ଚନ୍ଦ୍ରଯାନ-୨: ବିକ୍ରମ ଲ୍ୟାଣ୍ଡର ପାଇଁ ଆଗାମୀ ୨୪ ଘଣ୍ଟା ଖୁବ୍ ଗୁରୁତ୍ବପୂର୍ଣ୍ଣ,ନାସାଠାରୁ ମିଳିପାରେ ନୂଆ ଅପଡେଟ୍

ନୂଆଦିଲ୍ଲୀ,୧୬।୯: ଭାରତୀୟ ମହାକାଶ ଏଜେନ୍ସି ଇସ୍ରୋର ବୈଜ୍ଞାନିକ ଏବେ ନିଜର ଦ୍ବିତୀୟ ମୁନ୍ ମିଶନ୍ ଚନ୍ଦ୍ରଯାନ-୨କୁ ବିକ୍ରମ ଲ୍ୟାଣ୍ଡର ସହିତ ସମ୍ପର୍କ ଯୋଡିବାରେ ଲାଗିଛନ୍ତି। ଇସ୍ରୋର ସାହାର୍ଯ୍ୟରେ ଆମେରିକା ମହାକାଶ ଏଜେନ୍ସି ନାସା ମଧ୍ୟ ନିଜର ଡିପ୍ ସ୍ପେସ୍ ନେଟଓ୍ବର୍କର ୩ଟି ସେଣ୍ଟରରୁ ଲଗାତାର ଚନ୍ଦ୍ରଯାନ-୨ର ଅର୍ବିଟର ଓ ଲ୍ୟାଣ୍ଡର ସହିତ ସମ୍ପର୍କ ରଖିଛି। ଏହାଛଡା ନାସା ନିଜର ଲୁନାର ରିକନସେନ୍ସ ଅର୍ବିଟର(ଏଲଆରଓ) ଜରିଆାରେ ଚନ୍ଦ୍ରର ସେହି ଅଂଶର ଫଟୋ ମଧ୍ୟ ନେବ, ଯେଉଁଠି ବିକ୍ରମ ଲ୍ୟାଣ୍ଡର ପଡିଥିଲା। ୧୭ ସେପ୍ଟେମ୍ବର ଅର୍ଥାତ ମଙ୍ଗଳବାର ନାସା ଏଲଆରଓ ଚନ୍ଦ୍ରର ସେହି ଅଂଶ ଦେଇଯିବ, ଯେଉଁଠି ବିକ୍ରମ ଲ୍ୟାଣ୍ଡର ରହିଛି।

କୁହାଯାଉଛି ଯେ, ନାସାର ଲୁନାର ରିକନସେନ୍ସ ଅର୍ବିଟର ବିକ୍ରମ ଲ୍ୟାଣ୍ଡର ସମ୍ପର୍କରେ କୌଣସି ନୂଆ ସୂଚନା ଦେବ। ନାସାର ଲୁନାର ରିକନସେନ୍ସ ଅର୍ବିଟର(ଏଲଆରଓ) ପ୍ରୋଜେକ୍ଟର ବୈଜ୍ଞାନିକ ନୋଆ.ଇ.ପେତ୍ରୋ କହିଛନ୍ତି ଚନ୍ଦ୍ର ପୃଷ୍ଠରେ ସନ୍ଧ୍ୟା ହେବାକୁ ଲାଗିଛି। ଆମର ଏଲଆରଓ ବିକ୍ରମ ଲ୍ୟାଣ୍ଡରର ଫଟୋ ତ ନେବ, କିନ୍ତୁ ଏହାର ଗ୍ୟାରେଣ୍ଟି ନାହିଁ ଯେ ଏହାର ଫଟୋ ସ୍ପଷ୍ଟ ଆସିବ। କାରଣ ସନ୍ଧ୍ୟାରେ ସୂର୍ଯ୍ୟଙ୍କ କିରଣ କମ୍ ରହିଥାଏ ତେଣୁ ଚନ୍ଦ୍ର ପୃଷ୍ଠରେ ଥିବା କୌଣସି ବସ୍ତୁ ସ୍ପଷ୍ଟ ଭାବରେ ଫଟୋ ନେବା ଖୁବ୍ ଚ୍ୟାଲେଞ୍ଜିଂ କାମ ହେବ। କିନ୍ତୁ, ଯାହାବି ଫଟୋ ଆସିବ, ଆମେ ତାକୁ ଭାରତୀୟ ମହାକାଶ ଏଜୋନ୍ସି ନାସାକୁ ଦେବୁ।

