PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

କୃଷକ ପରିବାରୁ ଇସ୍ରୋରେ ‘ରକେଟ୍ ମ୍ୟାନ’ କେ ଶିବନ

କୈଳାସବାଦିବୁ ଶିବନ୍‌ ବା କେ ଶିବନ୍‌ ୧୯୫୭ ଏପ୍ରିଲ ୧୪ରେ ତାମିଲନାଡୁର ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ । ରାଜ୍ୟର କନ୍ୟାକୁମାରୀ ଜିଲ୍ଲା ସ୍ଥିତ ଏକ ତାମିଲ ମାଧ୍ୟମ ସରକାରୀ ବିଦ୍ୟାଳୟରୁ ଶିକ୍ଷା ଆରମ୍ଭ କରିଥିଲେ । ଏବେ ସେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ଅଧ୍ୟକ୍ଷ ଅଛନ୍ତି । ତାଙ୍କ ନେତୃତ୍ୱରେ ଇସ୍ରୋ ଅନେକ ସଫଳତା ସାଉଁଟିଛି । ବିକଶିତ ରାଷ୍ଟ୍ରଗୁଡ଼ିକ ସହିତ ତାଳଦେଇ ମହାକାଶ ଗବେଷଣା କ୍ଷେତ୍ରରେ ମାଇଲଖୁଣ୍ଟ ସ୍ଥାପନ କରିଛି ଇସ୍ରୋ । ତାଙ୍କ ନେତୃତ୍ୱରେ ଇସ୍ରୋ ଅନେକ ଶକ୍ତିଶାଳୀ ରକେଟ୍‌ ଲଞ୍ଚ୍‌ କରି ରେକର୍ଡ ସୃଷ୍ଟି କରିଛି । ସେଥିପାଇଁ ତାଙ୍କୁ ରକେଟ୍‌ ମ୍ୟାନ୍‌ ଭାବେ ବିବେଚନା କରାଯାଏ ।

ବିକ୍ରମ ସରାଭାଇ ଗବେଷଣା କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଶିବନ୍‌ ଭାରତର ମହାକାଶ ଗବେଷଣା କାର୍ଯ୍ୟକ୍ରମ ପାଇଁ କ୍ରାୟୋଜେନିକ୍‌ ଇଞ୍ଜିନ୍‌ ବିକାଶ କରିଥିଲେ । ୧୯୮୦ରେ ଏରୋନଟିକାଲ୍‌ ଇଞ୍ଜିନିୟରିଂରେ ମାଡ୍ରାସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରେ ସ୍ନାତକ ହାସଲ କରିଥିବା ଶିବନ୍‌ ୧୯୮୨ରେ ଆଇଆଇଏସ୍‌ସି ବାଙ୍ଗାଲୋରରୁ ଏରୋସ୍ପେସ୍‌ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ହାସଲ କରିଥିଲେ । ଏହାପରେ ୨୦୦୭ରେ ଆଇଆଇଟି ବମ୍ବେରୁ ଏରୋସ୍ପେସ୍‌ରେ ପିଏଚ୍‌ଡି ଲାଭ କରିଥିଲେ ।

୧୯୮୨ରେ ଇସ୍ରୋରେ ସେ ପିଏସ୍‌ଏଲ୍‌ଭି (ପୋଲାର ସାଟେଲାଇଟ୍‌ ଲଞ୍ଚ୍‌ ଭେଇକିଲ୍‌) ପ୍ରକଳ୍ପରେ କାର୍ଯ୍ୟ ଆରମ୍ଭ କରିଥିଲେ । ଏହାପରେ ସେ ଆଉ ପଛକୁ ଫେରି ଚାହିଁନଥିଲେ । ଶିବନ୍‌ଙ୍କ ନେତୃତ୍ୱରେ ଚନ୍ଦ୍ରଯାନ-୨ର ସଫଳ ଉତ୍‌କ୍ଷେପଣ ହୋଇଥିଲା । ଏହାପରେ ରାଷ୍ଟ୍ରକୁ ଉଦ୍‌ବୋଧନ ଦେଇ ସେ ଭାରତର ମହାକାଶ ମିସନ୍‌ ବାବଦରେ ବିସ୍ତୃତ ବିବରଣୀ ଦେଇଥିଲେ । ଭାରତ ଆଉ ପଛରେ ନାହିଁ । ଅନ୍ୟ ବିକଶିତ ରାଷ୍ଟ୍ର ସହ କାନ୍ଧ ମିଳାଇ ଇସ୍ରୋ ଏବେ ମହାକାଶ ଗବେଷଣାରେ ବେଶ୍‌ ଆଗୁଆ ବୋଲି କହିଥିଲେ । ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିବା ଶିବନ୍‌ ଅନେକ ସମ୍ମାନ ଓ ଉପାଧିର ଅଧିକାରୀ ହୋଇଛନ୍ତି । ୨୦୦୭ରେ ତାଙ୍କୁ ଇସ୍ରୋ ମେରିଟ୍‌ ଆୱାର୍ଡ, ୨୦୧୧ରେ ଡ. ବିରେନ୍‌ ରୟ ସ୍ପେସ୍‌ ସାଇନ୍ସ ଓ ଡିଜାଇନ୍‌ ଆୱାର୍ଡ, ୨୦୧୬ରେ ଇସ୍ରୋର ଉଲ୍ଲେଖନୀୟ ପୁରସ୍କାର ଆଦି ପ୍ରାପ୍ତ ହୋଇଥିଲା ।

ସମ୍ବନ୍ଧିତ ଖବର