ଚନ୍ଦ୍ରଯାନ-୩ ପାଇଁ ଇସ୍ରୋ ପ୍ରସ୍ତୁତ, ସରକାରଙ୍କୁ ମାଗିଲା ୭୫ କୋଟିର ସହାୟତା

ବାଙ୍ଗାଲୋର, ୮|୧୨:   ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ଏବେ ଚନ୍ଦ୍ରଯାନ-୩ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏଥିପାଇଁ ସରକାରଙ୍କଠାରୁ ୭୫ କୋଟି ଟଙ୍କାର ଆର୍ଥିକ ସହାୟତା ମଗାଯାଇଛି। ଏହି ଅର୍ଥ ବର୍ତ୍ତମାନର ବଜେଟରୁ ପୃଥକ ଅଟେ, ଯାହାକୁ ଇସ୍ରୋ ନିଜର ତୃତୀୟ ମହତ୍ତ୍ୱାକାଂକ୍ଷୀ ମିଶନକୁ ସଫଳ କରିବାରେ ବିନିଯୋଗ କରିବ।

ରିପୋର୍ଟ ଅନୁସାରେ, ଚନ୍ଦ୍ରଯାନ-୩କୁ ଇସ୍ରୋ ନଭେମ୍ବର ୨୦୨୦ରେ ଲଞ୍ଚ୍ କରିବ। ଏହି ଅଭିଯାନ ସାହାଯ୍ୟରେ ଚନ୍ଦ୍ରଯାନ-୨ର ପ୍ରୋଜେକ୍ଟକୁ  ପୁଣି ଆରମ୍ଭ କରାଯିବ।

ଚନ୍ଦ୍ରଯାନ-୩ ପାଇଁ ଇସ୍ରୋ ସରକାରଙ୍କଠାରୁ ଆର୍ଥିକ ସହାୟତା ମାଗିଛି। ମୋଟ ଅର୍ଥରୁ ୬୦ କୋଟି ଟଙ୍କା ବିଭିନ୍ନ ଉପକରଣ କ୍ରୟ ବାବଦରେ ଖର୍ଚ୍ଚ ହେବ।  ଅନ୍ୟ ୧୫କୋଟି ଟଙ୍କାକୁ ରାଜସ୍ୱ ବ୍ୟୟ ଭାବେ ମଗାଯାଇଛି। ଏହି ଅଭିଯାନ ପାଇଁ ଇସ୍ରୋ ଯେତେ ଟଙ୍କା ଦାବି କରିଛି ତାହା  ମୋଟ ବଜେଟର ୧୧ ପ୍ରତିଶତ। ସୂଚନାଯୋଗ୍ୟ, ୨୦୧୯-୨୦ ପାଇଁ ଇସ୍ରୋର ମୋଟ ବଜେଟ ହେଉଛି ୬୬୬ କୋଟି ଟଙ୍କା।

   ସମ୍ବନ୍ଧିତ ଖବର


ନିଖୋଜ ନେଭି କମାଣ୍ଡରଙ୍କର ଚିଠି ଭାଇରାଲ : କାହିଁକି ସେ ଲେଖିଲେ – ମୁଁ ବୋମା ପକାଇବାକୁ ଚାହୁଁଛି

ମାକ୍ସଓ୍ବେଲ କାହିଁକି କେଏଲ ରାହୁଲଙ୍କୁ ମାଗିଲେ କ୍ଷମା? ଯାହାକୁ ନେଇ ଲାଗି ରହିଛି ଚର୍ଚ୍ଚା

ଧର୍ମ ପରିବର୍ତ୍ତନ କରିବାକୁ ସ୍ତ୍ରୀଙ୍କୁ ସ୍ୱାମୀଙ୍କ ନିର୍ଯାତନା – ଥାନାରେ ଏତଲା ଦେଲେ ମହିଳା

ଟିମ୍‌ ଇଣ୍ଡିଆ ଖେଳାଳି ଆଇପିଏଲରେ ହିରୋ, ଇଣ୍ଟରନ୍ୟାସନାଲ ମ୍ୟାଚରେ ଜିରୋ! ବିରାଟ ବାହିନୀକୁ କାହିଁକି ‘ଠୁ ଓଲ୍ଡ ସ୍କୁଲ’ କହିଲେ ମାଇକେଲ ଭନ୍

Ola-Uber ଉପରେ ସରକାରଙ୍କ କଟକଣା, ଆଉ ନେଇ ପାରିବେନି ଅଧିକ ଭଡ଼ା

ଏବେ ବାହନ ପଞ୍ଜୀକରଣ ବେଳେ ନୋମିନିଙ୍କ ନାଁ ଦେବାକୁ ପଡିବ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟର ପ୍ରସ୍ତାବ