ଆଜି ଓଡ଼ିଶା ଆସିବେ ‘ଇସ୍ରୋ’ ମୁଖ୍ୟ ରକେଟ୍ ମ୍ୟାନ୍ କେ. ଶିବନ୍

ଭୁବନେଶ୍ୱର ୨୧/୯: ଆଜି ଆସିବେ ରକେଟ୍ ମ୍ୟାନ୍ କେ. ଶିବନ୍। ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି) ଭୁବନେଶ୍ୱରର ଅଷ୍ଟମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ(ଇସ୍ରୋ)ର ଅଧ୍ୟକ୍ଷ ଡ. କେ. ଶିବନ ଯୋଗଦେଇ ସମାବର୍ତ୍ତନ ଉତ୍ସବର ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିବେ । ଏହି ଅବସରରେ ୩୫୬ଜଣଙ୍କୁ ଡିଗ୍ରୀ ମିଳିବ । ୩୨ଜଣଙ୍କୁ ପିଏଚଡି, ୧୦୫ଜଣଙ୍କୁ ଏମ୍‌.ଟେକ୍‌, ୬୭ଜଣଙ୍କୁ ଏମଏସସି ଓ ୧୫୨ଜଣ ବିଟେକ୍‌ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ମିଳିବ ବୋଲି ଭୁବନେଶ୍ୱର ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ରତ୍ନମ୍‌ ବରଦା ରାଜକୁମାର କହିଛନ୍ତି ।

ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଫେସର ରାଜକୁମାର କହିଛନ୍ତି ଯେ, ବିଟେକ୍‌ କମ୍ପ୍ୟୁଟର୍‌ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ସର୍ବଶ୍ରେଷ୍ଠ ଛାତ୍ର ଶ୍ରୋହନ ମହାପାତ୍ରଙ୍କୁ ରାଷ୍ଟ୍ରପତି ସ୍ୱର୍ଣ୍ଣପଦକ, ଏମଟେକ୍‌ ବିଭାଗର ସର୍ବଶ୍ରେଷ୍ଠ ଛାତ୍ର ରାହୁଲ ଦାସ ଓ ଏମଏସସି ବିଭାଗର ସର୍ବଶ୍ରେଷ୍ଠ ଛାତ୍ର ଅନୁଭବ ନାଥ୍‌ଙ୍କୁ ନିର୍ଦ୍ଦେଶକ ସ୍ୱର୍ଣ୍ଣ ପଦକ ଦିଆଯିବ । ପ୍ରତି ବିଭାଗର ସର୍ବଶ୍ରେଷ୍ଠ ଛାତ୍ରମାନଙ୍କୁ ଇନଷ୍ଟିଚ୍ୟୁଟ୍‌ ରୌପ୍ୟ ପଦକ(ସିଲଭର୍‌ ମେଡାଲ୍‌) ଦିଆଯିବ । ବିଟେକ୍‌ ପାସ୍‌ କରିଥିବା ଶ୍ରୋହନ ମହାପାତ୍ର, ଗୋନୁଗୁନ୍ତଳା ନୀହାରିକା, ଇନ୍ଦିରା ସିଂ ଧକାର, ଗୌରବ ବିଶାଲ୍‌, ଚୌଧୁରୀ ହୃଷିକେଶ ଉମେଶ, ଏମଟେକ୍‌ ପାସ୍‌ କରିଥିବା ରାହୁଲ ଦାସ, ଅଭିଶେକ ପରିଡ଼ା, ଶ୍ରୀଜା ମୁଖାର୍ଜୀ, ଅନନ୍ତ ଦତ୍ତ, ପି. ଅଭିଶେକ ଓ ସ୍ପନ୍ଦନ ଦେଙ୍କୁ ରୌପ୍ୟ ପଦକ ମିଳିବ । ସେହିପରି ଏମଏସ୍‌ସି ପାସ୍‌ କରିଥିବା ଅନୁଭବ ନାଥ, ଶର୍ମିଷ୍ଠା ଦେ, କୌଶିକ ନାଗେଶ୍ୱର ଜୟଶ୍ୱାଲ ଓ ସୁଜୟ ନନ୍ଦିଙ୍କୁ ମଧ୍ୟ ରୌପ୍ୟ ପଦକ ମିଳିବ ବୋଲି ପ୍ରଫେସର ରାଜକୁମାର କହିଛନ୍ତି ।

ବର୍ତ୍ତମାନ ଭୁବନେଶ୍ୱର ଆଇଆଇଟିରେ ୨୧୩୩ଜଣ ପଢୁଛନ୍ତି । ସେଥି ମଧ୍ୟରୁ ବିଟେକ୍‌ରେ ୧୦୩୭ଜଣ, ଏମଟେକରେ ୩୧୨ଜଣ, ଏମଏସସିରେ ୧୫୫ଜଣ, ପିଏଚଡିରେ ୨୯୫ଜଣ ପଢୁଛନ୍ତି । ଅପରପକ୍ଷେ ୧୩୭ଜଣ ପୂର୍ଣ୍ଣକାଳୀନ ଅଧ୍ୟାପକ ଥିବା ବେଳେ ୨୫ଜଣ ଅଧିକାରୀ ଓ ୮୧ ଜଣ ସହାୟକ କର୍ମଚାରୀ ଅଛନ୍ତି । ଏବେ ଭୁବନେଶ୍ୱର ଆଇଆଇଟିରେ ୭ଟି ବିଭାଗ ଚାଲିଛି । ସେଥି ମଧ୍ୟରୁ ବିଟେକ୍‌, ଏମଟେକ୍‌, ଡୁଆଲ୍‌ ଡିଗ୍ରୀ(ବିଟେକ୍‌ ଓ ଏମଟେକ୍‌ ତଥା ଏମଏସସି ପାଠ୍ୟକ୍ରମ ଦିଆଯାଉଛି ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଫେସର ରାଜକୁମାର କହିଛନ୍ତି ।

   ସମ୍ବନ୍ଧିତ ଖବର


ସ୍ବାମୀର ଆକ୍ରମଣରେ ସ୍ତ୍ରୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ପୂଜାରେ ଦଦାବଟି ମାଗିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ, ଡିଜିପି ଜାରି କଲେ ଟୋଲ ଫ୍ରି ନମ୍ବର…

ଓଲଟି ପଡ଼ିଲା ୧୪ ଚକିଆ ଟ୍ରକ୍, ଦୁଇ ବାଇକ୍‌ ଆରୋହୀ ଗୁରୁତର

ଆଜିଠୁ ଉପକୂଳରେ ଛେଚିବ ବର୍ଷା, ସତର୍କ କଲା ପାଣିପାଗ ବିଭାଗ…

ରାଉରକେଲାରେ ୧୨ କୋଟିର GST ଠକେଇ !

ଭିଜିଲାନ୍ସ ଜାଲରେ ମେଡିକାଲ କର୍ମଚାରୀ, ଲାଞ୍ଚ ନେଇ ଧରା ପଡ଼ିଲେ