ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ଇସ୍ରୋର ନୂଆ ରକେଟ୍‌ ଡିଜାଇନ୍‌ ପ୍ରସ୍ତୁତ, ପିଏସ୍‌ଏଲ୍‌ଭି ରକେଟ୍‌ର ନେବ ସ୍ଥାନ

ନୂଆଦିଲ୍ଲୀ ୧୮/୦୫: ଖୁବ୍‌ଶୀଘ୍ର ପ୍ରସ୍ତୁତ ହେବ ଇସ୍ରୋ (ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ)ର ନୂଆ ରକେଟ୍‌ । ଏହାର ଡିଜାଇନ୍‌ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରକେଟ୍‌ର ନାଁ ‘ନେକ୍ସଟ୍‌ ଜେନେରେସନ ଲଞ୍ଚ୍‌ ଭେଇକଲ’ (ଏନ୍‌ଜିଏଲ୍‌ଭି) । ଏହା ଭାରୀ ମହାକାଶଯାନ ବହନକାରୀ ରକେଟ୍‌ ହେବ । ଦୀର୍ଘ ଦଶନ୍ଧି ଧରି ଇସ୍ରୋ ପାଇଁ କାମ କରୁଥିବା ପିଏସ୍‌ଏଲ୍‌ଭି ରକେଟ୍‌ର ସ୍ଥାନ ଏହା ନେବ । 

ରକେଟ୍‌ ପ୍ରସ୍ତୁତି ଲାଗି କେବଳ ସରକାରଙ୍କ ସବୁଜ ସଙ୍କେତକୁ ଇସ୍ରୋର ଅପେକ୍ଷା । ଏନ୍‌ଜିଏଲ୍‌ଭି ରକେଟ୍‌ ୩ ସୋପାନର ହେବ । ଏହା ୧୦ ଟନ୍‌ ପେଲୋଡ୍‌କୁ ଜିଓଷ୍ଟେସନାରୀ ଟ୍ରାନ୍ସଫର ଅର୍ବିଟ୍‌ରେ ପହଞ୍ଚାଇବ । ଅନ୍ୟ ରକେଟ୍‌ ତୁଳନାରେ ମଧ୍ୟ ଏହା ସୁଲଭ ହେବ । ଭବିଷ୍ୟତରେ ଇସ୍ରୋ ଏହା ମାଧ୍ୟମରେ ଭାରୀ ଯୋଗାଯୋଗ ଉପଗ୍ରହ ଉତ୍‌କ୍ଷେପଣ କରିପାରିବ । କାରଣ ଏବେ ଇସ୍ରୋ ପାଖରେ ଯେଉଁ ରକେଟ୍‌ ଅଛି, ତାହା ସର୍ବାଧିକ ୪-୫ ଟନ୍‌ର ଉପଗ୍ରହକୁ ଲଞ୍ଚ୍‌ କରିପାରୁଛନ୍ତି । 

ଏନ୍‌ଜିଏଲ୍‌ଭି ରକେଟ୍‌ ପୁନଃବ୍ୟବହାରଯୋଗ୍ୟ ରକେଟ୍‌ ହେବ । ଅର୍ଥାତ୍‌ ଏହାର କିଛି ଅଂଶକୁ ପୁନଃ ବ୍ୟବହାରଯୋଗ୍ୟ କରାଯାଇପାରିବ । ଏଥିପାଇଁ ରକେଟ୍‌ ଲଞ୍ଚ୍‌ର ମୂଲ୍ୟ କମିଯିବ । ଏହାର ଡିଜାଇନ୍‌ ମଡ୍ୟୁଲାର ହେବ, ଫଳରେ ଅଧିକ ମାତ୍ରାରେ ଏହାର ଉତ୍ପାଦନ ହୋଇପାରିବ । ଏହା ଦ୍ୱାରା ରକେଟ୍‌ର ରକ୍ଷଣାବେକ୍ଷଣ ସହଜ ହୋଇଯିବ । ଏଥିରେ ସେମି-କ୍ରାୟୋଜେନିକ୍‌ ପ୍ରପଲସନ୍‌ ସିଷ୍ଟମ୍‌ ରହିବ । ସେମି-କ୍ରାୟୋଜେନିକ୍‌ ପ୍ରପଲସନ୍‌ ସିଷ୍ଟମ୍‌ ଅର୍ଥାତ୍‌ ରିଫାଇଣ୍ଡ୍‌ କିରୋସିନ ଓ ତରଳ ଅମ୍ଳଜାନକୁ ଇନ୍ଧନ ରୂପେ ଉପଯୋଗ କରାଯିବ । ଏହି ଇନ୍ଧନ ଉପଯୋଗ ଜରିଆରେ ମଧ୍ୟ ଖର୍ଚ୍ଚ କମ୍‌ ହେବ । ଏନ୍‌ଜିଏଲ୍‌ଭିର ଉଚ୍ଚତା ୨୪୬ ଫୁଟ ହେବ । ବ୍ୟାସ ୧୬ ଫୁଟ ଏବଂ ଓଜନ ୬୦୦ ଟନ୍‌ରୁ ୭୦୦ ଟନ୍‌ ମଧ୍ୟରେ ହେବ । ଏହାର ଭିନ୍ନ ଭିନ୍ନ ପ୍ରକାର ନିର୍ମିତ ହେବ । ଏନ୍‌ଜିଏଲ୍‌ଭି ରକେଟ୍‌ ଲୋଅର୍‌ ଆର୍ଥ୍‌ ଅର୍ବିଟ୍‌ (ଲିଓ) ପର୍ଯ୍ୟନ୍ତ ୧୭ ହଜାରରୁ ୪୮ ହଜାର କିଲୋଗ୍ରାମ୍‌ର ଓଜନ ନେଇପାରିବ । ଅନ୍ୟପକ୍ଷେ, ଜିଓଷ୍ଟେସନ୍‌ନାରୀ ଟ୍ରାନ୍ସଫର ଅର୍ବିଟ୍‌ (ଜିଟିଓ) ପର୍ଯ୍ୟନ୍ତ ୮୫୦୦ରୁ ୨୪ ହଜାର କିଲୋଗ୍ରାମ୍‌ ପର୍ଯ୍ୟନ୍ତର ପେଲୋଡ୍‌କୁ ଏହା ପହଞ୍ଚାଇ ପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.