ବୃନ୍ଦାବନ ଇସ୍କନ ମନ୍ଦିରରେ ପାଳନ ହେଲାନି ଜନ୍ମାଷ୍ଟମୀ, ପୂଜାରୀଙ୍କ ସହ ୨୨ ଜଣ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୧୨।୮: କରୋନା ସଂକ୍ରମଣ ଏବେ ଚରମ ପର୍ଯ୍ୟାୟରେ ପହଁଞ୍ଚଛି ଓ ତା’ର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି। ସାରା ଦେଶର ଲୋକ ଏହାଦ୍ବାରା ପ୍ରଭାବିତ ହୋଇଛନ୍ତି। ରାମନବମୀ ପୂର୍ବରୁ ଆରମ୍ଭ ହୋଇଥିବା କରୋନା ଏବେ ଜନ୍ମାଷ୍ଟମୀ ପର୍ଯ୍ୟନ୍ତ ପହଁଞ୍ଚି ଯାଇଛି। ଏପରିକି ମଥୁରା-ବୃନ୍ଧାବନରେ ମଧ୍ୟ ଏହାର ପ୍ରଭାବ ଖୁବ୍ ଦେଖିବାକୁ ମିଳିଛି। ଜନ୍ମାଷ୍ଟମୀ ଅବସରରେ କରୋନା ଏବେ ବୃନ୍ଦାବନ ସ୍ଥିତ ଇସ୍କନରେ ମଧ୍ୟ ପହଁଞ୍ଚି ଯାଇଛି।

ମିଳିଥିବା ସୂଚନା ଅନୁସାରେ, ଜନ୍ମାଷ୍ଟମୀ ପର୍ବ ପୂର୍ବରୁ ବୃନ୍ଦାବନ(ଉତ୍ତର ପ୍ରଦେଶ) ସ୍ଥିତି ଇସ୍କନ ମନ୍ଦିରକୁ ସିଲ୍ କରିଦିଆଯାଇଛି। ମନ୍ଦିରର ପୂଜାରୀଙ୍କ ସହିତ ୨୨ ଜଣ ଲୋକ କରୋନା ସଂକ୍ରମିତ ହୋଇଥିବା ନେଇ ଜଣାପଡିଛି। ଏହାପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ସାରା ଦେଶରେ ୧୧-୧୨ ଅଗଷ୍ଟରେ ଅତି ଧୂମଧାମରେ କୃଷ୍ଣ ଜନ୍ମ ମହୋତ୍ସବ ପ୍ରସ୍ତୁତି ଚାଲିଛି। ସେଭଳି କରୋନା ସଂକ୍ରମଣ କାରଣରୁ ସେଠାରେ କାମ କରୁଥିବା ଷ୍ଟାଫ ଓ ସଂସ୍ଥାର ଲୋକଙ୍କ ଭିତରେ ଆତଙ୍କ ସୃଷ୍ଯି ହୋଇଛି।

ମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସବୁଠାରୁ ପ୍ରଥମେ ଜଣେ ବ୍ୟକ୍ତି କରୋନା ପଜିଟିଭ ଜଣାପଡିଥିଲେ। ଏହାପରେ ତାଙ୍କର ସମ୍ପର୍କରେ ଆସିଥିବା ଲୋକଙ୍କୁ ଆଇସୋଲେଟ୍ କରିବା ପରେ ମଧ୍ୟ ତାଙ୍କର କରୋନା ଯାଞ୍ଚ କରାଯାଇଥିଲା। ସମସ୍ତଙ୍କ ରିପୋର୍ଟ ଆସିବା ପରେ ମନ୍ଦିର ପରିସରକୁ ସିଲ୍ କରିବାର ନିଷ୍ପତ୍ତି ନିଆଯାଇଛି।

   ସମ୍ବନ୍ଧିତ ଖବର


ଲଭ ଜିହାଦ ଉପରେ ଲଗାମ; ୟୁପି ସରକାରଙ୍କ ଅଧ୍ୟାଦେଶକୁ ରାଜ୍ୟପାଳଙ୍କ ମଞ୍ଜୁରୀ, ଆଜିଠାରୁ ନିୟମ ଲାଗୁ…

ମିଳିଳା ୫ ହଜାର ବର୍ଷ ପୁରୁଣା ତିମି ମାଛର କଙ୍କାଳ,ଖୋଲିବ ଏହି ସବୁ ରହସ୍ୟ

ବୈଜ୍ଞାନିକଙ୍କୁ ମିଳିଲା ବଡ଼ ସଫଳତା: ଗ୍ରହାଣୁ ଧକ୍କାକୁ ଅନୁକରଣ କରି କିଛି ମିନିଟ୍‌ ମଧ୍ୟରେ ପ୍ରୟୋଗଶାଳାରେ ବିକଶିତ କଲେ ହୀରା

ବିପତ୍ତି ଆଣିଦେଲା ସୁଯୋଗ, ଏହି କାରିଗର ଆରମ୍ଭ କରିଦେଲେ ସୁନା-ରୁପାର ମାସ୍କ

ଆତ୍ମହତ୍ୟା ଉଦ୍ୟମ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି…

ଓଲା, ଉବର ପାଇଁ ନୂଆ ଗାଇଡ୍‌ଲାଇନ ଜାରି: କ୍ୟାବ୍‌ ଡ୍ରାଇଭର ପାଇବେ ୮୦% ଭଡ଼ା, ମୋଟ ଭଡ଼ାର ୨୦% ରଖିପାରିବେ ଆଗ୍ରିଗେଟର