ଆଇଏସଆଇ ଜାଲରେ ପୂର୍ବ ସୈନିକଙ୍କ ପୁଅ

ଗୁରଦାସପୁର ୨୧/୯: ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇ ପାଇଁ କାମ କରୁଥିବା ଅଭିଯୋଗରେ ଭାରତୀୟ ସେନା ପଞ୍ଜାବର ଗୁରଦାସପୁର ଅଞ୍ଚଳରୁ ଜଣେ ଯୁବକକୁ ଗିରଫ କରିଛି । ବିପିନ ସିଂ ନାମକ ଏହି ଯୁବକ ଗୁରଦାସପୁରରେ ଥିବା ସେନା କ୍ୟାଣ୍ଟନମେଣ୍ଟ ଏବଂ ସେଠାରେ ନିର୍ମାଣ କରାଯାଉଥିବା କରତାରପୁର କରିଡର ପ୍ରକଳ୍ପର ଫଟୋ ଉତ୍ତୋଳନ କରୁଥିଲାବେଳେ ବୁଧବାର ସେନା ଯବାନଙ୍କ ହାତରେ ଧରାପଡିଥିଲା । ସେ ସ୍ୱୀକାର କରିଥିଲା ଯେ ସେ ଆଇଏସଆଇକୁ ଭାରତର ପ୍ରତିରକ୍ଷା ସଂକ୍ରାନ୍ତୀୟ ଗୋପନୀୟ ତଥ୍ୟ ପ୍ରଦାନ କରୁଥିଲା ଏବଂ ତା’ ବଦଳରେ ତା’କୁ ୧୦ ଲକ୍ଷ ଟଙ୍କା ମିଳିଥିଲା । ସେ ଜଣେ ପୂର୍ବତନ ସୈନିକଙ୍କ ପୁଅ ବୋଲି ଜଣାପଡିଛି । ସେନା ତା’କୁ ସ୍ଥାନୀୟ ପୁଲିସକୁ ହସ୍ତାନ୍ତର କରିଛି ।

   ସମ୍ବନ୍ଧିତ ଖବର


ଦୀପାବଳି ପୂର୍ବରୁ କିଣନ୍ତୁ ଦେଶର ସବୁଠୁ ଶସ୍ତା ବାଇକ୍, ଯାହାର ମୂଲ୍ୟ ମାତ୍ର ଏତିକି ଟଙ୍କା

ଏବେ କାଶ୍ମୀରରେ ଭାରତର ଅନ୍ୟ ରାଜ୍ୟର ଲୋକ କିଣିପାରିବେ ଜମି

ଚୀନ୍‌ର ମୁଣ୍ଡ ବିନ୍ଧା ଆରମ୍ଭ:ଭାରତ – ଆମେରିକାର ମନ୍ତ୍ରୀ ସ୍ତରୀୟ ଆଲୋଚନା ପରେ ଚୀନ୍‌ ଦେଉଛି ପରୋକ୍ଷ ଧମକ

ଅଷ୍ଟ୍ରେଲିଆ ଗସ୍ତରୁ ରୋହିତ ବାଦ ପଡ଼ିବା ପରେ ପ୍ରଶ୍ନ କଲେ ଗାଭାସ୍କର, କହିଲେ-ଯିଏ ନେଟ୍‌ ପ୍ରାକ୍ଟିସ୍‌ କରୁଛି…

ଲଦାଖ ନିର୍ବାଚନ: ୧୫ ଆସନରେ ବିଜେପିର ବିଜୟ , କଂଗ୍ରେସ ହାତରେ ୯…

ହୋଟେଲରେ ପ୍ରେମିକା ସହ ମଉଜ କରୁଥିବା ସମୟରେ ପହଞ୍ଚିଗଲେ ପତ୍ନୀ, ଆଉ ତା ପରେ…