁଟରରେ ଟାଇପିଙ୍ଗ୍‌, କୋଡିଙ୍ଗ, ଫଟୋ  ଭିଡିଓ ଏଡିଟିଙ୍ଗ, ଭଳି କାମ କରିପାରୁଥିବା ମହିଳା ଆବେଦନ କରିପାରିବେ। ସୋସିଆଲ ମିଡିଆରେ କାମକରିବାକୁ ଇଂଲିଶ ଶିକ୍ଷା ରହିବା ସହ ସିଶେଷ ବିବରଣୀ ବା ତଥ୍ୟ ସଂଗ୍ରହ କରିପାରୁଥିବା ମହିଳାଙ୍କୁ ବିଶେଷଜ୍ଞ ପଦରେ ନିଯୁକ୍ତି ମିଳିବ । ଏହି ନିଯୁକ୍ତିକୁ ପାକିସ୍ତାନରେ ହନିଟ୍ରାପ  ଶିକ୍ଷା ପ୍ରତି ନଜର ଦିଆଯାଉଥିବା ଗୁଇନ୍ଦା ସୂଚନା ମିଳିଛି।

କ୍ଷୀପ୍ର ଗତିରେ ବୃଦ୍ଧି ପାଇଛି ହନିଟ୍ରାପର ମାମଲା

ଆର୍ମିଙ୍କ ଯବାନଙ୍କ ପରେ ଏବେ ଅର୍ଦ୍ଧସାମରିକ ବାହିନୀର ଯବାନଙ୍କୁ ହନିଟ୍ରାପ ଫସେଇବା ପାଇଁ ପାକିସ୍ତାନ ଉଦ୍ୟମ କରୁଥିବା ଗୁଇନ୍ଦା ସୂଚନା ମିଳିଛି। ଗୁଇନ୍ଦା ସୂଚନା ମିଳିଛି ଗୁପ୍ତ ତଥ୍ୟ ଗୁଡିକୁ ସଂଗ୍ରହ କରି ଦୁଇ ଦେଶ ଭାରତ ବିପକ୍ଷରେ ସୀମାରେ ଷଡଯନ୍ତ୍ର ରଚିଛନ୍ତି। ଏବେ ଚୀନ ପାକିସ୍ତାନ ସୀମାରେ ମହିଳା ଏଜେଣ୍ଟମାନଙ୍କୁ ନିଯୁକ୍ତ କରାଯାଇ ଭାରତୀୟ ଯବାନଙ୍କ ପ୍ରେମ ଜାଲରେ ପକାଇ ଗୁପ୍ତତଥ୍ୟ ସଂଗ୍ରହ କରିବାକୁ ଅଧିକ ମାତ୍ରାରେ ଭର୍ତ୍ତି କରାଯାଇଛି। ଭାରତୀୟ ଗୁଇନ୍ଦା ସଂସ୍ଥା ମିଳିଥିବା ସୂଚନା ଅନୁସାରେ ପାକିସ୍ତାନୀ ତରୁଣୀ ମହିଳାଙ୍କ ଫେସବୁକ, ଇନଷ୍ଟାଗ୍ରାମର ସାହାଯ୍ୟରେ ଭାରତୀୟ ଯବାନ ଏବଂ ଅର୍ଦ୍ଧ ସାମରିକ ଜବାନଙ୍କୁ ଫସାଇବାପାଇଁ ଉଦ୍ୟମ କରାଯାଇଛି ।

କିପରି ଭାରତୀୟ ଜବାନଙ୍କୁ ହନିଟ୍ରାପରେ ଫସାଇ ପାରିବେ ସେଥିପାଇଁ ଯୁବତୀମାନଙ୍କୁ ତାଲିମ ଦିଆଯାଉଛି ।