ISL‌-7 ପାଇଁ କ୍ରୀଡ଼ାସୂଚୀ ଘୋଷଣା: ଉଦ୍‌ଘାଟନୀ ମ୍ୟାଚ୍‌ରେ ହାଇଦ୍ରାବାଦକୁ ଭେଟିବ ଓଡ଼ିଶା, ଏଥର ସିଜନରେ ୧୧୫ଟି ମ୍ୟାଚ୍‌ ଖେଳାଯିବ

ଭୁବନେଶ୍ୱର, ୩୧/୧୦: ଆସନ୍ତା ନଭେମ୍ବର ୨୦ ତାରିଖରୁ ଆରମ୍ଭ ହେବ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ର ସପ୍ତମ ସଂସ୍କରଣ । ୨୦୨୦-୨୧ ସିଜନର କ୍ରୀଡ଼ାସୂଚୀ ଆଜି ଘୋଷଣା ହୋଇଛି । ପୂର୍ବ ସଂସ୍କରଣରେ ମୋଟ୍‌ ୧୦ ଦଳ ଖେଳୁଥିଲେ, ଏଥର ଆଉ ଗୋଟିଏ ଦଳ ସାମିଲ ହୋଇଛି । ଉଦ୍‌ଘାଟନୀ ମୁକାବିଲା କେରଳ ବ୍ଲାଷ୍ଟର୍ସ ଓ ଏଟିକେ ମୋହନ ବାଗନ ମଧ୍ୟରେ ଖେଳାଯିବ । ଓଡ଼ିଶା ଏଏଫ୍‌ସି ନଭେମ୍ବର ୨୩ ତାରିଖରେ ହାଇଦ୍ରାବାଦ ଏଫ୍‌ସି ସହ ପ୍ରଥମ ମ୍ୟାଚ୍‌ ଖେଳିବ।

ଗୋଆର ମୋଟ୍‌ ୩ଟି ଭେନ୍ୟୁରେ ସଂପୂର୍ଣ୍ଣ ସିଜନ ଖେଳାଯିବ। ଭେନ୍ୟୁ ଗୁଡ଼ିକ ହେଉଛି ଜବହାରଲାଲ ନେହରୁ ଷ୍ଟାଡିୟମ (ଫାତର୍ଦା), ତିଲକ ନଗର ଷ୍ଟାଡିୟମ (ଭାସ୍କଡାଗାମା) ଏବଂ ଜିଏମ୍‌ସି ଆଥଲେଟିକ୍‌ ଷ୍ଟାଡିୟମ (ବାମ୍ବଲିମ) । ଜିଏମ୍‌ସି ଆଥଲେଟିକ୍‌ ଷ୍ଟାଡିୟମରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ। ୧୧ଟି ଦଳ ଲିଗ୍‌ ପର୍ଯ୍ୟାୟରେ ପରସ୍ପରକୁ ୨ ଥର ଲେଖାଏଁ ଭେଟିବେ । ପୂରା ସିଜନରେ ଏଥର ୧୧୫ଟି ମ୍ୟାଚ୍‌ ଖେଳାଯିବ । ଗତ ଥର ୯୫ଟି ମ୍ୟାଚ୍‌ ଖେଳାଯାଇଥିଲା ।

କୋଲକାତାର ଦୁଇଟି ଦଳ ଆଇଏସ୍‌ଏଲରେ ସାମିଲ ହୋଇଛନ୍ତି। ମୋହନ ବାଗନ ଦଳ ଏଟିକେ ସହ ମିଶି ଯାଇଛି । ସେମିତି ଇଷ୍ଟ୍‌ ବେଙ୍ଗଲ ନୂଆ ସିଜନରେ ପଦାର୍ପଣ କରିବାକୁ ଯାଉଛି । ତେଣୁ ଦୁଇ ଦଳର ନୂଆ ନାମ ହୋଇଛି ଏଟିକେ ମୋହନ ବାଗନ ଓ ଏସ୍‌ସି ଇଷ୍ଟ୍‌ ବେଙ୍ଗଲ । ନଭେମ୍ବର ୨୭ ତାରିଖରେ ଏସ୍‌ସି ଇଷ୍ଟ୍‌ ବେଙ୍ଗଲ ପଦାର୍ପଣ ମ୍ୟାଚ୍‌ ଏଟିକେ ମୋହନ ବାଗନ ସହ ଖେଳିବ।

