ବିକ୍ରମ ସହ ଯୋଗାଯୋଗ ଆଶା ମଉଳିଲା: ଇସ୍ରୋ

ବେଙ୍ଗାଲୁରୁ ୨୨/୯: ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ନିଷ୍କ୍ରିୟ ହୋଇ ରହିଥିବା ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ସହ ଯୋଗାଯୋଗ ପ୍ରତିଷ୍ଠା କରିବାକୁ ଇସ୍ରୋ ବୈଜ୍ଞାନିକମାନେ ଚଳାଇଥିବା ଶେଷ ପ୍ରୟାସ ମଉଳି ଯାଇଛି । କାରଣ ଚନ୍ଦ୍ରପୃଷ୍ଠରେ ବିକ୍ରମର ଜୀବନକାଳ ୧୪ ଦିନ ହୋଇଥିବା ବେଳେ ତାହା ଆଜି ଶେଷ ହୋଇଛି । ବିକ୍ରମ ଭିତରେ ଥିବା ରୋଭର ପ୍ରଜ୍ଞାନ ରହିଛି ।

ସେପ୍ଟେମ୍ବର ୭ ତାରିଖରେ ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଅବତରଣ କରିବାର ଠିକ୍‌ ୬୯ ସେକେଣ୍ଡ ପୂର୍ବରୁ ଏହା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଏହାର ଦିନକ ପରେ ଚନ୍ଦ୍ରଯାନ-୨ର ଅର୍ବିଟର ପଠାଇଥିବା ଥର୍ମାଲ ଇମେଜରୁ ବିକ୍ରମ ଚନ୍ଦ୍ରପୃଷ୍ଠରେ ଅକ୍ଷତ ଭାବେ ତଥା ଢ଼ଳେଇ ହୋଇ ରହିଥିବା ଜଣାପଡିଥିଲା । ସେବେଠାରୁ ବୈଜ୍ଞାନିକମାନେ ତା’ସହ ସମ୍ପର୍କ ରଖିବାକୁ ପ୍ରୟାସ ଚଳାଇଥିଲେ ।

   ସମ୍ବନ୍ଧିତ ଖବର


ଦୀପାବଳି ପୂର୍ବରୁ କିଣନ୍ତୁ ଦେଶର ସବୁଠୁ ଶସ୍ତା ବାଇକ୍, ଯାହାର ମୂଲ୍ୟ ମାତ୍ର ଏତିକି ଟଙ୍କା

ଏବେ କାଶ୍ମୀରରେ ଭାରତର ଅନ୍ୟ ରାଜ୍ୟର ଲୋକ କିଣିପାରିବେ ଜମି

ଚୀନ୍‌ର ମୁଣ୍ଡ ବିନ୍ଧା ଆରମ୍ଭ:ଭାରତ – ଆମେରିକାର ମନ୍ତ୍ରୀ ସ୍ତରୀୟ ଆଲୋଚନା ପରେ ଚୀନ୍‌ ଦେଉଛି ପରୋକ୍ଷ ଧମକ

ଅଷ୍ଟ୍ରେଲିଆ ଗସ୍ତରୁ ରୋହିତ ବାଦ ପଡ଼ିବା ପରେ ପ୍ରଶ୍ନ କଲେ ଗାଭାସ୍କର, କହିଲେ-ଯିଏ ନେଟ୍‌ ପ୍ରାକ୍ଟିସ୍‌ କରୁଛି…

ଲଦାଖ ନିର୍ବାଚନ: ୧୫ ଆସନରେ ବିଜେପିର ବିଜୟ , କଂଗ୍ରେସ ହାତରେ ୯…

ହୋଟେଲରେ ପ୍ରେମିକା ସହ ମଉଜ କରୁଥିବା ସମୟରେ ପହଞ୍ଚିଗଲେ ପତ୍ନୀ, ଆଉ ତା ପରେ…