ଇସ୍ରୋ ମୁଖ୍ୟଙ୍କ ଭିଡିଓ ଭାଇରାଲ: ମୁଁ ପ୍ରଥମେ ଭାରତୀୟ ଅଟେ

ନୂଆଦିଲ୍ଲୀ ୧୨/୯ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ମୁଖ୍ୟ କେ ଶିବନଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ଏହା ଦେଖିବା ପରେ ସମସ୍ତେ ଶିବନଙ୍କ ପ୍ରଶଂସାରେ ଶତମୁଖ ହୋଇଯାଇଛନ୍ତି । ଏହି ଭିଡିଓଟି ୨୦୧୮ ମସିହାର । ୨୦୧୮ ଜାନୁଆରୀରେ ତାମିଲନାଡୁର ବାସିନ୍ଦା ଶିବନଙ୍କୁ ଇସ୍ରୋର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା । ଏହାପରେ ଏକ ତାମିଲ ଟିଭି ଚ୍ୟାନେଲ ତାଙ୍କର ସାକ୍ଷାତକାର ନେଇଥିଲା । ଏଥିରେ ସାମ୍ବାଦିକ ଜଣକ ଶିବନଙ୍କୁ ପ୍ରଶ୍ନ କରିଥିଲେ ଯେ ଆପଣ ଜଣେ ତାମିଲ ଭାବେ ଏତେ ବଡ଼ ପଦରେ ଅବସ୍ଥାପିତ ହୋଇଛନ୍ତି । ତାମିଲନାଡୁର ଲୋକଙ୍କୁ ଆପଣ କି ସନ୍ଦେଶ ଦେବେ । ଏହାର ଜବାବରେ ଶିବନ କହିଥିଲେ ଯେ ମୁଁ ପ୍ରଥମେ ଜଣେ ଭାରତୀୟ ଅଟେ, ପରେ ତାମିଲ ।

ମୁଁ ଜଣେ ଭାରତୀୟ ଭାବେ ଇସ୍ରୋରେ ଯୋଗ ଦେଇଛି । ଏଠାରେ ବିଭିନ୍ନ ରାଜ୍ୟର ବାସିନ୍ଦା ଓ ଭାଷାଭାଷୀ ଲୋକ କାମ କରୁଛନ୍ତି । ତେବେ ମୋ ପାଇଁ ଖୁସି ହେଉଥିବା ଲୋକମାନଙ୍କ ପ୍ରତି ମୁଁ କୃତଜ୍ଞ । ଶିବନ ନିଜକୁ ପ୍ରଥମେ ଜଣେ ଭାରତୀୟ ବୋଲି ଦର୍ଶାଇଥିବାରୁ ଏବେ ଏଥିପାଇଁ ତାଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି ।

   ସମ୍ବନ୍ଧିତ ଖବର


ସୈନିକ ସ୍କୁଲରେ ଏବେ OBC କୁ ମିଳିବ ଆରକ୍ଷଣ, କେନ୍ଦ୍ର ସରକାର ଦେଲେ ମଞ୍ଜୁରୀ …

୧ ବର୍ଷର ଆଲୋଚନା ପରେ ଡିଲ୍‌ ଫାଇନାଲ, ମୁକେଶ ଅମ୍ବାନୀଙ୍କୁ ମିଳିବ ୧ ଆରବ ଡଲାରର ଚେକ୍‌

ହ୍ୱାଟସ୍‌ଆପ୍‌ରେ ଗହଣା ପିନ୍ଧି ଡିପି ରଖିଥିଲା ମାଆ- ଧରା ହେଲା ଡକାୟତ ପୁଅ

ଭାରତୀୟ ନୌସେନାର ଶକ୍ତିଶାଳୀ ମିଶାଇଲ, ଗଭୀର ସମୁଦ୍ରରେ ବି ଶତ୍ରୁର ଜାହାଜକୁ ଲକ୍ଷ୍ୟଭେଦ କରି ଓଲଟାଇଦେବ…

ପ୍ରଧାନମନ୍ତ୍ରୀ ମୋଦି ଶୁଭାରମ୍ଭ କଲେ ଭାରତର ପ୍ରଥମ ସି-ପ୍ଲେନ୍ ସେବା, ଜାଣନ୍ତୁ ଏହାର ବିଶେଷ୍ବତ

ବିଶେଷଜ୍ଞ ମତ: ପଶୁପକ୍ଷୀଙ୍କ ଦେହରେ ରହିଛି ୮,୫୦,୦୦୦ ମାରାତ୍ମକ ଭାଇରସ, ଏଗୁଡିକ ମଣିଷ ଦେହରେ ପ୍ରବେଶ କରିପାରନ୍ତି