ଅନ୍ୟପକ୍ଷେ ନାସା ନିଜର ଡିପ୍ ସ୍ପେସ୍ ନେଟଓ୍ବର୍କର ୩ଟି ସେଣ୍ଟରରେ ଲଗାତାର ଚନ୍ଦ୍ରଯାନ-୨ର ଅର୍ବିଟର ଓ ଲ୍ୟାଣ୍ଡର ସହିତ ସମ୍ପର୍କ ରଖିବାକୁ ଚେଷ୍ଟା କରୁଛି। ଏହା ୩ଟି ସେଣ୍ଟର୍ସ ଅଟେ-ସ୍ପେନର ମାଦ୍ରିଦ୍, ଆମେରିକାର କାର୍ଲିଫୋର୍ନିଆରେ ଗୋଲ୍ଡଷ୍ଟୋନ ଓ ଅଷ୍ଟେ୍ରଲିଆର କ୍ୟାନବୋରା। ଏହି ୩ଟି ସ୍ଥାନରେ  ଲୋକଙ୍କର ଶକ୍ତିଶାଳୀ ଆଣ୍ଟିନା ଚନ୍ଦ୍ରଯାନ-୨ର ଅର୍ବିଟର ସହିତ ଯୋଗାଯୋଗ ରକ୍ଷା  କରିଥିଲେ, କିନ୍ତୁ ବିକ୍ରମ ଲ୍ୟାଣ୍ଡରକୁ ପଠାଯାଉଥିବା ବାର୍ତ୍ତାର କିଛି ଜବାବ୍ ଆସୁନଥିଲା, କିନ୍ତୁ ଚନ୍ଦ୍ରଯାନ-୨କୁ ଅର୍ବିଟର ତାକୁ ମିଳୁଥିବା ବାର୍ତ୍ତାର ଉତ୍ତର ଦେଉଥିଲା।

   ସମ୍ବନ୍ଧିତ ଖବର


୧୯୯୯ ମହାବାତ୍ୟା @ ୨୧: ‘ମନେ ପଡିଲେ ଏବେ ବି ଛାତି ଥରି ଉଠେ ପ୍ରଳୟଙ୍କାରୀ ବାତ୍ୟାର ତାଣ୍ଡବ’

ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଅଟକ ରଖି ଭୟରେ ଥିଲା ପାକିସ୍ତାନ, ବୈଠକରେ ସେନାମୁଖ୍ୟଙ୍କ ଗୋଡ ଥରିବା ସହ ମୁଣ୍ଡରୁ ବାହାରୁଥିଲା ଝାଳ…

ରେଲଓ୍ବେ ଇତିହାସର ପ୍ରଥମ ମାମଲା: ଅପହୃତ ଶିଶୁକୁ ବଞ୍ଚାଇବା ପାଇଁ ବିନା ଷ୍ଟପେଜରେ ଲଗାତାର ୨୪୦ କିଲୋମିଟର ଚାଲିଲା ଟ୍ରେନ

ଆମେରିକାରେ ‘ଭଣ୍ଡଗୁରୁ’: ଯୁବତୀଙ୍କୁ ପ୍ରଭାବିତ କରି କରୁଥିଲେ ଯୌନଦାସି, ୧୨୦ ବର୍ଷ ଜେଲ ନିର୍ଦ୍ଦେଶ ଦେଲେ ଅଦାଲତ

ଗାନ୍ଧିଙ୍କ ମାଟିରେ ମଦ ଢାଳି ଭୂମି ପୂଜନ କଲେ ନେତା, ପରେ ପ୍ରସାଦ କରି ବାଣ୍ଟିଲେ…

ମହାକାଶରୁ ମହାବିପଦ ! ପୃଥିବୀ ଆଡ଼କୁ ମାଡ଼ିଆସୁଛି ବିଶାଳ ଧୂମକେତୁ, ଧକ୍କା ହେଲେ ଆସିବ ପ୍ରଳୟ