ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲେ ଇସ୍ରୋ ଅଧ୍ୟକ୍ଷ ଶିବନ୍‌

ଭୁବନେଶ୍ୱର ୨୨/୯: ଆଜି ସନ୍ଧ୍ୟାରେ ଇସ୍ରୋ(ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ)ର ଅଧ୍ୟକ୍ଷ ଡ. କେ ଶିବନ୍‌ ଶ୍ରୀଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଛନ୍ତି । ଶ୍ରୀଜିଉ ଓ ମା’ ପାର୍ବତୀଙ୍କୁ ପୂଜାର୍ଚ୍ଚନା କରି ଫେରିଛନ୍ତି । ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ଡ.ଶିବନ୍‌ ମନ୍ଦିର ସିଂହଦ୍ୱାର ସାମନାରେ ପହଞ୍ଚିବା କ୍ଷଣି ସେଠାରେ ଉପସ୍ଥିତ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ବେହେରା, ମନ୍ଦିର ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଚନ୍ଦ୍ରଯାନ ପାଇଁ ଘରେ ଘରେ ପରିଚିତ ଡ. ଶିବନଙ୍କୁ ଦେଖିବାକୁ ସେଠାରେ ଶହ ଶହ ଲୋକଙ୍କ ଗହଳି ହୋଇଥିଲା । ଡ. ଶିବନ ବେଢ଼ାରେ ବୁଲି ମନ୍ଦିର କାନ୍ଥରେ ଥିବା ଭାସ୍କର୍ଯ୍ୟ ଦେଖି ଅଭିଭୂତ ହୋଇ ପଡ଼ିଥିଲେ ।

ସେବାୟତ ମୁକ୍ତିକାନ୍ତ ବଡ଼ୁ, ପାଳିଆ ସେବାୟତ ରତିକାନ୍ତ ବଡ଼ୁ ଓ ରାଜକିଶୋର ମହାପାତ୍ର ଗମ୍ଭୀରାରେ ଶିବନ୍‌ଙ୍କ ଉଦ୍ଦେଶ୍ୟରେ ଶ୍ରୀଜିଉଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ । ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ବିଶ୍ୱରେ ୧ ନମ୍ବର କରିବାକୁ ଲୋକେ ଶିବନଙ୍କୁ ଅନୁରୋଧ କରିଥିଲେ । ମନ୍ଦିରର ଐତିହ୍ୟ, ପରିଷ୍କାର ପରିଚ୍ଛନ୍ନତା ଉପଲବ୍ଧି କରି ଶିବନ୍‌ ଆନନ୍ଦିତ ହୋଇଥିଲେ । ପ୍ରାୟ ୪୫ ମିନିଟ୍‌ ମନ୍ଦିର ପରିଭ୍ରମଣ କରି ଶିବନ ଫେରିଥିଲେ ।

   ସମ୍ବନ୍ଧିତ ଖବର


ମାନବିକତାର ପରିଚୟ ଦେଲେ କୈଳାଶ, ଏଟିଏମରେ ଛାଡ଼ି ଯାଇଥିବା ଟଙ୍କାକୁ ଆତ୍ମସାତ୍‌ ନକରି ସୋସିଆଲ ମିଡିଆରେ ଜଣାଇଲେ

୩ ମିନିଟ୍‌ ମଧ୍ୟରେ ଦେଢଲକ୍ଷ ଟଙ୍କାର ସୁନା ଚେନ୍‌ ଚୋରି କରି ଚମ୍ପଟ ମାରିଲେ ମା’ ଓ ଝିଅ: ସିସିଟିଭିରେ ଧରାପଡିଲା ଚୋରଣୀଙ୍କ କାରନାମା

ପୁଣି ୧୫ ମୁଣ୍ଡ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୨୯କୁ ବୃଦ୍ଧି

ରାଜ୍ୟରେ ଚିହ୍ନଟ ହେଲେ ୧୬୯୫ ନୂଆ ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୯ ହଜାର ଟପିଲା

ପୁଲିସର‘ଦାଦାବଟିକୁ ନା’ ଅଭିଯାନ: ବନ୍ଧା ହେଲେ ଚାରି ପୁରୁଣା ଅପରାଧୀ,ଦୁର୍ଦ୍ଦାନ୍ତ ବିକା ଓ ଟିଟୋ ଗ୍ୟାଙ୍ଗ୍‌ର କାଲାବାବୁ ଗିରଫ

ପୂର୍ବତନ ଆଇଏଏସ୍‌ ଡ. ବି. ଭେଙ୍କଟରମଣଙ୍କ ପରଲୋକ