ଆୟୋଜକଙ୍କ ପକ୍ଷରୁ ଦିଆଯାଇଥିବା ସୂଚୀ ଅନୁସାରେ, ଯେଉଁ ସୂଚୀ ଘୋଷଣା ହୋଇଛି ଆବଶ୍ୟକ ହେଲେ ସେଥିରେ ପରିବର୍ତ୍ତନ କରାଯାଇ ପାରେ ।’ ଏବେ ମାତ୍ର ୫୫ଟି ମ୍ୟାଚ୍‌ର ସୂଚୀ ଘୋଷଣା ହୋଇଛି । ଏଏଫ୍‌ସି ମ୍ୟାଚ୍‌ର ସୂଚୀକୁ ଦେଖି ସିଜନର ଅବଶିଷ୍ଟ ସୂଚୀ ଘୋଷଣା କରାଯିବ।

କରୋନା ମହାମାରୀ ଯୋଗୁ ଲିଗ୍‌ରେ କିଛିଟା ପରିବର୍ତ୍ତନ କରାଯାଇଛି । ଦଳରେ ୫ ଜଣ କିମ୍ବା ଅତି ବେଶିରେ ୭ ଜଣ ବିଦେଶୀ ଖେଳାଳି ରହିବାର ନିୟମ ରହିଥିଲା । ମାତ୍ର ଏବେ ଜଣେ ରହିଲେ ଚଳିବ । ସେହିପରି ଦଳରେ ଅତି ବେଶିରେ ୩୫ ଜଣ ଖେଳାଳି ରହିବାର ବ୍ୟବସ୍ଥା କରାଯାଇଛି । ମ୍ୟାଚ୍‌ ଗୁଡ଼ିକ ରୁଦ୍ଧଦ୍ୱାର ହେବ ବୋଲି ଆୟୋଜକ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରତ୍ୟେକ ରବିବାର ଦିନ ଦୁଇଟି ମ୍ୟାଚ୍‌ ଖେଳାଯିବ । ନଭେମ୍ବର ୨୯ ତାରିଖରୁ ପ୍ରତି ରବିବାର ଦୁଇଟି ମ୍ୟାଚ୍‌ ରହିଛି । ପ୍ରଥମ ମ୍ୟାଚ୍‌ ସନ୍ଧ୍ୟା ୫ଟା ଏବଂ ଦ୍ୱିତୀୟ ମ୍ୟାଚ୍‌ ରାତି ୭ଟା ୩୦ ମିନିଟରୁ ଆରମ୍ଭ ହେବ । ନିୟମ ଅନୁସାରେ ଲିଗ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୪ଟି ଦଳ ପ୍ଲେ ଅଫ୍‌କୁ ଯୋଗ୍ୟତା ହାସଲ କରିବେ ।

   ସମ୍ବନ୍ଧିତ ଖବର


ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ- ଜଗାର ସ୍ୱାସ୍ଥ୍ୟବସ୍ଥା ଭଲ ଅଛି

ସମ୍‌ରେ ଅତ୍ୟାଧୁନିକ ସେଂଟ୍ରାଲ୍ ସ୍କିଲ୍ ଲାବ୍ ଉଦ୍‌ଘାଟିତ

କ୍ୟୁଏସ୍ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍‌ରେ ପୁଣି ଥରେ ଆଗରେ ସୋଆ

୨୦୨୩ ବିଶ୍ବକପ୍‌କୁ ନେଇ ଏମିତି କହିଲେ ନ୍ୟୁଜିଲାଣ୍ଡର ଷ୍ଟାର ଖେଳାଳି

ଯନ୍ତ୍ରଣାରେ ଛଟପଟ ସାଧାରଣ ଜନତା, ଧକଉଛି ଏନ୍‌ଏଚ୍‌ ପ୍ରକଳ୍ପ

ଏଣିକି ମେଧାବୀଙ୍କୁ ଲାପଟପ୍‌ ବଦଳରେ ମିଳିବ ଟଙ୍କା, ୧୫ ହଜାର ଛାତ୍ରଛାତ୍ରୀ ପାଇବେ ଏତିକି ଟଙ୍କା