ରିସାଟ୍‌-୨ବିଆର୧ ମିଶନ ପାଇଁ ୨୨ ଘଣ୍ଟିଆ କାଉଣ୍ଟଡାଉନ ଆରମ୍ଭ କରିଛି ‘ଇସ୍ରୋ’: ଆଜି ହେବ ପ୍ରକ୍ଷେପଣ

ନୂଆଦିଲ୍ଲୀ ୧୧/୧୨: ଭୂ-ପୃଷ୍ଠ ପର୍ଯ୍ୟବେକ୍ଷଣକାରୀ ଉପଗ୍ରହ ରିସାଟ୍‌-୨ବିଆର୧ ପ୍ରକ୍ଷେପଣ ଲାଗି ‘ଇସ୍ରୋ’ ପକ୍ଷରୁ ମଙ୍ଗଳବାର ଅପରାହ୍ନ ୪ଟା ୪୦ରୁ ୨୨ ଘଣ୍ଟିଆ କାଉଣ୍ଟଡାଉନ ଆରମ୍ଭ ହୋଇଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପିଏସ୍‌ଏଲ୍‌ଭି ସି-୪୮ ରକେଟ ଯୋଗେ ଆଜି ଅପରାହ୍ନ ୩ଟା ୨୫ରେ ଏହି ଉପଗ୍ରହ ପ୍ରକ୍ଷେପଣ କରାଯିବ ।

ଏଥିସହ ଜାପାନ, ଆମେରିକା, ଇସ୍ରାଏଲ ଓ ଇଟାଲୀର ୯ଟି ଉପଗ୍ରହକୁ ମଧ୍ୟ ଛଡାଯିବ । ପିଏସ୍‌ଏଲ୍‌ଭିର ଏହା ୫୦ତମ ତଥା ସତୀଶ ଧାୱନ କେନ୍ଦ୍ରରୁ ଏହା ୭୫ତମ ପ୍ରକ୍ଷେପଣ ହେବ । ରିସାଟ୍‌-୨ବିଆର୧ ଉପଗ୍ରହ ଯୋଗେ ଭୂ-ପୃଷ୍ଠର ୦.୩୫ଏମ୍‌ ରିଜୋଲ୍ୟୁସନର ଚିତ୍ର ମିଳିପାରିବ । ଏହା କୃଷି, ଜଙ୍ଗଲ ଓ ବିପର୍ଯ୍ୟୟ ପରିଚାଳନାରେ ସହାୟକ ହୋଇପାରିବ ବୋଲି ଇସ୍ରୋ କହିଛି ।

   ସମ୍ବନ୍ଧିତ ଖବର


ଭୀଷଣ ରୂପ ନେଉଛି ବାତ୍ୟା ‘ନିବାର’: ଆଜି ରାତିରେ କରିବ ଲ୍ୟାଣ୍ଡଫଲ, ଆଗକୁ ଆସୁଛି ଘନଘନ ଲଘୁଚାପ

‘ଲଭ୍‌ ଜିହାଦ’ ରୋକିବାକୁ ଯୋଗୀ ସରକାରଙ୍କ କଡ଼ା ପଦକ୍ଷେପ: ଆଣିଲେ ନୂଆ ଅଧ୍ୟାଦେଶ, ଅଭିଯୁକ୍ତଙ୍କୁ ମିଳିବ ୩ରୁ ୧୦ ବର୍ଷ ଜେଲ୍

ପରଲୋକରେ କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲ

ବିବାହ ଭୋଜିରେ ମାରପିଟ୍ ହେଲେ ୨ ଭିଣୋଇ, ବୁଝାଇବାକୁ ଆସି ଛେଚା ଖାଇଲା ପୋଲିସ

ସୁଶୀଲ ମୋଦିଙ୍କ ଅଭିଯୋଗ; ଜେଲରେ ଥାଇ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର କରୁଛନ୍ତି ଲାଲୁ, ବିଧାୟକଙ୍କୁ କରୁଛନ୍ତି ଫୋନ୍…

‘ସହକାର ପ୍ରଜ୍ଞା’ କାର୍ଯ୍ୟକ୍ରମର ଉଦଘାଟନ କଲେ କେନ୍ଦ୍ର କୃଷି ମନ୍ତ୍ରୀ, ଗ୍ରାମାଞ୍ଚଳ କୃଷକଙ୍କୁ ମିଳିବ ଉପଯୁକ୍ତ ତାଲିମ