ଭାରତରେ ନିଜର ସ୍ବତନ୍ତ୍ର ରାଜ୍ୟ ‘ୱିଲାୟା ଅଫ୍ ହିନ୍ଦ’ ଥିବା ଘୋଷଣା କଲା ଆଇଏସ୍

ନୂଆଦିଲ୍ଲୀ,୧୧।୫: ପ୍ରଥମ ଥର ପାଇଁ ଆତଙ୍କୀ ବିଶ୍ବର ସବୁଠାରୁ ଦୁର୍ଦଶ ଆତଙ୍କବାଦୀ ସଂଗଠନ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌)  ଭାରତରେ ନିଜର ଏକ ରାଜ୍ୟ ବା ପ୍ରଦେଶ ଥିବା ଦାବି କରିଛି। କଶ୍ମୀରରେ ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟରେ ଆଇଏସ୍‌ ସହିତ ଜଡ଼ିତ ଏକ ସଂଗଠନର ଜଣେ ଆତଙ୍କବାଦୀ ନିହତ ହେବା ପରେ ଆଇଏସ୍‌ ଏହି ଘୋଷଣା କରିଛି।

ଉଲ୍ଳେଖନୀୟ ଯେ, ଆଇଏସ୍‌ର ପ୍ରଚାର କରୁଥିବା ‘ଅମାକ୍‌ ନ୍ୟୁଜ୍‌’ଏଜେନ୍ସି ଜରିଆରେ ଏହି ଆତଙ୍କୀ ସଂଗଠନ ଭାରତରେ ନିଜ ରାଜ୍ୟର ନାମ ଘୋଷଣା କରିଛି। ଏହାର ନାଁ ‘ୱିଲାୟା ଅଫ୍‌ ହିନ୍ଦ’ ବୋଲି ଉଲ୍ଲେଖ କରାଯାଇଛି। ଏଥିରେ କଶ୍ମୀରର ଶୋପିଆନ୍‌ ଜିଲ୍ଲାରେ ଅହମ୍ମଦ ସୋଫି ନାମକ ଜଣେ ଆତଙ୍କବାଦୀକୁ ଭାରତର ସୁରକ୍ଷାକର୍ମୀ ମାରିଥିବା କଥା ମଧ୍ୟ କୁହାଯାଇଛି।

ପୂର୍ବରୁ ଇରାକ୍‌ ଏବଂ ସିରିଆରେ ଏହି ସଂଗଠନ ନିଜର ଦେଶ ବା ‘କ୍ୟାଲିଫେଟ୍‌’ ଘୋଷଣା କରିଥିଲା। ଏହି ଅଞ୍ଚଳର ମାଇଲ ମାଇଲ ଅଞ୍ଚଳକୁ ଆଇଏସ୍‌ ନିଜ ଦଖଲକୁ ମଧ୍ୟ ନେଇଥିଲା।  କିନ୍ତୁ ଏବେ ଭାରତରେ ନିଜର ରାଜ୍ୟ ଘୋଷଣା କରିବା ପରେ ଲାଗୁଛି ଏଠାରେ ମଧ୍ୟ  ଆଇଏସ୍ ନିଜର କାୟା ବିସ୍ତାର କରିବାର ଯୋଜନାରେ ରହିଛି। କଶ୍ମୀରର ବିଚ୍ଛିନ୍ନତାବାଦୀମାନେ ବହୁ ଦଶନ୍ଧି ଧରି ଭାରତକୁ ବିରୋଧ କରି ଆସୁଛନ୍ତି, ସେମାନେ ଆଇଏସ୍‌ ଭଳି ମୁସଲିମ୍‌ ଧର୍ମାବଲମ୍ବୀଙ୍କୁ ନେଇ ଏକ ସ୍ଵତନ୍ତ୍ର ରାଜ୍ୟ ବା ସାମ୍ରାଜ୍ୟ ବାବଦରେ କେବେ ଦାବି କରିନଥିଲେ। କିନ୍ତୁ ଏଭଳି ଘୋଷଣାରେ ଯଦି ସତ୍ୟାସତ୍ୟ ରହିଥାଏ ତେବେ ତାହା ଭାରତ ପାଇଁ ଖୁବ୍ ସମସ୍ୟା ସୃଷ୍ଟି କରିବ।



   ସମ୍ବନ୍ଧିତ ଖବର


ପାକିସ୍ତାନରେ ଏବେ ଦୁଷ୍କର୍ମକାରୀଙ୍କୁ କରାଯିବ ନପୁଂସକ,ଏହି ସବୁ ଦେଶରେ ଦିଆଯାଏ ଅତି ଭୟଙ୍କର ଦଣ୍ଡ

ଅହମ୍ମଦ ପଟେଲଙ୍କ ପରଲୋକରେ ଗାନ୍ଧି ପରିବାରରେ ଶୋକ: ଟୁଇଟ୍ କରି ଦୁଃଖ ପ୍ରକାଶ କଲେ ସୋନିଆ, ରାହୁଲ ଓ ପ୍ରିୟଙ୍କା

ଇଣ୍ଟେରିୟର ଡିଜାଇନିଂ ନାଁରେ ଭର୍ଚୁଆଲ ସେକ୍ସ ରାକେଟ୍ : ଅନ୍‌ଲାଇନ୍‌ରେ ଅଙ୍ଗ ପ୍ରଦର୍ଶନ ପାଇଁ ଦିଆଯାଉଥିଲା ତାଲିମ୍, ପର୍ଦ୍ଦାଫାଶ କଲା ପୋଲିସ

୬ ଦିନରେ ୫୩% ଖସିଲା ଲକ୍ଷ୍ମୀ ବିଳାସ ବ୍ୟାଙ୍କ ସେୟାର

ନୂଆବର୍ଷରୁ ନୂଆ ବ୍ୟବସ୍ଥା: ଏଣିକି ଲ୍ୟାଣ୍ଡଫୋନ୍‌ରୁ ମୋବାଇଲକୁ କଲ୍‌ କଲେ ନମ୍ବର ପୂର୍ବରୁ ଲାଗିବ ‘୦’

ଭାରତୀୟ ତଟରକ୍ଷୀ ବାହିନୀ ଜବତ କଲା ୧୦୦ କିଲୋଗ୍ରାମ ହେରୋଇନ୍, ପାକିସ୍ତାନରୁ ଆସୁଥିଲା ଶ୍ରୀଲଙ୍କା