୨୮ରେ ଆଉ ଏକ ଉପଗ୍ରହ ପଠାଇବ ଭାରତ, GSLV-F10 ରକେଟରେ ପ୍ରକ୍ଷେପଣ ହେବ

ବେଙ୍ଗାଲୁରୁ ୦୮/୦୩: ଆସନ୍ତା ୨୮ ତାରିଖରେ ଭାରତ ପୁଣି ଏକ ଭୂ-ପର୍ଯ୍ୟବେକ୍ଷଣ ଉପଗ୍ରହ ମହାକାଶକୁ ପଠାଇବ । ଏହି ଉପଗ୍ରହଣ ନାମ ଜିସାଟ୍-୧ ଏବଂ ଏହା ଭାରତୀୟ ସୀମାନ୍ତବର୍ତ୍ତୀ ଅଞ୍ଚଳର ସ୍ପଷ୍ଟ ଚିତ୍ର ପଠାଇବା ସହ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଆଗୁଆ ସୂଚନା ଦେବ ।
ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାୱନ ମହାକୋଶ କେନ୍ଦ୍ରରୁ ଜିଏସ୍ଏଲ୍ଭି ଏଫ-୧୦ ରକେଟ ସହାୟତାରେ ୨୨୬୮ କି.ଗ୍ରା ଓଜନର ଏହି ଉପଗ୍ରହର ପ୍ରକ୍ଷେପଣ କରାଯିବ ବୋଲି ଇସ୍ରୋ (ଭାରତୀୟ ମହାକାଶ ଗବେଷଣା ସଂସ୍ଥା) ପକ୍ଷରୁ କୁହାଯାଇଛି ।
ଗତବର୍ଷ ମାର୍ଚ୍ଚ ୫ ତାରିଖରେ ଏହି ଉପଗ୍ରହ ପଠାଯିବାର ଯୋଜନା ଥିଲା । କିନ୍ତୁ କେତେକ ବୈଷୟିକ ତ୍ରୁଟି ଯୋଗୁ ତାହା ସ୍ଥଗିତ ରଖାଯାଇଥିଲା । ତା’ଛଡା ଦେଶରେ କରୋନା ମହାମାରୀ ସଂକ୍ରମଣ ଓ ଲକ୍ଡାଉନ ଯୋଗୁ ଏହି ଉପଗ୍ରହ ପଠାଯିବାରେ ଆହୁରି ବିଳମ୍ବ ଘଟିଥିବା ଇସ୍ରୋ ପକ୍ଷରୁ କୁହାଯାଇଛି ।